Advertisment

ବାସର ରାତି ପୂର୍ବରୁ ବରକୁ ଉଠାଇ ନେଲା ପୁଲିସ୍‌: ହେଲେ କ’ଣ ପାଇଁ?

ମେଡ଼ିକାଲ୍‌ରେ ପହଞ୍ଚିଲା ବେଳକୁ ଡ୍ୟୁଟିରେ ଥିବା ଡାକ୍ତର ସୌମେନ୍ଦ୍ର ସ୍ୱାଇଁ ଡାକ୍ତରଖାନାରେ ନଥିଲେ। ସେ ତାଙ୍କ କ୍ୱାର୍ଟର୍ସରେ ଶୋଇଥିଲେ। ରୋଗୀ ଆସିଥିବା ଜାଣି ସିକ୍ୟୁଟି ଗାର୍ଡ଼ ଡାକ୍ତରଙ୍କୁ ଡାକିଥିଲେ। ନିଦ ହୋଇ ଯାଇଥିବାରୁ ଡାକ୍ତର ସ୍ୱାଇଁ ଆସିନଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
DKL

DKL

Advertisment

ଆଜି ଥିଲା ଚତୁର୍ଥୀ। ରାତିରେ ହୋଇଥାଆନ୍ତା ବାସର ରାତି! ହେଲେ ତା’ ପୂର୍ବରୁ ବରକୁ ଉଠାଇ ନେଲା ପୁଲିସ୍‌। ହେଲେ କ’ଣ ପାଇଁ? ବାହାଘର ପରି ଉତ୍ସବର ମାହୋଲ୍‌ ଭିତରେ ଏମିତି କ’ଣ ହେଲା ଯେ ବରକୁ ଜେଲ୍‌ ଯିବାକୁ ପଡ଼ିଲା? କେବଳ ବର ନୁହେଁ, ତାଙ୍କ ସାନ ଭାଇ ମଧ୍ୟ ଜେଲ୍‌ ଯାଇଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରୁ ଆସିଛି ଏହି ଖବର।

Advertisment

ପରଜଙ୍ଗ ଥାନା ଦୋମୁହାଁଣୀ ଗାଁର ନିର୍ମଳଚନ୍ଦ୍ର ପରିଡା ୩ ଦିନ ତଳେ ବିବାହ କରିଥିଲେ। ବୈଦିନ ରୀତିନୀତିରେ ହୋଇଥିଲା ବାହାଘର। ବିବାହ ପରେ ନବ ବିବାହିତା ପତ୍ନୀ ଘରକୁ ଆସିଥିଲେ। ଏଥିପାଇଁ ଉତ୍ସବ ମୁଖର ହୋଇଥିଲା ଘର ଦୁଆର। ଶନିବାର ରାତି ପ୍ରାୟ ୯ଟାରେ ନବ ବିବାହିତା ପତ୍ନୀଙ୍କ ପେଟ ଯନ୍ତ୍ରଣା ହୋଇଥିଲା। ଧୀରେ ଧୀରେ ତାଙ୍କ ପେଟର ଯନ୍ତ୍ରଣା ବଢ଼ିଥିଲା। ମେଡ଼ିକାଲ୍‌ ନେବା ପାଇଁ ଗାଡ଼ି ଖୋଜା ହେଲା। ହେଲେ କୌଣସି ଚାରି ଚକିଆ ଗାଡ଼ି ମିଳିଲା ନାହିଁ। ତେଣୁ ନିର୍ମଳ ନିଜ ପତ୍ନୀଙ୍କୁ ଧରି ପରଜଙ୍ଗ ମେଡ଼ିକାଲ୍‌ ଆସିଥିଲେ। ସାଥୀରେ ଥିଲେ ନିର୍ମଳଙ୍କ ସାନ ଭାଇ। ରାତି ପ୍ରାୟ ୧୨ଟା ବେଳେ ସେମାନେ ମେଡ଼ିକାଲ୍‌ରେ ପହଞ୍ଚିଥିଲେ।

ମେଡ଼ିକାଲ୍‌ରେ ପହଞ୍ଚିଲା ବେଳକୁ ଡ୍ୟୁଟିରେ ଥିବା ଡାକ୍ତର ସୌମେନ୍ଦ୍ର ସ୍ୱାଇଁ ଡାକ୍ତରଖାନାରେ ନଥିଲେ। ସେ ତାଙ୍କ କ୍ୱାର୍ଟର୍ସରେ ଶୋଇଥିଲେ। ରୋଗୀ ଆସିଥିବା ଜାଣି ସିକ୍ୟୁରିଟି ଗାର୍ଡ଼ ଡାକ୍ତରଙ୍କୁ ଡାକିଥିଲେ। ନିଦ ହୋଇ ଯାଇଥିବାରୁ ଡାକ୍ତର ସ୍ୱାଇଁ ଆସିନଥିବା ଅଭିଯୋଗ ହୋଇଥିଲା। ଏହା ପରେ ନିର୍ମଳ ଓ ତାଙ୍କ ଭାଇ କ୍ୱାର୍ଟର୍ସକୁ ଯାଇ କଲିଂ ବେଲ୍‌ ମାରିଥିଲେ। ବାରମ୍ୱାର କଲିଂ ବେଲ୍‌ ମାରିବା ପରେ ଡାକ୍ତର ଉଠିଥିଲେ। ସେଠାରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ଯୁକ୍ତିତର୍କ ମାରପିଟ୍‌ରେ ପରିଣତ ହୋଇଥିଲା। ନିର୍ମଳ ଓ ତାଙ୍କ ଭାଇ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Advertisment

ଆଜି ଡାକ୍ତର ସ୍ୱାଇଁ ଏନେଇ ପର୍ଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ନିର୍ମଳ ଓ ତାଙ୍କ ଭାଇଙ୍କୁ ଗିରଫ କରିଛି। ସେପଟେ ନିର୍ମଳଙ୍କ ପରିବାର ଲୋକେ ଡାକ୍ତର ସ୍ୱାଇଁଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି, ଶନିବାର ବିଳମ୍ବିତ ରାତିରେ ଡାକ୍ତର ମେଡ଼ିକାଲ୍‌ରେ ନଥିଲେ। ତେଣୁ ତାଙ୍କୁ ଡାକିବା ପାଇଁ କ୍ୱାର୍ଟର୍ସକୁ ଯାଇଥିଲେ। ବାରମ୍ବାର କଲିଂ ବେଲ୍‌ ମାରିଥିଲେ ସୁଦ୍ଧା ଡାକ୍ତର ସ୍ୱାଇଁ କବାଟ ଖୋଲିନଥିଲେ। ବାରମ୍ୱାର କଲିଂ ବେଲ୍‌ ମାରିବା ପରେ ସେ ବହୁ ବିଳମ୍ବରେ କବାଟ ଖୋଲି ଖରାପ ବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ନିର୍ମଳ ଓ ଡାକ୍ତରଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହାର ଭିଡିଓ ଏବେ ଭାଇରଲ ହେଉଛି।

ତେବେ ନବବଧୂଙ୍କ ଅଭିଯୋଗ, ତାଙ୍କ ସ୍ୱାମୀଙ୍କୁ ସମସ୍ତଙ୍କ ଉପସ୍ଥିତିରେ ପ୍ରତିଶୋଧ ପରାୟଣ ହୋଇ ଥାନା ଭିତରେ ଡାକ୍ତର ମାଡ଼ ମାରିଛନ୍ତି। ଏ ନେଇ ମଧ୍ୟ ଅଭିଯୋଗ ହୋଇଛି। ହେଲେ ପୁଲିସ୍‌ ମାମଲା ରୁଜୁ କରିନି।

ରିପୋର୍ଟ-କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Crime Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe