Advertisment

ଅନଲାଇନ ଗେମ୍: କିଏ କୋଟିପତି, କିଏ କାଙ୍ଗାଳ!

2023ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ 35.7 ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର 33 ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ 1955ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

author-image
Ordigital Desk
Mobile Phone

Mobile Phone

ଗୋଟିଏ ପଟେ କିଏ ଅନଲାଇନ୍‌ ଗେମ୍ ଖେଳି ତଳିତଳାନ୍ତ ହେଉଛି, ତ କିଏ କୋଟିପତି? ଯେମିତି ଯାଜପୁର ଧର୍ମଶାଳାର ଅନିଲ ତରାଇଙ୍କ କଥା। ନିକଟରେ ସେ ଅନଲାଇନ୍ ଗେମିଂ ଆପ୍ My11 Circleରେ ଖେଳିଥିଲେ। ମାତ୍ର 49ଟଙ୍କା ଦେଇ ଆଇପିଏଲ୍ ମ୍ୟାଚରେ ନିଜ ପସନ୍ଦର 11 ଜଣ ଖେଳାଳି ବାଛିଲେ। ରାତିରେ ତାଙ୍କ ପାଖକୁ କମ୍ପାନୀରୁ ଫୋନ୍ ଆସିଲା 3 କୋଟି ଟଙ୍କା ଓ ମହିନ୍ଦ୍ରା ଥର ଗାଡ଼ି ପାଇଛନ୍ତି। ଅନ୍ୟ ଖବରଟି ହେଉଛି, ଝାଡ଼ଖଣ୍ଡର ରବି କୁମାରଙ୍କ କଥା। ଦେକାନ ପାଇଁ ଟଙ୍କା ନ ଲଗାଇ ସେ Dream 11 ଗେମିଂ ଆପରେ 11ଜଣ ଖେଳାଳି ବାଛି ଚାଲିଥିଲେ। କିଛି ବର୍ଷ ହେଲା ଅନଲାଇନ୍ ଗେମ ଖେଳିବା ବେଳେ ସେ 5 ଲକ୍ଷ ଟଙ୍କା ହରାଇଥିଲେ। ଏହାପରେ ସେ ଚିନ୍ତାରେ ପଡ଼ିଯାଇଥିଲେ। ହଠାତ୍ ତାଙ୍କର 3 କୋଟି ଟଙ୍କାର ପୁରସ୍କାର ଆସିଲା। ଏବେ ପ୍ରଶ୍ନ ଉଠୁଛି, ଅନଲାଇନ୍ ଗେମ ଏକ ରାଜ୍ୟପ୍ରସଙ୍ଗ ହୋଇଥିବାବେଳେ ଅନେକ ରାଜ୍ୟରେ ଏହାକୁ ଅନୁମତି ଦିଆଯାଇଛି, ଓଡ଼ିଶାରେ ନୁହେଁ। କେଉଁ ଖେଳଟି ବୁଦ୍ଧିର ଖେଳ ଓ କେଉଁଠି ଭାଗ୍ୟର ଖେଳ? କେଉଁଟି ଠିକ୍ କମ୍ପାନୀ ଓ କେଉଁଟି ଫ୍ରଡ୍ କମ୍ପାନୀ?- ଲୋକେ ଜାଣିବେ କେମିତି? ଏ ନେଇ ଆଇଟି ବିଶେଷଜ୍ଞ ସର୍ବଜିତ୍ ମିଶ୍ର କହିଛନ୍ତି- ଭାରତରେ କେତେକ ରାଜ୍ୟରେ ଅନଲାଇନ୍ ଗେମକୁ ଆଇନଗତ ଅନୁମତି ମିଳିଥିବାବେଳେ ଓଡ଼ିଶାରେ ମିଳିନାହିଁ। ତେବେ କମ୍ପାନୀର କେଓ୍ବାଇସି ନଜାଣି ଗେମରେ ପଶିବା ଅର୍ଥ ଟଙ୍କା ହରାଇବାକୁ ପଡ଼ିବ।

Advertisment

2023ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ 35.7 ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର 33 ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ 1955ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି। ଟିକ୍ ଟକ୍ ସ୍କିଲ ଗେମସ୍ ପ୍ରାଇଭେଟ୍ ଲିମିଟେଡ୍ 2021ରେ ଓଡ଼ିଶା ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଛି। ସୁପ୍ରିମକୋର୍ଟର ଏକ ପୁରୁଣା ରାୟକୁ ଦର୍ଶାଇ ବୁଦ୍ଧିର ଖେଳ ଓ ଭାଗ୍ୟର ଖେଳକୁ ସମାନ କରିବା ଉଚିତ ନୁହେଁ ବୋଲି ଦର୍ଶାଇଛି।

ଅନ୍ୟପଟରେ ନିକଟରେ ବଲାଙ୍ଗୀର ଭଳି କେତେକ ଅଂଚଳରେ ଲାକେ ପ୍ରକୃତ ସଂସ୍ଥା ବା ଏହାର E-KYC ଯାଂଚ୍ ନ କରି ଏକପ୍ରକାର ଅନଲାଇନ ବେଟିଂରେ ଟଙ୍କା ଲଗାଇଥିବା ଦେଖାଯାଇଥିଲା। ଏହି ଖେଳ ଜରିଆରେ ପ୍ରାୟ 2 କୋଟି ଟଙ୍କା ରୋଜଗାର କରିଥିବା ଜଣେ ଯୁବକକୁ ନିକଟରେ ପୋଲିସ୍ ଗିରଫ କରିଛି। ଯେଉଁମାନେ ଅନଲାଇନ ଗେମ୍ ଚଳାଇବା ପାଇଁ କମ୍ପାନୀ ତିଆରି କରିଛନ୍ତି, ସେମାନଙ୍କୁ ବିଭିନ୍ନ ଟିକସ ଦେବାକୁ ପଡ଼ୁଛି, ଓ ଅନଲାଇନ୍ ଗେମରୁ ଟଙ୍କା ପାଉଥିବା ବିଜେତାଙ୍କୁ 30% ଟିଡିଏସ୍-ଟ୍ୟାକ୍ସ ଡିଡକ୍ଟେଡ୍ ଆଟ୍ ସୋର୍ସ ଓ ଆୟକର ଇତ୍ୟାଦି ଦେବାକୁ ପଡ଼ୁଛି। ଉଦାହରଣ ସ୍ବରୂପ ଝାଡ଼ଖଣ୍ଡରେ 3 କୋଟି ଟଙ୍କା ପାଇଥିବା ଅନିଲ କୁମାରଙ୍କୁ ଟିକସ ପରେ 1 କୋଟି 83 ଲକ୍ଷ ଟଙ୍କା ମିଳିପାରେ ବୋଲି ହିସାବ କରାଯାଉଛି।

Advertisment

ସାଇବର ବିଶେଷଜ୍ଞ ଲିଙ୍ଗରାଜ ସେଠୀ କହିଛନ୍ତି- ଭାରତରେ ଅନଲାଇନ୍ ଗେମର ଏକ ବଡ଼ ବଜାର ରହିଛି। ଓଡ଼ିଶା ଭଳି 4ଟି ରାଜ୍ୟରେ ଏହାକୁ ଆଇନଗତ ସମ୍ମତି ମିଳିନାହିଁ। ମାତ୍ର ଯେଉଁମାନେ କୌଣସି ସଂସ୍ଥାର E-KYC ଯାଂଚ୍ ନ କରି ଟଙ୍କା ଲଗାଉଛନ୍ତି ତାହା ଏକପ୍ରକାର ବେଟିଂ ବା ଗାମ୍ବଲିଂ ହୋଇଯାଉଛି।

ଯେଉଁମାନେ ଅନଲାଇନ୍ ଗେମ୍ ଖେଳୁଛନ୍ତି ସେମାନେ କେତେ ବୁଦ୍ଧି ଓ ଭାଗ୍ୟ ଉପରେ ନିର୍ଭର କରୁଛନ୍ତି ସେ ନେଇ ଏପର୍ଯ୍ୟନ୍ତ ଅନ୍ତତଃ ଓଡ଼ିଶାରେ ସ୍ପଷ୍ଟତା ଆସିନାହିଁ। ମାତ୍ର ବେଆଇନ କମ୍ପାନୀ ଆପରେ ଗେମ୍ ଖେଳି ନିଜର କଷ୍ଟ ଅର୍ଜିତ ଟଙ୍କାକୁ ନ ହରାଇବାକୁ ପୋଲିସ୍ ବାରମ୍ବାର ପରାମର୍ଶ ଦେଉଛି।

(ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ, ଓଡ଼ିଶା ରିପୋର୍ଟର)

Online Game