Advertisment

ପଶ୍ଚିମବଙ୍ଗ ଚାଲାଣ ହେଉଥିଲା ପିଡିଏସ୍‌ ଚାଉଳ; ମାଡ଼ି ବସିଲା ପୁଲିସ୍‌

ସୋମବାର ରେମୁଣା ଯୋଗାଣ ବିଭାଗ ଗୋଦାମରୁ ଟ୍ରକ୍‌ରେ ବୋଝେଇ ହୋଇ ୧୭୮ କ୍ୱିଣ୍ଟାଲ୍‌ ଚାଉଳ ବାହାନଗା ବ୍ଲକ୍‌ କୁଳିଗାଁ ପଞ୍ଚାୟତକୁ ଯିବାର ଥିଲା। ହେଲେ ସେହି ଟ୍ରକ୍‌ଟି ବାହାନଗା ନଯାଇ ପଶ୍ଚିମବଙ୍ଗ ଅଭିମୁଖେ ପଳାଇ ଯାଉଥିଲା।

Truck

Balasore

Advertisment

ଓଡ଼ିଶାରେ ହିତାଧିକାରୀଙ୍କୁ ମିଳୁନି ପିଡିଏସ୍‌ ଚାଉଳ! ଯେଉଁଥିପାଇଁ ପ୍ରତିଦିନ କେଉଁଠି ନା କେଉଁଠି ହେଉଛି ଗଣ୍ଡଗୋଳ ଓ ମାରପିଟ୍‌। ଏହା ସତ୍ତ୍ୱେ ଓଡ଼ିଶାରୁ ଚୋରାରେ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ପିଡିଏସ୍‌ ଚାଉଳ। ବାଲେଶ୍ୱରରୁ ଆସିଛି ଏପରି ଅଭିଯୋଗ। ପୁଲିସ୍‌ ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିବା ସହିତ ୧୭୮ କ୍ୱିଣ୍ଟାଲ୍‌ ପିଡିଏସ୍‌ ଚାଉଳ ଜବତ କରିଛି।

Advertisment

ସୋମବାର ରେମୁଣା ଯୋଗାଣ ବିଭାଗ ଗୋଦାମରୁ ଟ୍ରକ୍‌ରେ ବୋଝେଇ ହୋଇ ୧୭୮ କ୍ୱିଣ୍ଟାଲ୍‌ ଚାଉଳ ବାହାନଗା ବ୍ଲକ୍‌ କୁଳିଗାଁ ପଞ୍ଚାୟତକୁ ଯିବାର ଥିଲା। ହେଲେ ସେହି ଟ୍ରକ୍‌ଟି ବାହାନଗା ନଯାଇ ପଶ୍ଚିମବଙ୍ଗ ଅଭିମୁଖେ ପଳାଇ ଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ବାଲେଶ୍ୱର ଏସ୍‌ପି ସାଗରିକା ନାଥ ଏନେଇ ରୂପ୍ସା ଥାନାକୁ ଖବର ଦେଇଥିଲେ।

ଏସ୍‌ପିଙ୍କ ନିର୍ଦ୍ଦେଶରେ ରୂପ୍ସା ଥାନା ପୁଲିସ୍‌ ୬୦ ନମ୍ୱର ଜାତୀୟ ରାଜପଥରେ ଖାନ୍‌ତଲାସୀ ଅଭିଯାନ ଆରମ୍ଭ କରିଥିଲା। ଚଢ଼ଉ ବେଳେ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌କୁ ଧରିଥିଲା। ଏଥିସହ ୧୭୮ କ୍ୱିଣ୍ଟାଲ୍‌ ପିଡିଏସ୍‌ ଚାଉଳ ଓ ଟ୍ରକ୍‌ ଜବତ କରିଥିଲା। ଏହି ମାମଲାରେ ପୁଲିସ୍‌ ଟ୍ରକ୍‌ ଚାଳକ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର କିଶୋର ଗିରିକୁ ଗିରଫ କରିଥିଲା। ଆଜି ଟ୍ରକ୍‌ ଚାଳକକୁ କୋର୍ଟ ଚାଲାଣ କରିଛି।

Advertisment

ଧରାପଡ଼ିଥିବା ପିଡିଏସ୍‌ ଚାଉଳ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore Pds
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe