Advertisment

ହୋର୍ଡିଂ ଭୁଶୁଡ଼ିବା ଘଟଣା: ରାଜସ୍ଥାନରୁ ଆଡ୍‌ ଏଜେନ୍ସି ମାଲିକଙ୍କୁ ବାନ୍ଧିଲା ପୁଲିସ୍‌

ଭାବେଶଙ୍କ ବିଜ୍ଞାପନ ଏଜେନ୍ସି ଉକ୍ତ ବିରାଟକାୟ ହୋର୍ଡିଂକୁ ସେଠାରେ ଲଗାଇଥିଲା।

Mumbai

Mumbai

Advertisment

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବିଜ୍ଞାପନ ହୋର୍ଡିଂ ଭୁଶୁଡ଼ି ୧୬ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ପ୍ରଥମ ଗିରଫଦାରୀ ହୋଇଛି। ମୁମ୍ବାଇ ପୁଲିସ୍‌ ଆଜି ଇଗୋ ମିଡିଆ ପ୍ରାଇଭେଟ ଲିଃର ମାଲିକ ଭାବେଶ ଭିଣ୍ଡେଙ୍କୁ ଗିରଫ କରିଛି। ଘଟଣା ପର ଠାରୁ ଭାବେଶ ଫେରାର ହୋଇ ଯାଇଥିଲେ। ଆଜି ତାଙ୍କୁ ରାଜସ୍ଥାନର ଉଦୟପୁର ଠାରେ ଥିବା ଗୋଟିଏ ହୋଟେଲରୁ ଗିରଫ କରାଯାଇଛି।

Advertisment

ଭାବେଶଙ୍କ ବିଜ୍ଞାପନ ଏଜେନ୍ସି ଉକ୍ତ ବିରାଟକାୟ ହୋର୍ଡିଂକୁ ସେଠାରେ ଲଗାଇଥିଲା। ସୋମବାର ଘାଟକୋପର ଅଞ୍ଚଳରେ ଥିବା ପୁଲିସ୍‌ ଗ୍ରାଉଣ୍ଡ ପେଟ୍ରୋଲ ପମ୍ପ ଉପରେ ଭୟଙ୍କର ଧୂଳିଝଡ଼ ଯୋଗୁ ହୋର୍ଡିଂଟି ଖସି ପଡ଼ିଥିଲା। ଫଳରେ ଏହା ତଳେ ଥିବା ୧୦୦ ଅଧିକ ଲୋକ ଚାପି ହୋଇ ଯାଇଥିଲେ। ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୪ ଜଣ ଆହତ ହୋଇଥିଲେ।

ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ ଭାବେଶ ଅଭ୍ୟାସଗତ ଅପରାଧୀ। ତାଙ୍କ ନାମରେ ଦୁଷ୍କର୍ମ ସମେତ ୨୩ଟି ମାମଲା ରୁଜୁ ହୋଇଛି। କିଛି ମାମଲାରେ ସେ ଜେଲ୍ ଯାଇଥିବା ବେଳେ ଜାମିନରେ ବାହାରକୁ ଆସିଥିଲେ। ଭାବେଶ ଭିଣ୍ଡେ ୨୦୦୯ ମସିହାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ।

Advertisment

ମାତ୍ର ସେ ନିର୍ବାଚନ ହାରି ଯାଇଥିଲେ। ଉକ୍ତ ସମୟରେ ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ନାଁରେ ୨୩ଟି ମାମଲା ରୁଜୁ ହୋଇଥିବା ଉଲ୍ଲେଖ ଥିଲା। ଗତ କିଛି ବର୍ଷ ହେଲା ଭିଣ୍ଡେ ହୋର୍ଡିଂ ଓ ବ୍ୟାନର ଲଗାଇବା ନିମନ୍ତେ ରେଲୱେ, ମୁମ୍ବାଇ ମହାନଗର ନିଗମ, ବିଏମସିରୁ ବହୁ ଟେଣ୍ଡର ହାତେଇଥିଲେ। ଏହି ସବୁ କାମ ନିମନ୍ତେ ସେ ବହୁ ଥର ନିୟମ ଉଲ୍ଲଘଂନ କରିଥିବା ଜଣାପଡ଼ିଛି।

ଭାବେଶ ପ୍ରଥମେ ଗୁଜୁ ଆଡ ନାମକ ଏକ କମ୍ପାନୀ ଚଳାଉଥିବା ବେଳେ କମ୍ପାନୀ ବିରୋଧରେ ବହୁ ମାମଲା ରୁଜୁ ହୋଇଥିଲା। ଏହାପରେ ନଗରପାଳିକା ତାଙ୍କ କମ୍ପାନୀକୁ ବ୍ଲାକ ଲିଷ୍ଟ କରିବାରୁ ସେ ଏଗୋ ମିଡିଆ ନାମକ କମ୍ପାନୀ ସ୍ଥାପନ କରିଥିଲେ। ଏହି କମ୍ପାନୀ ଅଧୀନରେ ବହୁ ଟେଣ୍ଡର ହାତେଇ ସେ ବହୁ ଅନିୟମିତ କାମ କରୁଥିଲେ। କେତେବେଳେ ବିନା ଅନୁମତିରେ ବଡ଼ ବଡ଼ ହୋର୍ଡିଂ ଲଗାଉଥିଲେ ତ କେତେବେଳେ ମନ ଇଚ୍ଛା ବଡ଼ ବଡ଼ ଗଛ କାଟି ପକାଉଥିଲେ।

Mumbai Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe