/odisha-reporter/media/post_attachments/uploadimage/library/16_9/16_9_0/Pannun_1696950088.jpg)
Pannun
ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ହମାସ ଯେଉଁଭଳି ଆକ୍ରମଣ କରିଛି, ଠିକ ସେଭଳି ଢଙ୍ଗରେ ଭାରତ ଉପରେ ମଧ୍ୟ ଆକ୍ରମଣ କରାଯିବ ବୋଲି ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ ଧମକ ଦେଇଛି।
ଏବେ ପନ୍ନୁନର ଭାଇରାଲ ହେଉଥିବା ଭିଡିଓରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରୁ କିଛି ଶିଖିବା ପାଇଁ କହିଛି। ଏଥିସହ ସମାନ ପ୍ରତିକ୍ରିୟା ଭାରତରେ ମଧ୍ୟ ସୃଷ୍ଟି ହେଇପାରେ ବୋଲି ପନ୍ନୁନ ଧମକ ଦେଇଛି।
ବ୍ୟାନ ହୋଇଥିବା ଶିଖ ଫର ଜଷ୍ଟିସ(ଏସ୍ଏଫଜେ)ର ମୁଖ୍ୟ ପନ୍ନୁନ୍ କହିଛି ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ-ପାଲେଷ୍ଟାଇନ ବିବାଦରୁ ଶିକ୍ଷା ଲାଭ କରିବା ଉଚିତ୍ । ପଞ୍ଜାବରୁ ପାଲେଷ୍ଟାଇନ ଯାଏ ବେଆଇନ ଦଖଲ ଅଧୀନରେ ଥିବା ଲୋକମାନେ ଏବେ ପ୍ରତିକ୍ରିୟା ପ୍ରକାଶ କରିବେ।
ହିଂସା କେବଳ ଭୟଙ୍କର ହିଂସା ଦେଖାଯିବ। ଯଦି ଭାରତ ପୂର୍ବଭଳି ପଞ୍ଜାବକୁ ଦଖଲ କରି ରଖିବ, ତା’ହେଲେ ନିଶ୍ଚିତ ପ୍ରତିକ୍ରିୟା ପ୍ରକାଶ ପାଇବ। ଭାରତ ଓ ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ଦାୟୀ ରହିବେ।
ଏସଏଫଜେ ବାଲାଟ ଓ ଭୋଟରେ ବିଶ୍ୱାସ କରେ। ପଞ୍ଜାବର ମୁକ୍ତି ନିଶ୍ଚିତ। ବାଲାଟ ନା ବୁଲେଟ, ତାହା ଭାରତ ଏବେ ସ୍ଥିର କରୁ ।” ଏହାପୂର୍ବରୁ ମଧ୍ୟ ପନ୍ନୁନ ଅନେକ ଥର ଭାରତକୁ ଧମକ ଦେବାର ନଜିର ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
