Advertisment

ହାଇକୋର୍ଟରେ ରେକର୍ଡ : ଦିନକରେ ହେଲା ୭୫ଟି ମାମଲାର ରାୟ ପ୍ରକାଶ

ଏସମସ୍ତ ଅପିଲ ଗୁଡିକ ପ୍ରାୟ ୭ ବର୍ଷରୁ ଅଧିକ ସମୟ ଧରି ବିଚାର ପାଇଁ ପଡିରହିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
High court

High court

ଓଡିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ପାଳନକୁ ଅବିସ୍ମରଣୀୟ କରିବାକୁ ଗୋଟିଏ ଖଣ୍ଡପୀଠରେ ହୋଇଛି ୭୫ ମାମଲାର ରାୟ ପ୍ରକାଶ। ଜଷ୍ଟିସ ଦେବବ୍ରତ ଦାସ ଏବଂ ଜଷ୍ଟିସ ଏସ. କେ. ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ୭୫ଟି ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟା ଅପରାଧରେ ବିଭିନ୍ନ ସେସନ୍ସ କୋର୍ଟଙ୍କ ଦ୍ୱାରା ଆଜୀବନ କାରାଦଣ୍ଡାଦେଶ ପାଇଥିବା ୭୫ଟି କ୍ରିମିନାଲ ଅପିଲର ରାୟ ପ୍ରକାଶ କରାଯାଇଛି।

Advertisment

ଏ ସମସ୍ତ ଅପିଲଗୁଡ଼ିକ ପ୍ରାୟ ୭ ବର୍ଷରୁ ଅଧିକ ସମୟ ଧରି ବିଚାର ପାଇଁ ପଡ଼ିରହିଥିଲା। ଅଧିକାଂଶ ଆସାମୀ ଜେଲରେ ଥାଇ ଅପିଲ କରିଥିବାବେଳେ ଆଉ କେତେକ ଜାମିନରେ ମୁକ୍ତ ହୋଇଛନ୍ତି। ପ୍ରକାଶିତ ରାୟରେ କେତେକଙ୍କୁ ମୁକ୍ତି ମିଳିଥିବାବେଳେ ଅନ୍ୟ କିଛି ଆବେଦନକାରୀଙ୍କୁ ନିରାଶ ହେବାକୁ ପଡିଥିଲା। ଗତ ଜୁନ ୨୧ ତାରିଖରୁ କ୍ରମାଗତ ଭାବେ ମାମଲା ଉପରେ ଶୁଣାଣି କରିଥିଲେ ହାଇକୋର୍ଟ।

ସୂଚନାଯୋଗ୍ୟ, ଆସନ୍ତାକାଲି ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମାରୋହରେ ଯୋଗ ଦେବେ। ଆଜି ରାଷ୍ଟ୍ରପତି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୨୭ ତାରିଖରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ।

Advertisment
Cuttack Odisha High Court