Advertisment

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଟଙ୍କା ଖାଇଗଲେ

ଆଳି ଥାନା ଟୁଙ୍ଗା ପଞ୍ଚାୟତରେ ରହିଛି ମାଆ ଲକ୍ଷ୍ମୀ ଠାକୁରାଣୀ ଓ ବାଲୁଙ୍କେଶ୍ୱର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ। ୨୦୨୦ ମସିହାରେ ଏହି ଦୁଇ ଏସ୍‌ଏଚ୍‌ଜି ଗୋଷ୍ଠୀର ମହିଳାମାନେ ୧ ଲକ୍ଷ ୮୦ ହଜାର ଟଙ୍କା ଉଠାଇଥିଲେ। ସେହି ଟଙ୍କାକୁ ସମସ୍ତେ ଭାଗବଣ୍ଟା କରି ନେଇଥିଲେ।

Ali

Ali

Advertisment

ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ଟଙ୍କା ଖାଇଗଲେ। ନୋଟିସ ଆସିବା ପରେ ଏସ୍‌ଏଚ୍‌ଜି ମହିଳାଙ୍କ ଛାନିଆ ବଢ଼ିଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅଞ୍ଚଳରୁ ଆସିଛି। ଏନେଇ ମହିଳାମାନେ ଆଜି ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଆଳି ଥାନା ଟୁଙ୍ଗା ପଞ୍ଚାୟତରେ ରହିଛି ମାଆ ଲକ୍ଷ୍ମୀ ଠାକୁରାଣୀ ଓ ବାଲୁଙ୍କେଶ୍ୱର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ। ୨୦୨୦ ମସିହାରେ ଏହି ଦୁଇ ଏସ୍‌ଏଚ୍‌ଜି ଗୋଷ୍ଠୀର ମହିଳାମାନେ ୧ ଲକ୍ଷ ୮୦ ହଜାର ଟଙ୍କା ଉଠାଇଥିଲେ। ସେହି ଟଙ୍କାକୁ ସମସ୍ତେ ଭାଗବଣ୍ଟା କରି ନେଇଥିଲେ। ପ୍ରତି ମାସ କିସ୍ତି ବାବଦକୁ ୩୦୦୦ ଟଙ୍କା ଲେଖାଏଁ ପଞ୍ଚାୟତ ମହାସଂଘ ଦାୟିତ୍ୱରେ ଥିବା ସମ୍ପାଦିକା ଅନିତା ସ୍ୱାଇଁ ଓ ତାଙ୍କ ସାନଯାଆ ଅପର୍ଣ୍ଣା ସ୍ୱାଇଁଙ୍କୁ ଦେଉଥିଲେ।

ହେଲେ ସେମାନେ ବ୍ୟାଙ୍କରେ ଟଙ୍କା ଜମା କରୁନଥିଲେ। ଏ ସମ୍ପର୍କରେ ଜାଣିବା ପରେ ମହିଳାମାନେ ଋଣ ଟଙ୍କା ବାବଦରେ ଅନିତା ସ୍ୱାଇଁ ଓ ଅପର୍ଣ୍ଣା ସ୍ୱାଇଁଙ୍କୁ ପଚାରିଥିଲେ। ଟଙ୍କା ଫେରାଇବେ ବୋଲି କଥା ଦେଇଥିଲେ। ହେଲେ ଟଙ୍କା ଫେରାଉନାହାନ୍ତି। ସେପଟେ ଟଙ୍କା ଜମା କରିବା ପାଇଁ ବ୍ଲକ୍‌ ତରଫରୁ ନୋଟିସ୍‌ ହେଲାଣି। ସବୁଆଡୁ ନିରାଶ ହେବା ପରେ ଏସ୍‌ଏଚ୍‌ଜି ମହିଳାମାନେ ଆଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ତେବେ ଟଙ୍କା ହଡପ୍‌ ନେଇ ଅନିତା ସ୍ୱାଇଁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସେପଟେ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ଆଳିରୁ ବନମାଳୀ ସାହୁ

Kendrapada Shg Women
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe