ଅର୍କକ୍ଷେତ୍ର କୋଣାର୍କକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ବାଟରେ ଅଟକାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ କାରକୁ ଆକ୍ରମଣ । ସୂଚନା ଅନୁଯାୟୀ ଯେଉଁମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି ସେମାନେ କୋଣାର୍କ ଏନଏସି ତରଫରୁ ପାର୍କିଂ ଫି ଆଦାୟ କରୁଥିବା କର୍ମଚାରୀ। ଜଣେ ଯାତ୍ରୀ ପାର୍କିଂ ଫି ନଦେବାରୁ ଏଭଳି ଜୁଲୁମ କରୁଥିବାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି।