Advertisment

ହନିଟ୍ରାପ୍‌ ମାମଲାରେ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

ରାଜଧାନୀର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିଲା। ଏହି ମାମଲା ସମଗ୍ର ରାଜ୍ୟର ଆଲୋଡ଼ନ ବିଷୟ ପାଲଟିଥିଲା। ଏନେଇ ଅଭିଯୋଗ ହେବା ପରେ ଅର୍ଚ୍ଚନା ନାଗ ଚମ୍ପଟ ମାରିଥିଲା।

Archana Nag

Archana Nag

Advertisment

ବହୁ ଚର୍ଚ୍ଚିତ ହନି ଟ୍ରାପ୍‌ ମାମଲାରେ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ। ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳି ସାରିଥିଲା। ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ଜେଲରୁ ମୁକୁଳିବା ସ୍ପଷ୍ଟ। ବର୍ତ୍ତମାନ ଝାରପଡ଼ା ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି ଅର୍ଚ୍ଚନା।

Advertisment

ରାଜଧାନୀର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିଲା। ଏହି ମାମଲା ସମଗ୍ର ରାଜ୍ୟର ଆଲୋଡ଼ନ ବିଷୟ ପାଲଟିଥିଲା। ଏନେଇ ଅଭିଯୋଗ ହେବା ପରେ ଅର୍ଚ୍ଚନା ନାଗ ଚମ୍ପଟ ମାରିଥିଲା। ପରବର୍ତ୍ତୀ ସମୟରେ ଅର୍ଚ୍ଚନାକୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ୍‌। ଏଥିସହ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ବନ୍ଧୁ ଖଗେଶ୍ୱରଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ୍‌ ଝାରପଡ଼ା ଜେଲ୍‌ ପଠାଇ ଦେଇଥିଲା।

ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ଏହି ହାଇପ୍ରୋଫାଇଲ୍‌ ମାମଲାରେ ବହୁ ବଡ଼ବଡ଼ୁଆଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଥିଲା। ଏପରିକି ଶାସକ ବିଜେଡିର କେତେକ ବରିଷ୍ଠ ନେତାଙ୍କ ଫଟୋ ଭାଇରାଲ୍‌ ହୋଇଥିଲା। ରାଜନେତାଙ୍କ ସହିତ ଅର୍ଚ୍ଚନା ନାଗଙ୍କ ଫଟୋ ଭାଇରାଲ୍‌ ହେବା ପରେ ରାଜ୍ୟ ରାଜନୀତିରେ ଝଡ଼ସୃଷ୍ଟି ହୋଇଥିଲା। ସେପଟେ ଅର୍ଚ୍ଚନା କୋର୍ଟରେ ହାଜର ବେଳେ ବଡ଼ବଡ଼ ରାଜନେତାଙ୍କ ମୁଖା ଖୋଲିବେ ବୋଲି ଗର୍ଜନ କରୁଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଖୋଲିଲେ ନାହିଁ। ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ଖୋଲିଲା ନାହିଁ ମହା ଠକେଇ ରାଜ୍‌।

Advertisment

ଏହି ମାମଲାରେ ପୂର୍ବରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ୍‌ ମିଲିଥିଲା। ତା’ପରେ ସେ ଜେଲ୍‌ରୁ ବାହାରିଥିଲେ। ଏବେ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ୍‌ ମିଳିଲା। ସ୍ୱାମୀଙ୍କ ପରେ ପରେ ଅର୍ଚ୍ଚନା ଜେଲ୍‌ରୁ ବାହାରିବେ ବୋଲି ଚର୍ଚ୍ଚା ହେଉଛି।

Archana Nag High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe