Advertisment

ଓଡ଼ିଆ ଦମ୍ପତିଙ୍କ ବର୍ଷକର ଛୁଆ ଚେନ୍ନାଇ ଷ୍ଟେସନରୁ ଗାଏବ, ତା’ ପରେ...

ମା’ କୋଳରେ ଖେଳୁଥିଲା ବର୍ଷକର ଶିଶୁ। ହେଲେ ରାତି ଅଧରେ ମା’ ଆଖି ଲାଖି ଯାଇଥିବା ବେଳେ ହଠାତ୍‌ ଗାଏବ ହୋଇଗଲା ଶିଶୁ। ଏହା ଜାଣି ମା’ ମୁଣ୍ଡରେ ଚଡ଼କ ପଡ଼ିଥିଲା।

ଅଦ୍ୟତନ ହୋଇଛି
Chhenai Station

Chhenai Station

Advertisment

ମା’ କୋଳରେ ଖେଳୁଥିଲା ବର୍ଷକର ଶିଶୁ। ହେଲେ ରାତି ଅଧରେ ମା’ ଆଖି ଲାଖି ଯାଇଥିବା ବେଳେ ହଠାତ୍‌ ଗାଏବ ହୋଇଗଲା ଶିଶୁ। ଏହା ଜାଣି ମା’ ମୁଣ୍ଡରେ ଚଡ଼କ ପଡ଼ିଥିଲା। ଖବର ପାଇ ପୁଲିସ୍‌ ବିଭିନ୍ନ ସ୍ଥାନରେ ଛାନଭିନ କରି ୫ ଘଣ୍ଟାରେ ଶିଶୁଟିକୁ ଉଦ୍ଧାର କରି ମା’କୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତ ଦମ୍ପତିଙ୍କୁ ବାନ୍ଧିଛି।

Advertisment

ଏପରି ଏକ ଘଟଣା ଚେନ୍ନାଇର ସିଟି ରେଲୱେ ଷ୍ଟେସନରେ ଘଟିଥିଲା। ଅପହୃତ ହୋଇଥିବା ଶିଶୁର ପରିବାର ଓଡ଼ିଶାର କନ୍ଧମାଳ ଜିଲ୍ଲାର ବୋଲି ଜଣାଯାଇଛି। କନ୍ଧମାଳର ଲଙ୍କେଶ୍ୱର କାହ୍ନାର ଓ ପତ୍ନୀ ନନ୍ଦିନୀ କାହ୍ନାର ଗତ ସୋମବାର ନଚିଜ ବର୍ଷକର ପୁଅ ସହ ନିଜ ଗାଁକୁ ଫେରୁଥିଲେ।

ସେମାନେ ରାତିରେ ଷ୍ଟେସନରେ ପହଞ୍ଚି ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ମାତ୍ର ରାତି ପ୍ରାୟ ଅଢେଇଟା ପରେ ନନ୍ଦିନୀଙ୍କ ଆଖି ସାମାନ୍ୟ ଲାଗି ଯାଇଥିବା ବେଳେ ତାଙ୍କ କୋଳରୁ ପୁଅ ଗାଏବ ହୋଇ ଯାଇଥିଲା। ଏନେଇ ଉକ୍ତ ଦମ୍ପତି ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ।

Advertisment

ପୁଲିସ୍‌ ତତ୍‌କ୍ଷଣାତ ସିସିଟିଭି ଯାଞ୍ଚ କରି ଏକ ଦମ୍ପତି ଶିଶୁଟିକୁ ନେଇ ଅଟୋରେ ଚାଲି ଯାଉଥିବା ଦେଖିବାକୁ ପାଇଲା। ଏହାପରେ ପୁଲିସ୍‌ ଉକ୍ତ ଅଟୋକୁ ଠାବ କରି ଦମ୍ପତିଙ୍କୁ କେଉଁଠି ଓହ୍ଲାଇଲା ତାହାର ସୂଚନା ସଂଗ୍ରହ କଲା। ଏହାପରେ ଚାରିଆଡ଼ୁ ରାସ୍ତା ବନ୍ଦ କରି ପ୍ରାୟ ୫ ଘଣ୍ଟା କାଳ ଖୋଜାଖୋଜି କରିବା ପରେ ପୁଲିସ୍‌ ଶିଶୁଟିକୁ ଉଦ୍ଧାର କରି ନନ୍ଦିନୀଙ୍କୁ ଫେରାଇଛି।

ପୁଲିସ୍‌ ଅଭିଯୁକ୍ତ ଦମ୍ପତିଙ୍କୁ ବାନ୍ଧି ପଚରାଉଚରା କରୁଛି। ତେବେ ସେମାନେ କ’ଣ ପାଇଁ ପିଲାଟିକୁ ଅପହରଣ କରିଥିଲେ ତାହା ସ୍ପଷ୍ଟ ହୋଇ ପାରି ନାହିଁ।

Railway Station Kidnap Chennai Missing Child
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe