Advertisment

ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ

ଘର ସାମ୍ନାରେ ଖେଳୁଥିଲା ୫ ବର୍ଷର କୁନି ଝିଅ ପରୀ। ହେଲେ ଘରକୁ ଫେରିନଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ପରୀଙ୍କ ପତ୍ତା ପାଇଲେ ନାହିଁ।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

High Court

ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ। ନୟାଗଡ଼ ସେସନ୍ସ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଓକିଲଙ୍କ ମାଧ୍ୟମରେ ଅଭିଯୁକ୍ତ ସରୋଜ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତା’ସହ ଦାୟର କରିଛନ୍ତି ମାମଲା।

Advertisment

ଘଟଣାର ପ୍ରାୟ ସାଢ଼େ ୪ ବର୍ଷ ପରେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ ଅଭିଯୁକ୍ତ ସରୋଜ ସେଠୀ ବିରୋଧରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ନୟାଗଡ଼ ଯଦୁପୁର ଅଞ୍ଚଳରୁ ୨୦୨୦ ଜୁଲାଇ ୧୪ ତାରିଖରେ ଜଣେ ୫ ବର୍ଷିୟ ଝିଅକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣାର ବିଚାର କରି ରାୟ ଶୁଣାଇଥିଲେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ।

ଘର ସାମ୍ନାରେ ଖେଳୁଥିଲା ୫ ବର୍ଷର କୁନି ଝିଅ ପରୀ। ହେଲେ ଘରକୁ ଫେରିନଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ପରୀଙ୍କ ପତ୍ତା ପାଇଲେ ନାହିଁ। ଏନେଇ ପରିବାର ଲୋକେ ଥାନାରେ ଲେଖିତ ଅଭିଯୋଗ କରିଥିଲେ। ହେଲେ ପ୍ରଥମେ ପୁଲିସ୍‌ ମାମଲା ରୁଜୁ କରିନଥିଲା। ପରୀ ନିଖୋଜରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସହଯୋଗୀଙ୍କ ହାତ ଥିବାରୁ ପୁଲିସ୍‌ ମାମଲା ରୁଜୁ କରୁନଥିବା ଅଭିଯୋଗ ହୋଇଥିଲା। ସେତେବେଳେ ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ମାମଲାରେ ପୁଲିସ୍‌ର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା।

Advertisment

ମାମଲା ସ୍ଥିତି ବାହାରକୁ ଯାଉଥିବା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବରିଷ୍ଠ ଆଇପିଏସ୍‌ ଅଫିସର ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ ତଦନ୍ତ ଆରମ୍ଭ କରିଥିଲା। ମାମଲାରେ ପୁରୀର ବାପା, ମାଆ ଓ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲା। ପରେ ପରୀ ର ଗଳିତ ଦେହାବଶେଷ ମିଳିଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ ଓ ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। 

Cuttack High Court