Advertisment

ବାୟୋପସି ରିପୋର୍ଟରେ ଅପରେସନ ପୂର୍ବ ଦିନର ତାରିଖ, ଦ୍ୱନ୍ଦ୍ୱରେ ରୋଗୀ

ଅପରେସନ ଯେଉଁ ଦିନ ହେଲା ବାୟୋପସି ରିପୋର୍ଟରେ ତା’ ପୂର୍ବ ଦିନର ତାରିଖ ପଡ଼ିଥିଲା। ଏହା ଦେଖି ରୋଗୀ ମୁଣ୍ଡ ଘୂରାଇ ଯାଇଥିବା ବେଳେ ଭବିଷ୍ୟତରେ କିପରି ଚିକିତ୍ସିତ ହେବ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ ।

patient

patient

Advertisment

ଅପରେସନ ଯେଉଁ ଦିନ ହେଲା ବାୟୋପସି ରିପୋର୍ଟରେ ତା’ ପୂର୍ବ ଦିନର ତାରିଖ ପଡ଼ିଥିଲା। ଏହା ଦେଖି ରୋଗୀ ମୁଣ୍ଡ ଘୂରାଇ ଯାଇଥିବା ବେଳେ ଭବିଷ୍ୟତରେ କିପରି ଚିକିତ୍ସିତ ହେବ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । ସ୍ୱାସ୍ଥ୍ୟ ସେବାରେ ଏପରି ବ୍ୟତିକ୍ରମ କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ ଖୋଦ କଟକ ସହରରେ ଦେଖିବାକୁ ମିଳିଛି।

Advertisment

ଜଗତସିଂହପୁର ଅଞ୍ଚଳର ବିପିନ୍ ଲେଙ୍କା ନାମକ ଜଣେ ରୋଗୀ ଗଲବ୍ଲାଡର ଅପରେସନ ପାଇଁ କଟକ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅକ୍ଟୋବର ୧ ତାରିଖ ଅପରେସନ ପରେ ବାୟୋପସି ପାଇଁ ପଠାଇଥିଲେ ମେଡିକାଲ କର୍ତ୍ତୃପକ୍ଷ।

ତେବେ ବାୟୋପସି ରିପୋର୍ଟରେ ଅପରେସନ ପୂର୍ବଦିନ ଅର୍ଥାତ ସେପ୍ଟେମ୍ବର ୩୦ତାରିଖ ଉଲ୍ଲେଖ ଥିଲା। ତେଣୁ ରିପୋର୍ଟ କେମିତି ଆସିଲା ବୋଲି ପ୍ରଶ୍ନ କରିଛନ୍ତି ରୋଗୀ। ଟଙ୍କା ନେଇ ମିଛ ରିପୋର୍ଟ ଦେଇଥିବା ଅଭିଯୋଗ ହୋଇଛି। ଏବେ ତାଙ୍କର ଚିକିତ୍ସା କେମିତି ହେବ ସେନେଇ ଦ୍ୱନ୍ଦ୍ୱରେ ରୋଗୀ।

Advertisment

ସେପଟେ ମେଡିକାଲ କର୍ତ୍ତୃପକ୍ଷ ଏହା ପ୍ରିଣ୍ଟିଂ ଭୁଲ୍ ବୋଲି ସ୍ବୀକାର କରିବା ସହ ସାମ୍ପଲ ର ଦ୍ୱିତୀୟ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ଚିକିତ୍ସା କରାଯିବ ବୋଲି କହିଛନ୍ତି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାଯାଇଛି। 

ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ରୋଗୀ କଟକ ସହରକୁ ଆସୁଥିବା ବେଳେ ସେମାନଙ୍କ ମଧ୍ୟରୁ ବହୁ ଜଣ ଘରୋଇ ନର୍ସିହୋମ କବଳରେ ପଡ଼ୁଛନ୍ତି। ମାତ୍ର ସେମାନେ ସେଠାରେ ପ୍ରକୃତରେ କିପରି ଚିକିତ୍ସିତ ହେଉଛନ୍ତି ଆଜିର ଘଟଣା ତାହାର ନଗ୍ନ ଉଦାହାରଣ ।

Cuttack Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe