/odisha-reporter/media/post_attachments/uploadimage/library/16_9/16_9_0/IMAGE_1708915272.jpg)
Dowery Death
ସଂସାର ଉଜାଡ଼ି ଦେଲା ଯୌତୁକ ଲୋଭ। ଜଣେ ବଧୂକୁ ତାର ଶ୍ୱଶୁର ଘର ଲୋକ ଯୌତୁକ ପାଇଁ ମାରି ଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ମୃତ ମହିଳା ଜଣଙ୍କ ହେଲେ ଝିଲି ସେଠୀ।
ଅଭିଯୋଗ ଅନୁସାରେ, ଝିଲି ଗତ ୩ ବର୍ଷ ତଳେ ସାମନ୍ତରାପୁରର ଚନ୍ଦନ ସେଠୀଙ୍କୁ ବିବାହ କରିଥିଲେ। ମାତ୍ର ବିବାହ ପରଠାରୁ ଶାଶୁଘର ଲୋକେ ସୁନା ଚେନ୍ ଓ କାର୍ ଦାବି କରି ଝିଲିଙ୍କୁ ସବୁବେଳେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଥିବା ପରିବାର ଲୋକେ ଅଭିଯୋଗ। ଶନିବାର ଦିନ ଝିଲିଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଶ୍ୱଶୁର ଲୋକ ଝିଲିଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଖବର ପାଇ ଝିଲିଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଝିଲିଙ୍କୁ ତାର ଶ୍ୱଶୁର ଲୋକ ମାରି ଦେଇଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି।
ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଲିଙ୍ଗରାଜ ଥାନା ପୁଲିସ ଘଟଣାର ତଦନ୍ତ କରି ଝିଲିଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।
ଝିଲିଙ୍କ ମା’ କହିଛନ୍ତି, ମୋ ଝିଅକୁ ଯୌତୁକ ପାଇଁ ତାର ଶ୍ୱଶୁର ଘର ଲୋକେ ମାରି ଦେଇଛନ୍ତି। ମୋତେ ଓ ମୋ ଝିଅକୁ ନ୍ୟାୟ ଦରକାର। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଝିଲିଙ୍କ ଶ୍ୱଶୁର ଘର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
