ରାଜଧାନୀରେ ବଡ଼ ଧରଣର ଆଇଟି ରେଡ ହୋଇଛି। ଓଲ୍ଡ ପୋଷ୍ଟ ଅଫିସ ଲେନ୍ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ଏକ ଫ୍ଲେକ୍ସ ପ୍ରିଣ୍ଟ ମିଡିଆ ହାଉସ ଉପରେ ଆଜି ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି।
ଚଢ଼ାଉ ଚାଲିଥିବା ବେଳେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ସୂଚନା ରହିଛି। ଏହି ଟଙ୍କା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବୋଲି ଜଣାଯାଇଛି। ଏହି ଫ୍ଲେକ୍ସ ପ୍ରିଣ୍ଟ ମିଡିଆ ହାଉସରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପୋଷ୍ଟର ଓ ବ୍ୟାନର ଛପା ଯାଉଥିବା ସୂଚନା ରହିଛି। ଏନେଇ ସଂପୃକ୍ତ ମିଡିଆ ହାଉସ ମାଲିକ କିମ୍ବା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।
Also Read
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହାଇକୋର୍ଟଙ୍କ ନିର୍ଦ୍ଦେଶ ନମାନି ହରଡ଼ଘଣାରେ ଜିଲ୍ଲା ଶିକ୍ଷା ଅଧିକାରୀ
ବାରିପଦା ଟାଉନ ଥାନା ପୁଲିସ ମଧ୍ୟ କହିଛି ଯେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଠିକ୍ ସମୟରେ ନେଇ ହାଇକୋର୍ଟରେ ହାଜର କରାଯିବ।
Accident
ବାଇକ ଚାଳକଙ୍କୁ ଧକ୍କା ଦେଇ ୩୦କିମି ଯାଏଁ ଘୋଷାଡ଼ି ନେଲା ତହସିଲଦାରଙ୍କ ଗାଡ଼ି
ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗାଡ଼ି ଭିତରେ ଥିବା ତହସିଲଦାର ନିଲମ୍ବିତ, ଡ୍ରାଇଭର ଗିରଫ।
Crime
ଲୋନ୍ ମଞ୍ଜୁର କରିବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର
ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ଦେହୁରୀଙ୍କ ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
କୋଟାରେ ପୁଣି ଜୀବନ ହାରିଲେ ଛାତ୍ର; ଏ ବର୍ଷ ଗଲାଣି ୧୭ ଜୀବନ
ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର। ୧୬ ବର୍ଷୀୟ ଛାତ୍ର ଆଇଆଇଟି-ଜେଇଇ ପାଇଁ କରୁଥିଲେ ପ୍ରସ୍ତୁତି।
Crime
ନିରଞ୍ଜନଙ୍କ ଘରେ ଇଡି ରେଡ୍, ୧୦ ଘଣ୍ଟା ପରେ ବାହାରିଲେ
ନିରଞ୍ଜନଙ୍କ ନୟାପଲ୍ଲୀ ଘର ସହିତ ଭୁବନେଶ୍ୱରର ଆଉଏକ ସ୍ଥାନ ଓ ଦିଲ୍ଲୀ ଘରେ ଆଜି ଏକକାଳୀନ ରେଡ୍ କରିଥିଲା ଇଡି।