Advertisment

ପୁଳା ପୁଳା ଟଙ୍କା ନେଇ କୁଆଡ଼େ ଯାଉଥିଲେ ବିଜେଡି ନେତ୍ରୀ ?

ଅପୂର୍ବାଙ୍କ ଯେଉଁ ଗାଡ଼ିରୁ ଟଙ୍କା ଜବତ ହୋଇଛି ସେହି ଗାଡ଼ିର ନମ୍ବର ‘ଓଡି୦୨ବିଏମ୧୫୧୭’ ଓ ଏହି ଗାଡ଼ିଟି ଅରୂପ ଦାଶଙ୍କ ନାଁରେ ରେକର୍ଡଭୁକ୍ତ ହୋଇଛି ।

author-image
Manoj Swain

ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲା ଉଲ୍ଲଘଂନ କରି ବିଜେଡିର ଜଣେ ନେତ୍ରୀ ପୁଳାପୁଳା ଟଙ୍କା ସହ ଧରାପଡ଼ିଛନ୍ତି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେଡି ବିପୁଳ ପରିମାଣର ଟଙ୍କା ବାଂଟୁଛି ବୋଲି ବିଜେପି କରୁଥିବା ଅଭିଯୋଗକୁ ଦଳୀୟ ନେତ୍ରୀ ସତ ପ୍ରମାଣିତ କରିଛନ୍ତି। ତାଙ୍କ ଗାଡ଼ିରୁ ପ୍ରାୟ ୧୩ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ଉକ୍ତ ବିଜେଡି ନେତ୍ରୀ ଜଣଙ୍କ ହେଲେ ଅପୂର୍ବା ଅପରୂପା ବୋଲି ସୂଚନା ମିଳିଛି। ଗତକାଲି ଭୁବନେଶ୍ୱର ଫେରୁଥିବାବେଳେ ପୁରୁଣାକଟକ ଥାନା ଅନ୍ତର୍ଗତ କରଡ଼ାକୋଠା ଠାରେ ଚାଲିଥିବା ଚେକିଂରେ ତାଙ୍କ ଗାଡ଼ି ଫସିଯାଇଥିଲା । ଅପୂର୍ବାଙ୍କ ଯେଉଁ ଗାଡ଼ିରୁ ଟଙ୍କା ଜବତ ହୋଇଛି ସେହି ଗାଡ଼ିର ନମ୍ବର ‘ଓଡି୦୨ବିଏମ୧୫୧୭’ ଓ ଏହି ଗାଡ଼ିଟି ଅରୂପ ଦାଶଙ୍କ ନାଁରେ ରେକର୍ଡଭୁକ୍ତ ହୋଇଛି । 

Advertisment
2024 General Election BjD Odisha