Advertisment

ଇସ୍ରାଏଲ କଲା ଜୋରଦାର ଆକ୍ରମଣ, ବନ୍ଧକଙ୍କୁ ମାରି ଦେବାକୁ ହମାସ୍‌ର ଧମକ

ସମୟ ଯେତେ ବିତୁଛି ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଘମାଘୋଟ ପରିସ୍ଥିତି ଅଧିକ ବିଗୁଡ଼ୁଛିା ହମାସ୍ ଆତଙ୍କବାଦୀଙ୍କ ଉପରେ ହମଲାକୁ ଅଧିକ ଜୋରଦାର କରିଛି ଇସ୍ରାଏଲ୍ ।

author-image
Niharika Rout
Attack

Attack

ସମୟ ଯେତେ ବିତୁଛି ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଘମାଘୋଟ ପରିସ୍ଥିତି ଅଧିକ ବିଗୁଡ଼ୁଛିା ହମାସ୍ ଆତଙ୍କବାଦୀଙ୍କ ଉପରେ ହମଲାକୁ ଅଧିକ ଜୋରଦାର କରିଛି ଇସ୍ରାଏଲ୍ । ଗାଜାପଟ୍ଟି ଉପରେ ଘନ ଘନ ବୋମାମାଡ଼ ପରେ ଏବେ ସ୍ଥଳ ପଥରେ ଅପରେସନ୍ ଆରମ୍ଭ ହୋଇଛିା

Advertisment

ଗତକାଲି ରାତିରୁ ଇସ୍ରାଏଲ୍ ସେନା ଗାଜାରେ ପ୍ରବେଶ କରିବା ସହ ଏନକାଉଣ୍ଟର୍ ଆରମ୍ଭ କରିଛିା ହମାସ୍‌ର ଆତଙ୍କୀ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରାଯାଉଛିା ତାସହ ବିଭିନ୍ନ ସ୍ଥାନରେ ଅପହୃତ ହୋଇଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ଚାଲିଛିା

ଅନ୍ୟପଟେ ବନ୍ଧକ ରଖିଥିବା ଶହ ଶହ ଇସ୍ରାଏଲ୍ ନାଗରିକଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଛି ହମାସ୍ । ଗାଜା ଉପରେ ଏୟାର ଷ୍ଟ୍ରାଇକକୁ ବନ୍ଦ ନକଲେ ଏହାର ଚରମ ପରିସ୍ଥିତି ଭୋଗିବାକୁ ପଡ଼ିବ ବୋଲି ବିବୃତି ଜାରି କରିଛନ୍ତି ହମାସ୍ ଆତଙ୍କବାଦୀ ।

Advertisment

ଗାଜା ସୀମାରେ ଗତ ଦୁଇ ଦିନ ତଳେ ଏକ ନେଚର୍ ପାର୍ଟି ଚାଲିଥିବା ବେଳେ ଶତାଧିକ ସଂଖ୍ୟାରେ ଥିବା ଇସ୍ରାଏଲ୍ ଓ ଅନ୍ୟ ଦେଶର ନାଗରିକଙ୍କୁ ଅପହରଣ କରିଥିଲେ ହମାସ୍ ଆତଙ୍କବାଦୀ । ସେମାନଙ୍କୁ ମୁକୁଳାଇବା ଏବେ ଇସ୍ରାଏଲ୍ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛିା

Israel-Palestine Conflict War Israel-Palestine War