Advertisment

ଝାଡ଼ଖଣ୍ଡରୁ ରାଇରଙ୍ଗପୁର ଚାଲାଣ କରୁଥିଲେ ବଜ୍ରକାପ୍ତା, ୮ ଧରାପଡ଼ିଲେ

ସେମାନଙ୍କ ଠାରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଲେଖାଏଁ ବୁଲେଟ ଓ ସ୍କୁଟି ସହ ୮ଟି ମୋବାଇଲ ଜବତ ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Pangolin rescue

Pangolin rescue

ଝାଡ଼ଖଣ୍ଡରୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଚାଲାଣ ହେଉଥିଲା ବଜ୍ରକାପ୍ତା। ବାଟରେ ଧରିଲା ବନ ବନ ବିଭାଗ। ବଜ୍ରକାପ୍ତା ଚୋରାଚାଲାଣରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରାଇଛି। ସେମାନଙ୍କ ଠାରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଲେଖାଏଁ ବୁଲେଟ ଓ ସ୍କୁଟି ସହ ୮ଟି ମୋବାଇଲ ଜବତ ହୋଇଛି। ଶିମିଳିପାଳ ସାଉଥ ଡିଭିଜନ ଓ ରାଇରଙ୍ଗପୁର ବନ ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ରାଇରଙ୍ଗପୁର ନିକଟରୁ ଏହି ବଜ୍ରକାପ୍ତା ଓ ବନ୍ୟଜନ୍ତୁ ଚୋରା କାରବାର ରାକେର୍ଟକୁ କାବୁ କରାଯାଇଛି।

Advertisment

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧିକାରୀ ସମ୍ରାଟ ଗୌଡା କହିଛନ୍ତି, ସେମାନେ ଏହି ବଜ୍ରକାପ୍ତାକୁ କାହାକୁ ବିକିଥାନ୍ତେ ତଦନ୍ତ ଚାଲିଛି। ଗିରଫ ଅଭିଯୁକ୍ତ ମଧ୍ୟରେ ରାଇରଙ୍ଗପୁର ଏବଂ ଝାଡାଖଣ୍ଡ ଅଞ୍ଚଳର ବ୍ୟକ୍ତିମାନେ ଅଛନ୍ତି।

Odisha Forest Department Animal Smuggling Balasore Mayurbhanj