Advertisment

ଖାଇବା ନେଇ ଆସିଥିଲେ ବାପା ମାଆ, ଦେଖିଲେ ହଷ୍ଟେଲରେ ଝୁଲୁଛି ପୁଅର ମୃତଦେହ

ଖଡ଼ଗପୁର ଆଇଆଇଟିରେ ଛାତ୍ର ଆତ୍ମହତ୍ୟା। ହଷ୍ଟେଲରେ ପୁଅକୁ ଭେଟିବାକୁ ଯାଇଥିବାବେଳେ ମୃତଦେହ ଝୁଲୁଥିବା ଦେଖିଲେ ବାପା ମାଆ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Student Death

Student Death

ଖଡଗପୁର ଆଇଆଇଟିରେ ଇଞ୍ଜିନିୟରିଂ ପଢ଼ୁଥିବା ନିଜ ପୁଅକୁ ଭେଟିବାକୁ ଯାଇଥିଲେ ବାପା ମାଆ। ପ୍ରତି ରିବାବର ଭଳି ଏଥର ମଧ୍ୟ ପୁଅ ପାଇଁ ତା' ମନ ପସନ୍ଦର ଖାଦ୍ୟ ତିଆରି କରି ନେଇଥିଲେ। ହେଲେ ଯାହା ଦେଖିଲେ, ପାଦ ତଳୁ ମାଟି ଖସିଗଲା। ବାପା ମାଆଙ୍କ ଡାକ ପୁଅ ନଶୁଣିବାରୁ ହଷ୍ଟେଲ ରୁମ କବାଟ ଭଙ୍ଗା ଯାଇଥିଲା। ଆଉ ରୁମ ଭିତରେ ପଙ୍ଖାରେ ଝୁଲୁଥିଲା ବଢ଼ିଲା ପୁଅର ମୃତଦେହ।

Advertisment

ସୂଚନା ଅନୁସାରେ ଆଇଆଇଟି ଖଡ଼ଗପୁରରେ ଶ୍ୱାନ ମଲିକ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ତୃତୀୟ ବର୍ଷରେ ପଢ଼ୁଥିଲେ। ସେ ଏଠାରେ ଆଜାଦ ହଲ୍ ଛାତ୍ର ନିବାସରେ ରହୁଥିଲେ। ଖଡ଼ଗପୁର ଆଇଆଇଟି ନିର୍ଦ୍ଦେଶକ ଅମିତ ପାତ୍ରଙ୍କ କହିବା ଅନୁସାରେ ଶ୍ୱାନଙ୍କୁ ଭେଟିବାକୁ ପ୍ରତି ରବିବାର ଭଳି ଏଥର ମଧ୍ୟ ତାଙ୍କ ବାପା ମାଆ ଆସିଥିଲେ। ହେଲେ ବହୁତ ଡାକିବା ପରେ ମଧ୍ୟ ପୁଅ ନଶୁଣିବାରୁ ସୁରକ୍ଷା କର୍ମୀଙ୍କ ସହଯୋଗରେ କବାଟ ଭାଙ୍ଗିବାକୁ ପଡ଼ିଥିଲା। ଆଉ ଭିତରେ ଶ୍ୱାନଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ସେ କଣ ପାଇଁ ଏଭଳି ଚରମ ପଦକ୍ଷେପ ନେଲେ, ତାହା ସ୍ପଷ୍ଟ ହୋଇନାହିଁ। ଏପରିକି ଘଟଣାସ୍ଥଳରୁ କୌଣସି ସୁଇସାଇଡ ନୋଟ ମଧ୍ୟ ମିଳିନାହିଁ।

ଆଇଆଇଟି ନିର୍ଦ୍ଦେଶକ କହିଛନ୍ତି ଯେ ଶ୍ୱାନ ପାଠ ପଢ଼ାରେ ବହୁତ ଆଗ୍ରହୀ ଥିଲେ। ସବୁ ଶିକ୍ଷକଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ଥିଲା। ପାଠ ପଢ଼ା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ସେ କାହା ସହ ଆଲୋଚନା କରନ୍ତି ନାହିଁ। ତେବେ ଗତ କିଛିଦିନ ତଳେ ଏଠାରେ ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟଙ୍କର ମୃତ୍ୟୁ ହୋଇଥିଲା। ହେଲେ ଏହି ଘଟଣା ସହ ଶ୍ୱାନଙ୍କ ଆତ୍ମହତ୍ୟାର କୌଣସି ସମ୍ପର୍କ ନଥିବା ସେ କହିଛନ୍ତି। ଅନ୍ୟପଟେ ଶ୍ୱାନଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏହାର ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Advertisment

ଉଲ୍ଲେଖ ଯୋଗ୍ୟ, ବିଗତ କିଛି ବର୍ଷ ମଧ୍ୟରେ ଆଇଆଇଟି ଖଡ଼ଗପୁରରେ ଛାତ୍ର ଆତ୍ମହତ୍ୟାର ଅନେକ ଘଟଣା ସାମ୍ନାକୁ ଆସିଛି। ଗତବର୍ଷ ଜୁନ ମାସରେ ଦେବିକା ପିଲ୍ଲାଇ ନାମକ ଛାତ୍ରୀ ଏଠାରେ କଲେଜ କ୍ୟାମ୍ପସରେ ଝୁଲି ପଡ଼ିଥିଲେ। ସମାନ ଭାବରେ ୨୦୨୩ ଓ ୨୦୨୨ରେ ମଧ୍ୟ ଆଇଆଇଟି ଖଡଗପୁରରୁ ଏଭଳି ଛାତ୍ର ଆତ୍ମହତ୍ୟାର ଏକାଧିକ ମାମଲା ସାମ୍ନାକୁ ଆସିଛି।

Student Suicide IIT Kharagpur Engineering Student Suicide Student Suicide In IIT Kharagpur