Advertisment

ପ୍ରସୂତିଙ୍କ ଚିକିତ୍ସା ଅଧାରୁ ଛାଡ଼ି ପଳାଇଥିଲେ ଡାକ୍ତର; ୧୧ କୋଟି ଜୋରିମାନା କଲେ କୋର୍ଟ

ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଧାରୁ ପାଣି ପିଇବାକୁ କହି କେଉଁଆଡ଼େ ପଳାଇଥିଲେ ଦୁଇ ଡାକ୍ତର।

Medical Surgery

Medical Surgery

Advertisment

ଛୁଆକୁ ଜନ୍ମଦେବା ପରେ ଅତ୍ୟଧିକ ରକ୍ତସ୍ରାବ କାରଣରୁ କଷ୍ଟ ପାଇ ଚିକ୍ତାର କରୁଥିଲେ ପ୍ରସୂତି। ଅନ୍ୟପଟେ ପାଣି ପିଇବାକୁ କହି ମେଡିକାଲ ଛାଡ଼ି ପଳାଇଲେ ଡାକ୍ତର। ଏପଟେ ଅତ୍ୟଧିକ ରକ୍ତସ୍ରାବ କାରଣରୁ ପ୍ରସୂତିଙ୍କର ମୃତ୍ୟୁ ଘଟିଥିଲା। ୨୦୧୯ରେ ମାଲେସିଆରେ ଘଟିଥିବା ଏହି ଅଘଟଣରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରକୁ ୧୧.୪୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦୁଇଜଣ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେଠାକାର ହାଇକୋର୍ଟ।

Advertisment

ସୂଚନା ଅନୁସାରେ ଜାନୁଆରୀ ୯, ୨୦୧୯ରେ ୩୬ ବର୍ଷୀୟା ପୁନିତା ମୋହନ ଦ୍ୱିତୀୟ ପ୍ରସବ ପାଇଁ ସେଠାରେ ଏକ ଘରୋଇ କ୍ଲିନିକରେ ଭର୍ତ୍ତି ହୋଇଥିଲେ। ଡାକ୍ତର ରବିଙ୍କ ତତ୍ତ୍ୱାବଧାନରେ ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିଲା। ତେବେ ଚିକିତ୍ସା ଅବହେଳା କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଥିବା କୋର୍ଟ କହିଛନ୍ତି। ତେଣୁ ମୃତକଙ୍କ ପରିବାକୁ ୧୧.୪୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଡାକ୍ତର ରବି ଓ କ୍ଲିନିକର ମାଲିକ ଡାକ୍ତର ଶାନମୁଗାମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ବହୁ ବର୍ଷର ଅଭିଜ୍ଞତା ଥାଇ ମଧ୍ୟ ଦୁଇ ଡାକ୍ତର ପ୍ରସୂତିଙ୍କୁ ପ୍ରସବ ପରବର୍ତ୍ତୀ ରକ୍ତସ୍ରାବ ଭଳି କଠିନ ପରିସ୍ଥିତିରେ ଛାଡ଼ି ଦେଇ ପଳାଇଥିଲେ। ତାଙ୍କର ସୁରକ୍ଷା ବିଷୟରେ ଚିନ୍ତା ନକରି ଡାକ୍ତର ସେମାନଙ୍କୁ ତିନିଜଣ ନର୍ସଙ୍କ ତତ୍ତ୍ୱାବଧାନରେ ଛାଡ଼ି ଚାଲିଯାଇଥିଲେ। ସଠିକ ସମୟରେ ସଠିକ ଚିକିତ୍ସା କରାଯାଇଥିଲେ ମହିଳାଙ୍କ ଜୀବନ ବଞ୍ଚାଯାଇ ପାରିଥାଆନ୍ତା ବୋଲି କୋର୍ଟ କହିଛନ୍ତି।

Advertisment

ପରିବାରର ଅଭିଯୋଗ ଅନୁସାରେ ଯେତେବେଳେ ପୁନିତା କଷ୍ଟ ପାଇ ବହୁତ ଜୋରରେ ଚିତ୍କାର କରିଥିଲେ, ତାଙ୍କ ମାଆ ପ୍ରସବ ଗୃହ ଭିତରକୁ ପଶିଯାଇଥିଲେ। ସେ ଦେଖିବାକୁ ପାଇଥିଲେ ଯେ ପୁନିତାଙ୍କର ପ୍ରବଳ ରକ୍ତସ୍ରାବ ହେଉଛି। ତେବେ ଏହି ସମୟରେ ଡାକ୍ତର ରବି ପରିବାରକୁ ଆଶ୍ୱାସନା ଦେଇଥିଲେ ଯେ ପୁନିତା ଭଲ ହୋଇଯିବେ। ସେ ପାଣି ପିଇବାକୁ ଯାଉଛନ୍ତି ଏବଂ ଶୀଘ୍ର ଫେରିଆସିବେ ବୋଲି କହି ଚାଲିଯାଇଥିଲେ। ଏହାପରେ କ୍ଲିନିକର ମାଲିକ ଡାକ୍ତର ଶାନମୁଗାମ ମଧ୍ୟ ଚାଲିଯାଇଥିଲେ। ହେଲେ ଦୁଇ ଘଣ୍ଟା ପରେ ମଧ୍ୟ ସେମାନେ ଫେରିନଥିଲେ। ନର୍ସମାନେ ଡାକ୍ତରଙ୍କୁ ନପାଇବାରୁ ପୁନିତାଙ୍କୁ ଆଉ ଏକ ଡାକ୍ତରଖାନାକୁ ନେଇଯାଇଥିଲେ ପରିବାର ଲୋକେ। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Negligence In Treatment Woman Died After Delivery Malaysia Doctor Fined
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe