Raja
ମେଘାଳୟ ହନିମୁନ ବେଳେ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ସୋନମ ରଘୁବଂଶୀ ଜେଲ ଯିବାର ଆଜିକୁ ଠିକ ମାସେ ପୂରିଛି। ମାସେ ହେଲାଣି ସେ ଶିଲଂ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। କିନ୍ତୁ ଜେଲରେ ସୋନମ ନିଜ କଲା କର୍ମ ପାଇଁ ଅନୁତାପ କରୁ ନାହାନ୍ତି କିମ୍ବା ତାଙ୍କୁ ଭେଟିବାକୁ କେହି ପରିବାର ଲୋକ ମଧ୍ୟ ସେଠାକୁ ଯାଉ ନାହାନ୍ତି।
ସୂତ୍ର ଅନୁସାରେ, ସୋନମ ଜେଲର ପରିବେଶକୁ ଆପଣାଇ ନେଇଛନ୍ତି। ସେ ଅଲଗା ମହିଳା କଏଦୀଙ୍କ ସହ ଠିକ ଭାବେ ବ୍ୟବହାର କରୁଛନ୍ତି। ସବୁ ଦିନ ସକାଳୁ ଠିକ ସମୟରେ ସେ ଉଠୁଛନ୍ତି ଓ ଜେଲର ମାନ୍ୟୁଆଲକୁ ଠିକ ଭାବେ ଅନୁସରଣ କରୁଛନ୍ତି। ହତ୍ୟା ଅଭିଯୁକ୍ତ ସୋନମ ଅନ୍ୟ କଏଦୀ କିମ୍ବା ଜେଲ କର୍ତ୍ତୃପକ୍ଷଙ୍କୁ ନିଜ ଅପରାଧ କିମ୍ବା ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି ବି କହି ନାହାନ୍ତି। ଜେଲ ୱାର୍ଡନଙ୍କ ଅଫିସ ନିକଟରେ ସେ ରହୁଛନ୍ତି। ତାଙ୍କ ପାଖରେ ଆଉ ଦୁଇ ବିଚରାଧୀନ ମହିଳା କଏଦୀ ବି ସେଠାରେ ଅଛନ୍ତି।
ମାସେ ହେଲା ଜେଲରେ ରହିଥିଲେ ହେଁ ଏଯାଏ ସୋନମଙ୍କୁ କୌଣସି ନିର୍ଦ୍ଦିଷ୍ଟ କାମ ଦିଆଯାଇ ନାହିଁ। କିନ୍ତୁ ଆଗକୁ ତାଙ୍କୁ ସିଲେଇ ଶିଖା ଯିବ ଓ ଦକ୍ଷତା ବୃଦ୍ଧି ପାଇଁ ଅନ୍ୟ କାମ ମଧ୍ୟ ଦିଆଯିବ। ସୋନମଙ୍କୁ ପ୍ରତିଦିନ ଟିଭି ଦେଖିବାକୁ ଜେଲରେ ଅନୁମତି ମିଳିଛି।
ଜେଲ ନିୟମ ଅନୁସାରେ, ସୋନମଙ୍କୁ ତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଓ ଫୋନରେ କଥା ହେବାକୁ ଅନୁମତି ମିଳିଛି। କିନ୍ତୁ ମାସେ ହେଲାଣି କେହି ତାଙ୍କୁ ଦେଖା କରିବାକୁ ଆସୁ ନାହାନ୍ତି କିମ୍ବା କେହି ବି ତାଙ୍କୁ ଫୋନ କରୁ ନାହାନ୍ତି।
ଶିଲଂ ଜେଲରେ ମୋଟ ୪୯୬ ଜଣ କଏଦ ରହିଛନ୍ତି। ଏମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୨୦। ସୋନମ ଦୁଇ ମହିଳା କଏଦୀ ଯିଏ ହତ୍ୟା ଭଳି ସାଂଘାତିକ ଅପରାଧ ଯୋଗୁ ଜେଲକୁ ଆସିଛନ୍ତି। ତାଙ୍କ ଗତିବିଧି ଉପରେ ସିସିଟିଭିର ନଜର ରହିଛି।
ହନିମୁନ ମର୍ଡର କେସ୍
ମଧ୍ୟପ୍ରଦେଶର ରାଜାଙ୍କୁ ମେ’ ୧୧ରେ ବିବାହ କରିଥିଲେ ସୋନମ। ବାହା ଘରର ୯ ଦିନ ପରେ ସେମାନେ ହନିମୁନ ପାଇଁ ମେଘାଳୟ ଯାଇଥିଲେ। ୩ ଦିନ ଧରି ନବବିବାହିତ ଭାରତର ଉତ୍ତରପୂର୍ବ ରାଜ୍ୟର ମଜା ଉଠାଇଥିଲେ। କିନ୍ତୁ ୩ ଦିନ ପରେ ଉଭୟ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ନ ପାଇବାରୁ ପରିବାର ଲୋକ ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍ ଦମ୍ପତିଙ୍କୁ ଖୋଜୁ ଥିବା ବେଳେ ଜୁନ ୨ରେ ରାଜାଙ୍କ କ୍ଷତାକ୍ତ ମୃତଦେହ ଗୋଟିଏ ଖାଇରୁ ମିଳିଥିଲା। ନିଖୋଜ ମାମଲା ହତ୍ୟାରେ ପରିଣତ ହୋଇଥିଲା।
ରାଜାଙ୍କ ମୃତଦେହ ମିଳିଥିଲେ ହେଁ ସୋନମ ନିଖୋଜ ଥିଲେ। ପୁଲିସ୍ ତାଙ୍କୁ ଖୋଜୁ ଥିବା ବେଳେ ଜୁନ ୭ ତାରିଖ ରାତିରେ ସୋନମଙ୍କୁ ଗାଜିପୁର ସ୍ଥିତ ଗୋଟିଏ ଢାବା ନିକଟରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ ଗାଜିପୁର ମେଡିକାଲ କଲେଜ ନିଆଯାଇ ଥିବା ବେଳେ ସେଠାରେ ସେ ଆତ୍ମସମର୍ପଣ କରିଥିଲେ। ପୁଲିସ୍ ତାଙ୍କ ଠାରୁ ଖବର ପାଇ ସୋନମଙ୍କ ପ୍ରେମିକ ରାଜ ଓ ହତ୍ୟାରେ ସାମିଲ ଥିବା ଆଉ ୨ ଜଣଙ୍କୁ ଗିରଫ କରିଥିଲା।
ଘଟଣା ପରେ ସୋନମଙ୍କ ଭାଇ ବଡ଼ ଘୋଷଣା କରିଥିଲେ। ସୋନମଙ୍କ ସହ ପରିବାର ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଥିବା ସେ କହିଥିଲେ। ଏଥିସହ ରାଜଙ୍କ ପରିବାରକୁ ସମର୍ଥନ କରି ସେମାନଙ୍କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Raja_1753101394.jpg)