Advertisment

ଦମ୍ପତି, ଦୁଇ ପିଲା ଓ ୩ କୁକୁରଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା

୩୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ଫରେନ୍ସିକ ଟିମ ଘଟଣା ସ୍ଥଳରୁ ବିଭିନ୍ନ ପ୍ରକାରର ପ୍ରମାଣ ଯୋଗାଡ଼ କରିଛି।

author-image
Hemant Lenka
USA

USA

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଘର ଭିତରକୁ ମିଳିଛି ଜଣେ ଦମ୍ପତି, ସେମାନଙ୍କର ଦୁଇ ଛୋଟ ପିଲା ଓ ସେମାନେ ରଖିଥିବା ୩ କୁକୁରଙ୍କ ରକ୍ତାକ୍ତ ମୃତଦେହ। ଏହାକୁ କେହି ବା କିଛି ଲୋକ ଗୁଳି କରି ହତ୍ୟା କରିଥିବା କୁହାଯାଉଛି। କାରଣ ସମସ୍ତଙ୍କ ଦେହରେ ଗୁଳିମାଡ଼ରେ ଚିହ୍ନ ରହିଛି। ଆମେରିକାର ଚିକାଗୋରେ ଏଭଳି ଘଟଣା ଘଟଣା ଘଟିଛି। ରୋମେଓଭିଲ୍ଲେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

Advertisment

ରବିବାର ସ୍ଥାନୀୟ ସମୟ ରାତି ୮.୪୦ରେ ସମସ୍ତଙ୍କ ମୃତଦେହ ପୁଲିସ ଠାବ କରିଥିଲା। ଗୋଟିଏ ପ୍ୟାଟ୍ରୋଲିଂ ଗାଡ଼ି ଘଟଣା ସ୍ଥଳରେ ବୁଲୁଥିଲା। ଏହି ସମୟରେ ସେଠାରେ ଥିବା ଗୋଟିଏ ଘରକୁ ପୁଲିସ୍‌ କର୍ମଚାରୀମାନେ ଭଲମନ୍ଦ ବୁଝିବାକୁ ଯାଇଥିଲା।

ଏହି ସମୟରେ ଘର ଭିତରେ ଆଲର୍ବେଟୋ ରୋଲୋନ, ଜୋରାଇଡା ବାରଟୋଲୋମେଇ, ସେମାନଙ୍କର ଦୁଇ ପିଲା ୧୦ ବର୍ଷୀୟ ଆଡରିଲ ଓ ୭ ବର୍ଷୀୟ ଡିଆଗୋଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେହିପରି ଘରେ ରହୁଥିବା ୩ କୁକୁରଙ୍କ ରକ୍ତାକ୍ତ ମୃତଦେହ ମଧ୍ୟ ମିଳିଥିଲା। ଶନିବାର ରାତି କିମ୍ବା ରବିବାର ଭୋର ସମୟରେ ସମସ୍ତଙ୍କୁ ଗୁଳି କରାଯାଇଥିବା ଜଣାପଡ଼ିଛି।

Advertisment

ରୋମେଓଭିଲ୍ଲେ ପୁଲିସ୍‌ର ଉପ ମୁଖ୍ୟ କ୍ରିସ ବୁର୍ଣ୍ଣେ କହିଛନ୍ତି, ଏହା ହତ୍ୟା କିମ୍ବା ଆତ୍ମହତ୍ୟା ହୋଇଥାଇ ପାରେ। ପୁଲିସ୍‌ ପ୍ରାଥମିକ ଭାବେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ଏଯାଏ କାହାକୁ ବି ଗିରଫ କରାଯାଇ ନାହିଁ।

୩୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ଫରେନ୍ସିକ ଟିମ ଘଟଣା ସ୍ଥଳରୁ ବିଭିନ୍ନ ପ୍ରକାରର ପ୍ରମାଣ ଯୋଗାଡ଼ କରିଛି। ଏହାକୁ ଆଧାର କରି ତଦନ୍ତ ଆଗକୁ ବଢ଼ୁଥିବା ସେ କହିଛନ୍ତି।

Murder USA