Advertisment

କଟକରେ ଫୁଟିଲା ଗୁଳି, ଜଣେ ମୃତ

ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି କରିଥିଲେ ଗୁଳି।

ଅଦ୍ୟତନ ହୋଇଛି
undefined

Gun

Advertisment

କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଫୁଟିଛି ଗୁଳି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚିନ୍ତାମଣି ସାହୁ। ସେ ଜଣେ ରାଜମିସ୍ତ୍ରୀ ଥିଲେ। ତାଙ୍କ ଘର ବାଙ୍କୀ ଅଞ୍ଚଳରେ।

Advertisment

ଚିନ୍ତାମଣିଙ୍କୁ ତାଙ୍କର ଦୁଇ ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଥିଲା। ଚିନ୍ତାମଣି ସୁଭଦ୍ରାପୁର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିବା ବେଳେ ତାଙ୍କର ଦୁଇ ସାଙ୍ଗ ସେଠାକୁ ଆସିଥିଲେ। ସେତେବେଳେ ଚିନ୍ତାମଣିଙ୍କ ପତ୍ନୀ ମଧ୍ୟ ଘରେ ଥିଲେ। ତାଙ୍କ ପତ୍ନୀ କିଛି ସମୟ ପାଇଁ ଘର ବାହାରକୁ ଯାଇଥିବା ବେଳେ ଫୁଟିଥିଲା ଗୁଳି। ଆଉ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ଚିନ୍ତାମଣି।

ଚିନ୍ତାମଣିଙ୍କୁ ହତ୍ୟା କରି ତାଙ୍କର ଦୁଇ ସାଙ୍ଗ ବାଇକ୍‌ରେ ଫେରାର ହୋଇଯାଇଥିଲେ। ତେବେ ସେମାନେ କାହିଁକି ଏହି କାଣ୍ଡ ଘଟାଇଲେ, ତାହା ଜଣାପଡ଼ିନାହିଁ। ପୂର୍ବ ଶତୃତାରୁ ଏହି ଘଟଣା ଘଟିଥିବା କୁହାଯାଉଛି। କିନ୍ତୁ କାହିଁକି ଶତୃତା ଥିଲା, ତାହା ଜଣାପଡ଼ିନି।  

Advertisment

କଟକ ସଦର ଥାନା ଆଇଆଇସିଙ୍କ ସହିତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କଟକ ସଦର ଥାନା ଆଇଆଇସିଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି। 

Murder Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe