Advertisment

୧୦ ହଜାର ଟଙ୍କା ପାଇଁ ଝିଅକୁ ପର କରି ଦେଲେ ବାପାମା; ଉଦ୍ଧାର କଲା ଚାଇଲ୍ଡଲାଇନ

ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଦ୍ୟତନ ହୋଇଛି
Baby

Baby

Advertisment

ପୁଅଟିଏ ହେବା ପାଇଁ ଆଶା ରଖିଥିଲେ ବାପାମା’। ହେଲେ ଝିଅଟି ଜନ୍ମ ହେବାରୁ ବାପାମା’ଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ି ଯାଇଥିଲା। ଶେଷରେ ବାପା ମା’ ପାଲଟିଗଲେ ରାକ୍ଷସ। ଯାହାକୁ ଦୁନିଆର ଆଲୋକ ଦେଖାଇଥିଲେ, ସେହି ନବଜାତ ଝିଅକୁ ସାମାନ୍ୟ କେତେଟା ଟଙ୍କା ପାଇଁ ଅନ୍ୟ ହାତକୁ ଟେକିଦେଲେ। ମାତ୍ର ୧୦ ହଜାର ଟଙ୍କା ପାଇଁ ଜନ୍ମର କେଇଁ ଘଣ୍ଟା ପରେ କଅଁଳ ଛୁଆଟିକୁ ବିକ୍ରି କରିଦେଲେ ବାପାମା’। ଗ୍ରାମବାସୀ ଏନେଇ ଚାଇଲ୍ଡ ଲାଇନ ନିକଟରେ ଅଭିଯୋଗ କରିଥିଲେ। ପରେ ଚାଇଲ୍ଡ ଲାଇନ ପିଲାଟିକୁ ଉଦ୍ଧାର କରି ବାପାମା’ଙ୍କୁ ହସ୍ତାନ୍ତର କରିଛନ୍ତି।

Advertisment

ଭୋଗରାଇ ବ୍ଲକ ତଲାଡି ଗାଁର ସୁଷମା ଦାସ ନାମ୍ନୀ ମହିଳା ଗତ ସୋମବାର ଦିନ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ସୁଷମାଙ୍କର ପୂର୍ବରୁ ଝିଅଟିଏ ଥିଲା। ଏଥିପାଇଁ ସୁଷମା ଓ ତାଙ୍କ ସ୍ୱାମୀ ପୁଅଟିଏ ହେବା ପାଇଁ ଆଶା ରଖିଥିଲେ। ହେଲେ ପୁଣି  ଝିଅଟିଏ ଜନ୍ମ ହେବାରୁ ଉଭୟଙ୍କ ମନ ଭାଙ୍ଗି ଯାଇଥିଲା। ନବଜାତକୁ ମେଡିକାଲର କର୍ମଚାରୀଙ୍କ ସହଯୋଗରେ ବିକ୍ରି କରିଦେବା ପାଇଁ ଯୋଜନା କରିଥିଲେ। ଶେଷରେ ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ।

ଦୁଇ ଦିନ ପରେ ମେଡିକାଲରୁ ଗାଁକୁ ଫେରିବା ପରେ ଗ୍ରାମବାସୀ ସୁଷମାଙ୍କୁ ଝିଅ ବିଷୟରେ ପଚାରି ଥିଲେ। ହେଲେ ସୁଷମା ଓ ତାଙ୍କ ସ୍ୱାମୀ ଗ୍ରାମବାସୀଙ୍କ ପ୍ରଶ୍ନରେ କିଛି ଉତ୍ତର ଦେଇ ନଥିଲେ। ଏନେଇ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ପରେ ଗ୍ରାମବାସୀ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ। ଚାଇଲ୍ଡ ଲାଇନ ତଲାଡି ଗାଁରେ ପହଞ୍ଚି ସୁଷମାଙ୍କୁ ପଚରାଉଚରା କରିଥିଲା। ସୁଷମା ଚାଇଲ୍ଡଲାଇନ ଆଗରେ ପିଲାଟିକୁ କାହାକୁ ଦେଇଥିଲେ କହିଥିଲେ। ଗତକାଲି ଚାଇଲ୍ଡ ଲାଇନ ଶିଶୁପୁତ୍ରକୁ ଉଦ୍ଧାର କରି ବାପାମା’ଙ୍କୁ ହସ୍ତାନ୍ତର କରିଛି।

Advertisment

ଅନ୍ୟପକ୍ଷରେ ସୁଷମା ଓ ତାଙ୍କ ସ୍ୱାମୀ ପିଲାଟିକୁ ବିକ୍ରି କରି ନାହାନ୍ତି ବୋଲି କହିଛନ୍ତି। ବରଂ ଜଣେ ସମ୍ପର୍କୀୟଙ୍କୁ ଦେଇଥିଲେ ବୋଲି କହିଛନ୍ତି। ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଚାଇଲ୍ଡ ଲାଇନର ଜଣେ ଅଧିକାରୀ କହିଛନ୍ତି, ଶିଶୁକନ୍ୟାକୁ ତା’ ବାପାମା’ ବିକ୍ରି କରିଦେଇଥିବା ଆମ ଖବର ପାଇଥିଲୁ। ପରେ ଠିକଣା ଜାଣି ଡିସିପି ସହାୟତାରେ ଶିଶୁକନ୍ୟାକୁ ଆଣିବାକୁ ଯାଇଥିଲୁ। ଯେଉଁମାନେ ଶିଶୁକନ୍ୟାକୁ ନେଇଥିଲେ ସେମାନେ ପିଲାଟିକୁ ଧରି ଆମ ପାଖକୁ ଆସୁଥିଲେ। ଆମେ ଅଧାବାଟରେ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲୁ ।

Balasore Baby , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe