Advertisment

ଦୁଇଟି ବାଘ ଛାଲ ଜବତ, ଜଣେ ଗିରଫ

ଦୁଇଟି କଲରାପତରିଆ ବାଘ ଛାଲ ଜବତ ସହ ବେପାରୀ ଗିରଫ।

author-image
Biswajit Samal
ଅଦ୍ୟତନ ହୋଇଛି
Tiger skins

Tiger skins

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରୁ ଏସ୍‌ଟିଏଫ୍ ଦୁଇଟି କଲତାପତରିଆ ବାଘ ଛାଲ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି।

Advertisment

ଗିର‍ଫ ଅଭିଯୁକ୍ତଙ୍କ ନାଁ ବୈଦ୍ୟରାଜ ମଲ୍ଲିକ (୪୦)। ତାଙ୍କ ଘର ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଅନ୍ତର୍ଗତ ବାଲିବେରେଣାରେ। 

ଏସ୍‌ଟିଏଫ୍‌ର ଏକ ଟିମ୍ ଦଶପଲ୍ଲା ଥାନା ଅନ୍ତର୍ଗତ କୁଆଁରିଆ ଡ୍ୟାମ୍‌ର ଡିୟର ପାର୍କ ନିକଟରେ ଚଢ଼ାଉ କରି ବୈଦ୍ୟରାଜ ମଲ୍ଲିକଙ୍କଠାରୁ ଦୁଇଟି ବାଘ ଛାଲ ଜବତ କରିଥିଲା। ସେ ସେଠାକୁ ବାଘ ଛାଲ ବିକ୍ରି କରିବାକୁ ଯାଇଥିଲେ ବୋଲି ଜଣାପଡ଼ିଛି।   

Advertisment

ଏସ୍‌ଟିଏଫ୍‌ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଜବତ ବାଘ ଛାଲକୁ ଡେରାଡୁନ୍‌ ସ୍ଥିତ ୱାଇଲ୍ଡ ଲାଇଫ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆକୁ (WII)କୁ ଯାଞ୍ଚ ପାଇଁ ପଠାଯିବ। 

STF Tiger Skin