Advertisment

ପରିବାର ନିୟୋଜନ ଅପରେସନ ହେଲା କାଳ, ମହିଳାଙ୍କ ପରିସ୍ରା ନାଡ଼ି କାଟିଦେଲେ ଡାକ୍ତର!

ଜୟନ୍ତୀ ଗତ ୨୫ ତାରିଖରେ ବରପଦାରେ ହୋଇଥିବା ଶିବିରରେ ଅପରେସନ କରିଥିଲେ।

author-image
Tapaswini Nayak
Neglate treatMent

Neglate treatMent

‘ମୋ ଝିଅକୁ ମାରିଦେଲେ। ପରିବାର ନିୟୋଜନ ଅପରେସନ ବେଳେ ଡାକ୍ତର ପରିସ୍ରା ନାଡ଼ିକୁ କାଟି ଦେବାରୁ ମୋ ଝିଅ ମରିଗଲା। ମୋ ଝିଅକୁ ମୋତେ ଆଣିଦିଅ। ସେ ଝିଅ ନଥିଲା, ସେ ମୋ ପୁଅ ଥିଲା। ମୁଁ ଏବେ ତା’ପୁଅକୁ କିପରି ମଣିଷ କରିବି।’ ଏପରି କହି ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି ଜଣେ ବୃଦ୍ଧ। ପରିବାର ନିୟୋଜନ ଅପରେସନ ପରେ ତାଙ୍କ ଝିଅର ମୃତ୍ୟୁ ଘଟିଛି। ନ୍ୟାୟ ମାଗିବା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ଆସିଛନ୍ତି। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ମୃତ ମହିଳା ଜଣଙ୍କ ହେଲେ ଜୟନ୍ତୀ ବେଜ।

Advertisment

ଅଭିଯୋଗ ଅନୁସାରେ, ଆଗରପଡା ଥାନା ଅନ୍ତର୍ଗତ ରାଉତରାୟପୁର ହୃଷିକେଶ ବେଜଙ୍କ ଝିଅ ଜୟନ୍ତୀ ବେଜ ଦୁଇ ବର୍ଷ ପୂର୍ବରୁ ଔପଦା ଗଡ଼ସାହିର ଯଶୋବନ୍ତ ବାରିକଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ଉଭୟ ଦମ୍ପତ୍ତିଙ୍କର ଏକ ଶିଶୁ ପୁତ୍ର ମଧ୍ୟ ଅଛି। ପୁଅ ସହିତ ଜୟନ୍ତୀ ବାପା ଘର ରାଉତରାପୁରରେ ରହୁଥିଲେ। ବରପଦାରେ ପରିବାର ନିୟୋଜନ ଅପରେସନ ପାଇଁ କ୍ୟାମ୍ପ କରାଯାଇଥିଲା। ଜୟନ୍ତୀ ସେଠାରେ ପରିବାର ନିୟୋଜନ ଅପରେସନ କରିବାକୁ ସ୍ଥିର କରିଥିଲେ।

ଜୟନ୍ତୀ ଆଶାକର୍ମୀଙ୍କ ପରାମର୍ଶ ନେଇ ଗତ ୨୫ ତାରିଖରେ ବରପଦାରେ ହୋଇଥିବା ଶିବିରରେ ଅପରେସନ କରିଥିଲେ। ଅପରେସନ ପରେ ସେହିଦିନ ଘରକୁ ଫେରିଥିଲେ। ଘରକୁ ଫେରିବାର କିଛି ସମୟ ପରେ ଜୟନ୍ତୀଙ୍କ ପେଟ ଫୁଲାଇ ଦେଇଥିଲା। ପରିବାର ଲୋକେ ତାଙ୍କୁ ଆଗରପଡ଼ା ହସପିଟାଲରେ ଭର୍ତ୍ତି କରିଥିଲେ। ଜୟନ୍ତୀଙ୍କ ଅବସ୍ଥା ଗୁରୁତର ହେବାରୁ ଆଗରପଡ଼ା ଡ଼ାକ୍ତର ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ସେଠାରେ ଜୟନ୍ତୀଙ୍କ ପେଟରେ ପାଣି ଜମିଥିବା ଡ଼ାକ୍ତର କହିଥିଲେ। ମାଇନର ଅପରେସନ କରି କଟକ ରେଫର କରିଥିଲେ। କଟକରେ ଜୟନ୍ତୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ୨୭ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଜୟନ୍ତୀଙ୍କର ମୃତ୍ୟୁ ହୋଇଥିଲା।

Advertisment

ଡ଼ାକ୍ତରଙ୍କ ଖାମଖିଆଲି ନୀତି ତଥା ଭୁଲ୍‌ ଅପରେସନ ଯୋଗୁ ଜୟନ୍ତୀଙ୍କୀର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ  ଦାବି କରିଛନ୍ତି। ଭଦ୍ରକ ରୁରାଲ ଥାନାରେ ଏତଲା ଦେବା ସହିତ ଜିଲ୍ଲାପାଳ ନିକଟରେ ନ୍ୟାୟ ମାଗିଛନ୍ତି।

ଭଦ୍ରକ ସିଡିଏମ୍ କହିଛନ୍ତି, ବରପଦାରେ ହୋଇଥିବା ଶିବିରରେ ୨୮ ଜଣ ମହିଳାଙ୍କ ଅପରେସନ କରାଯାଇଥିଲା। ପରିବାର ନିୟୋଜନ ଅପରେସନ କରୁଥିବା ଜଣେ ଡାକ୍ତର ଏହି ଅପରେସନ କରିଥିଲେ। ଆଗରୁ ମଧ୍ୟ ସେ ପରିବାର ନିୟୋଜନ ଅପରେସନ ବହୁତ କରିଛନ୍ତି।ଜୟନ୍ତୀ ନାମକ ମହିଳାଙ୍କ ପେଟରେ ପାଣି ଜମିଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ତା’ପରେ ଯାହା ପଦକ୍ଷେପ ନିଆଯିବ।

Odisha Police Bhadrak Neglate TreatMent