Pangolin rescue
ଝାଡ଼ଖଣ୍ଡରୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଚାଲାଣ ହେଉଥିଲା ବଜ୍ରକାପ୍ତା। ବାଟରେ ଧରିଲା ବନ ବନ ବିଭାଗ। ବଜ୍ରକାପ୍ତା ଚୋରାଚାଲାଣରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରାଇଛି। ସେମାନଙ୍କ ଠାରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଲେଖାଏଁ ବୁଲେଟ ଓ ସ୍କୁଟି ସହ ୮ଟି ମୋବାଇଲ ଜବତ ହୋଇଛି। ଶିମିଳିପାଳ ସାଉଥ ଡିଭିଜନ ଓ ରାଇରଙ୍ଗପୁର ବନ ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ରାଇରଙ୍ଗପୁର ନିକଟରୁ ଏହି ବଜ୍ରକାପ୍ତା ଓ ବନ୍ୟଜନ୍ତୁ ଚୋରା କାରବାର ରାକେର୍ଟକୁ କାବୁ କରାଯାଇଛି।
ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧିକାରୀ ସମ୍ରାଟ ଗୌଡା କହିଛନ୍ତି, ସେମାନେ ଏହି ବଜ୍ରକାପ୍ତାକୁ କାହାକୁ ବିକିଥାନ୍ତେ ତଦନ୍ତ ଚାଲିଛି। ଗିରଫ ଅଭିଯୁକ୍ତ ମଧ୍ୟରେ ରାଇରଙ୍ଗପୁର ଏବଂ ଝାଡାଖଣ୍ଡ ଅଞ୍ଚଳର ବ୍ୟକ୍ତିମାନେ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1690954197.jpeg)