/odisha-reporter/media/post_attachments/uploads/2016/02/inspector.jpg)
inspector
ଖୋର୍ଦ୍ଧା: ବାଲେଶ୍ୱରର ପଠାଣ ମହଲାରେ ପୋଲିସ୍ ଚଢ଼ାଉ ବେଳେ ୨ ଭାଇଙ୍କ ମୃତ୍ୟୁ ମାମଲାରେ ପୋଲିସ୍ ଇନସପେକ୍ଟର ତାରିକ୍ ଅହମ୍ମଦଙ୍କୁ ସୋମବାର ଗିରଫ କରାଯାଇଛି। ତାଙ୍କୁ ଖୋର୍ଦ୍ଧାରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି।
Advertisment
୨୦୧୨ ମସିହାରେ ପଠାଣ ମହଲାରେ ମୃତ ଦୁଇ ଭାଇଙ୍କ ଘରେ ପୋଲିସ୍ ଇନସପେକ୍ଟର ତାରିକ୍ ଅହମ୍ମଦ ଚଢ଼ାଉ କରିଥିଲେ। ଏକ ମିଛ କେସ୍ରେ ଫସାଇ ୨ ଭାଇଙ୍କୁ ଗିରଫ ପାଇଁ ତାରିକ ଅହମ୍ମଦ ରେଡ୍ କରିଥିଲେ। ଏହି ସମୟରେ ଦୁଇ ଭାଇ ଆତ୍ମାହୂତି ଦେଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଆଜି ଇନସପେକ୍ଟର ତାରିକ୍ ଅହମ୍ମଦଙ୍କୁ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
