Advertisment

ଠୁଳ କରିଥିଲେ ଅମାପ ସମ୍ପତ୍ତି; ବନ୍ଧା ହେଲେ OSRTC ସିଏଓ

ଗତକାଲି ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ବିଜୟଙ୍କ ଅଚଳାଚଳ ସମ୍ପତ୍ତି ସାମନାକୁ ଆସିଥିଲା।

Arrest

Arrest

Advertisment

ଶେଷରେ ବନ୍ଧା ହେଲେ OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ବିଜୟଙ୍କ ଅଚଳାଚଳ ସମ୍ପତ୍ତି ସାମନାକୁ ଆସିଥିଲା। ଏଥିସହ ତାଙ୍କର କୋଟି କୋଟି ମୂଲ୍ୟର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇ ଯାଇଥିଲେ। ଏହି ଘଟଣାରେ ଆଜି ବିଜୟ ମଙ୍ଗରାଜ ବନ୍ଧା ହୋଇଛନ୍ତି।

Advertisment

ଗତକାଲି ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ବିଜୟ ମଙ୍ଗରାଜଙ୍କର ଭୁବନେଶ୍ୱରର ପଳାଶୁଣୀରେ ଥିବା ୨ଟି କୋଠା ଠାବ କରିଥିଲେ। ସେଥିମଧ୍ୟରୁ ଗୋଟିଏ ଦୁଇ ମହଲା ବିଶିଷ୍ଟ ଓ ଅନ୍ୟଟି ଏକ ମହଲା ବିଶିଷ୍ଟ ବୋଲି ଜଣାଯାଇଛି। ଏହାବାଦ ତାଙ୍କର ଭୁବନେଶ୍ୱରର ଦାମୀ ଆପାର୍ଟମେଣ୍ଟ Z-1ରେ ଏକ ଫ୍ଲାଟ ଥିବା ଜଣାଯାଇଛି। ଏଥିସହ ବାବୁଙ୍କର କେରଳର ଏର୍ଣ୍ଣାକୁଲମ୍‌ରେ ଏକ ବଙ୍ଗଳା ରହିଛି।

କେବଳ ଏତିକି ନୁହେଁ, ବାବୁଙ୍କର ବିଭିନ୍ନ ବ୍ୟାଙ୍କରେ ୧ କୋଟି ୪୭ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରାଶି ରହିଥିବା ବେଳେ ତାଙ୍କ ଘରୁ ପ୍ରାୟ ୫୦୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି। ଗତକାଲି ହୋଇଥିବା ଚଢ଼ାଉରେ ୮ ଜଣ DSP, ୮ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।

Advertisment
Arrest Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe