Advertisment

ଡକାୟତି କଳା ଶିଖିବା ପାଇଁ କୋର୍ସ ଫି’ ୨ରୁ ୩ ଲକ୍ଷ ଟଙ୍କା

ଟ୍ରେନିଂ ସରିବାର ବର୍ଷକ ପରେ ଅପରାଧ ଶିଖାଉଥିବା ଗ୍ୟାଙ୍ଗ ପିଲାମାନଙ୍କ ବାପା ମା’ଙ୍କୁ ୩ରୁ ୫ ଲକ୍ଷ ଟଙ୍କା ଦେଉଛନ୍ତି।

author-image
Hemant Lenka
Loot

Loot

ଶୀର୍ଷକ ପଢ଼ି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ବାସ୍ତବରେ ଏମିତି କିଛି ଶିକ୍ଷା ଦିଆଯାଇଛି। ଚୋରି, ଲୁଟ, ପକେଟ ମାର ଓ ଡକାୟତି ଭଳି ଅପରାଧର କଳା ଶିଖିବା ପାଇଁ କୋର୍ସ ଫି’ ୨ରୁ ୩ ଲକ୍ଷ ଟଙ୍କା ରହିଛି। ପ୍ରଥମେ ପିଲାମାନଙ୍କ ବାପ ମା’ ଏପରି ଟଙ୍କା ଦିଅନ୍ତି।

Advertisment

ଟ୍ରେନିଂ ସରିବାର ବର୍ଷକ ପରେ ଅପରାଧ ଶିଖାଉଥିବା ଗ୍ୟାଙ୍ଗ ପିଲାମାନଙ୍କ ବାପା ମା’ଙ୍କୁ ୩ରୁ ୫ ଲକ୍ଷ ଟଙ୍କା ଦେଉଛନ୍ତି। ଏସବୁ ଅବଶ୍ୟ ଶୁଣିବାକୁ ଓ ପଢ଼ିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟା ସତ।

ମଧ୍ୟପ୍ରଦେଶର ୩ଟି ଉପାନ୍ତ ଗାଁ ହେଉଛି କାଡିଆ, ଗୁଲଖେଡି ଓ ହୁଲଖେଡି। ଏହି ୩ ଗାଁ ଅପରାଧୀଙ୍କ ପାଇଁ ବେଶ ପରିଚିତ। ରାଜଧାନୀ ଭୋପାଲ ଠାରୁ ୧୧୭ କିମି ଦୂରରେ ଥିବା ରାଜଗଡ଼ ଜିଲ୍ଲା ମଧ୍ୟରେ ଏହି ୩ ଗାଁ ରହିଛି। ଏଠାରେ ପିଲାମାନଙ୍କୁ ଚୋରି, ଲୁଟପାଟ ଓ ଡକାୟତିର ପାଇଁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଏ। ପୁଲିସ୍‌ ମଧ୍ୟ ଏଠାରେ କାର୍ଯ୍ୟ କରିବା ବେଳେ ବେଶ ସତର୍କତାର ସହ ପଦକ୍ଷେପ ନେଇଥାଏ।

Advertisment

ଅପରାଧର ଆରମ୍ଭ

ସର୍ବାଧିକ ୧୨ରୁ ୧୩ ବର୍ଷ ବୟସର ପିଲାମାନଙ୍କୁ ସେମାନଙ୍କ ବାପା ମା’ମାନେ ଏହି ୩ ଗାଁକୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପର ତାଲିମ ନେବାକୁ ପଠାନ୍ତି। ବିଭିନ୍ନ ଗ୍ୟାଙ୍ଗର ଲିଡରମାନଙ୍କୁ ଭେଟିବା ପରେ କିଏ ନିଜ ପିଲାମାନଙ୍କୁ ଉପଯୁକ୍ତ ଓ ଭଲ ତାଲିମ ଦେଇ ପାରିବ, ସେହି ଅନୁସାରେ ଅଭିଭାବକମାନେ ନିଷ୍ପତ୍ତି ନିଅନ୍ତି। ଏହି ଅପରାଧିକ କାର୍ଯ୍ୟକଳାପର ତାଲିମ ପାଇଁ ପରିବାର ଲୋକଙ୍କୁ କୋର୍ସ ଫି’ ବାବଦରେ ୨ରୁ ୩ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ।

କୋର୍ସ ଫି’ ମିଳିବା ପରେ ପିଲାମାନଙ୍କୁ ପକେଟ ମାର, ଜନଗହଳୀପୂର୍ଣ୍ଣ ସ୍ଥାନରୁ ବ୍ୟାଗ ଝାମ୍ପିବା, ଜୋରରେ କେମିତି ଦୌଡ଼ିବା, ପୁଲିସ୍‌କୁ ଚକମା ଦେବା ଓ ଧରା ପଡ଼ିବା ପରେ କେମିତି ମାଡ଼ ଖାଇବାରୁ ବର୍ତ୍ତିବା, ସେସବୁ କଳା ସେମାନଙ୍କୁ ଶିକ୍ଷା ଦିଆଯାଏ। ଗ୍ୟାଙ୍ଗରେ ଗୋଟିଏ ବର୍ଷ ଧରି ତାଲିମ ଓ କାମ କରିବା ପରେ ପିଲାମାନଙ୍କ ଅଭିଭାବକଙ୍କୁ ୩ରୁ ୫ ଲକ୍ଷ ଟଙ୍କା ବର୍ଷକୁ ଦିଆଯାଏ। ଗ୍ୟାଙ୍ଗ ଲିଡର ଏହି ଟଙ୍କା ଦିଅନ୍ତି।

ଏହି ୩ ଗାଁ ଏମିତି କିଛି ଅପରାଧୀଙ୍କୁ ସୃଷ୍ଟି କରିଛି ଯେଉଁମାନେ ଜାତୀୟ ସ୍ତରରେ ନିକ ଅପରାଧ ପାଇଁ ଗଣମାଧ୍ୟମାର ଶୀର୍ଷକରେ ରହିଛନ୍ତି। ଅଗଷ୍ଟ ୮ରେ ଜୟପୁରରେ ଥିବା ହାୟତ ହୋଟେଲରେ ଚାଲିଥିବା ବାହାଘର ବେଳେ ଜଣେ ନାବାଳ ମଣ୍ଡପରୁ ୧.୫ କୋଟି ଟଙ୍କାର ଗହଣା ବ୍ୟାଗ ଓ ୧ ଲକ୍ଷ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲା।

ବାହାଘର ସରିବା ପରେ ବର କନ୍ୟାକୁ ସମସ୍ତେ ଆଶୀର୍ବାଦ ଦେଉଥିଲେ। ଏହି ସମୟର ବରଙ୍କ ମା’ ଧରିଥିବା ଅଳଙ୍କାର ଭର୍ତ୍ତି ବ୍ୟାଗକୁ ଚେୟାର ଉପରେ ରଖିଥିଲେ। ଏହାର ଫାଇଦା ଉଠାଇ ନାବାଳକ ଜଣଙ୍କ ବ୍ୟାଗ ଧରି ଚମ୍ପଟ ମାରିଥିଲା।

ଅପରାଧ ଘଟାଇବା ପରେ ନାବାଳକ ଓ ତା’ ଗ୍ୟାଙ୍ଗର ସଦସ୍ୟମାନେ ରାଜଗଡ଼ର କାଡିଆ ଗାଁକୁ ଚାଲି ଯାଇଥିଲେ। ପୁଲିସକୁ ଚକମା ଦେବା ପାଇଁ ସେମାନେ ଚୋରି ଅଳଙ୍କାରୁ ଅନ୍ୟତ୍ର ପଠାଇ ଦେଇଥିଲେ ଓ ନିଜକୁ କାଉଡିଆ ଯାତ୍ରାରେ ସାମିଲ କରିଥିଲେ।

ତେବେ ସେମାନଙ୍କ ସବୁ ଯୋଜନା ପାଣିରେ ପଡ଼ି ଯାଇଥିଲା। ପୁଲିସ୍‌ ତୁରନ୍ତ ପଦକ୍ଷେପ ନେବା ସହ ଭିଡିଓ ଆଧାରରେ ନାବାଳକକୁ ଗିରଫ କରିଥିଲା। ଏହାପରେ ପୂରା ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଥିଲା।

ମାର୍ଚ୍ଚ ମାସରେ ଗୁରୁଗ୍ରାମରୁ ୨୪ ବର୍ଷୀୟ ରବୀନ୍ଦ୍ର ସିସୋଦିଆ ମଧ୍ୟ ଗୋଟିଏ ବାହାଘର କାର୍ଯ୍ୟକ୍ରମରୁ ଅଳଙ୍କାର ବ୍ୟାଗ ଚୋରି କରିଥିଲା। ୨୦୨୩ ଡିସେମ୍ବରରେ ୟାଶ ସିସୋଦିଆ ଦିଲ୍ଲୀରୁ ସମାନ ଡଙ୍ଗରେ ଅଳଙ୍କାର ଚୋରି କରି ଫେରାର ହୋଇଯାଇଥିଲା। ତା’ ନାଁରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୮ଟି ମାମଲା ରହିଛି।

ଏମାନେ ସମସ୍ତେ ମଧ୍ୟପ୍ରଦେଶର ଉକ୍ତ ୩ ଗାଁରୁ ତାଲିମ ନେଇଥିଲେ। ଦେଶ ବିଭିନ୍ନ ରାଜ୍ୟରେ ବାହାଘର ମଣ୍ଡପରୁ ଚୋରି କରିବା ପାଇଁ ଏହି ସବୁ ଗାଁର ୩୦୦ ଜଣ ଛୋଟ ପିଲାଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ଚୋରି କରିବା ପୂର୍ବରୁ ଭଲ ଭାବେ ପୂରା ଅଞ୍ଚଳକୁ ବୁଲି ଦେଖନ୍ତି। ଏହାପରେ ନିଜ ଯୋଜନାକୁ କାର୍ଯ୍ୟକାରୀ କରନ୍ତି।

Loot Madhya Pradesh