Advertisment

ଫିଟିବ ଇରାନୀ ଗ୍ୟାଙ୍ଗର ରହସ୍ୟ!

ଦେହ ବ୍ୟବସାୟ ଚଳାଇବା ସହ ଗ୍ରାହକଙ୍କୁ ମାଡ଼ ମାରି ଲୁଟ କରି ଚାଲିଥିଲା ଇରାନୀ ଗ୍ୟାଙ୍ଗ।

Odisha

Odisha

Advertisment

ବ୍ଲାକମେଲ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ ପରେ ଏବେ ଚର୍ଚ୍ଚାରେ ଇରାନୀ ଗ୍ୟାଙ୍ଗ। ଧୀରେଧୀରେ ଖୋଲୁଛି ଇରାନୀ ଗ୍ୟାଙ୍ଗର କଳା କାରନାମାର ଫର୍ଦ୍ଦ। ଆଜି ଇରାନୀଙ୍କ ଆଉ ଜଣେ ସହଯୋଗୀ ଦେବାନନ୍ଦ ଜେନାକୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ।

Advertisment

ଦେହ ବ୍ୟବସାୟ ଚଳାଇବା ସହ ଗ୍ରାହକଙ୍କୁ ମାଡ଼ ମାରି ଲୁଟ କରି ଚାଲିଥିଲା ଇରାନୀ ଗ୍ୟାଙ୍ଗ। କିଛି ଗ୍ରାହକଙ୍କ ନଗ୍ନ ଭିଡିଓ କରି ଗ୍ୟାଙ୍ଗର ସଦସ୍ୟମାନେ ସେମାନଙ୍କୁ ବ୍ଲାକମେଲ ମଧ୍ୟ କରୁଥିଲେ। ପୂର୍ବରୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଇରାନୀ ପାତ୍ର ଓ ତାଙ୍କ ସ୍ୱାମୀ ବାପି ପାତ୍ରଙ୍କ ସହ ୪ ଅଭିଯୁକ୍ତ ଗିରଫ ହୋଇଥିଲେ। ଏବେ ପୁଲିସ୍‌ ତଦନ୍ତରୁ ଅଧିକ ତଥ୍ୟ ଆସିବ ବୋଲି ସମସ୍ତେ ଆଶା କରିଛନ୍ତି। 

ପୁଲିସ୍‌ ଅଭିଯୁକ୍ତମାନଙ୍କର ହ୍ୱାଟସଆପ୍‌ ଚ୍ୟାଟ୍‌କୁ ଯାଞ୍ଚ କରୁଛି। ଜବତ ମୋବାଇଲଗୁଡ଼ିକୁ ଖୁବଶୀଘ୍ର ରାଜ୍ୟ ଫରେନସିକ ସାଇନସ ଲାବୋରଟୋରୀ ବା ଏସଏଫଏସଏଲକୁ ପଠାଯିବ। ଯେଉଁଥିରେ ମୋବାଇଲରୁ ଡିଲିଟ ହୋଇଥିବା ତଥ୍ୟ ରିକଭରି କରାଯିବ। ମୋବାଇଲରେ ରାଜନେତା, ବ୍ୟବସାୟୀ ଓ ଛାତ୍ରମାନଙ୍କ କିଛି ଗୁପ୍ତ ତଥ୍ୟ ଲୁଚି ରହିଥିବା କୁହାଯାଉଛି। ଏହି ଦିଗରେ ବର୍ତ୍ତମାନ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ବ୍ଲାକମେଲ କରି ଲୁଟ କରୁଥିବା ମାୟାବିନୀ ଇରାନୀ ପାତ୍ରର ସମସ୍ତ ଗୁମର ଖୋଲିବ ବୋଲି ସମସ୍ତେ ଆଶା ରଖିଛନ୍ତି।

Advertisment

ପ୍ରଥମେ ଇରାନୀର ସ୍ୱାମୀ ବାପି ପାତ୍ରଙ୍କୁ ରିମାଣ୍ଡରେ ଆଣି ପୁଲିସ ପଚରାଉଚରା କରିବ। ଏଥିପାଇଁ ୫ ଦିନିଆ ରିମାଣ୍ଡ ଆବେଦନ କରାଯାଇଛି। ଏହାପରେ ଅନ୍ୟ ଅଭିଯୁକ୍ତ ଓ ମୁଖ୍ୟ କାର୍ପଟଦାର ଇରାନୀ ପାତ୍ରଙ୍କୁ ମଧ୍ୟ ପୁଲିସ୍‌ ଜେରା କରିବ।

ଅନ୍ୟପକ୍ଷରେ ହନିଟ୍ରାପ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ପୂର୍ବରୁ ଏମିତି ଆଉ ଏକ ହନିଟ୍ରାପ ମାମଲାରେ ଗିରଫ ହୋଇଥିଲେ ଅର୍ଚ୍ଚନା ନାଗଙ୍କ ସହ ତାଙ୍କ ସ୍ୱାମୀ ଜଗବନ୍ଧୁ। ସେମାନଙ୍କ ଭଳି ଇରାନୀ ଓ ତାଙ୍କ ସ୍ୱାମୀ ମଧ୍ୟ ବ୍ଲାକମେଲିଂ ଏବଂ ହନିଟ୍ରାପର ଗ୍ୟାଙ୍ଗ ଚଳାଇଥିଲେ। ସମାଜ ପାଇଁ ଏସବୁ ଆଦୌ ଗ୍ରହଣୀୟ ନୁହେଁ। ଏଭଳି ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ବିଭିନ୍ନ ସମାଜିକ କର୍ମୀ ମତ ରଖିଛନ୍ତି।

Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe