Advertisment

ପୂର୍ବ ଶତ୍ରୁତାରୁ ଆକ୍ରମଣ! ଜଣେ ମୃତ, ଜଣେ ଗୁରୁତର

ଅଟୋରେ ଘରକୁ ଫେରୁଥିବା ବେଳେ ବାଇକ୍‌ରେ ଆସି ଆକ୍ରମଣ କରିଥିଲେ ଦୁର୍ବୃତ୍ତମାନେ।

Dead

Dead

Advertisment

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ କୋମଣ୍ଡ ବଡ଼ରାମପଲ୍ଲୀ ଗାଁ ରାସ୍ତାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

Advertisment

ମୃତ ଯୁବକ ଜଣଙ୍କ କୋମଣ୍ଡ ଗ୍ରାମର କେ.ପଦ୍ମ ରେଡ୍ଡୀ ଓ ଗୁରୁତର ଜଣଙ୍କ ଗୁଡ଼ିଝର ଗ୍ରାମର ନୃସିଂହନାଥ ପଣ୍ଡା। ଗତକାଲି ରାତିରେ ଏହି ଦୁଇ ଜଣ ଅଟୋ ଯୋଗେ ପୁରୁଷତ୍ତମପୁରରୁ ନିଜ ନିଜ ଗ୍ରାମ ଅଭିମୁଖେ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ବଡ଼ରାମପଲ୍ଲୀ ଗ୍ରାମ ନିକଟରେ ସେମାନଙ୍କୁ ଆକ୍ରମଣ କରିଥିଲେ।

ସ୍ଥାନୀୟ ଲୋକେ ଏହି ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଷୋତ୍ତମପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ କେ. ପଦ୍ମ ରେଡ୍ଡୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ନୃସିଂହନାଥ ପଣ୍ଡାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। 

Advertisment

ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ରମ୍ଭା ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ମୃତ କେ. ପଦ୍ମ ରେଡ୍ଡୀଙ୍କ ଗାଁ କୋମଣ୍ଡରେ ୨ ଗୋଷ୍ଠୀ ମଧ୍ୟରେ କଳହ ରହିଥିବା ଜଣାପଡ଼ିଛି।

ଖଲ୍ଲିକୋଟରୁ ସିଲୁ ବିଶ୍ୱାଳଙ୍କ ରିପୋର୍ଟ

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe