Advertisment

ମେଡିକାଲରୁ ବିଚାରାଧୀନ ବନ୍ଦୀ ଫେରାର୍

ମେଡିକାଲରେ ଥିବା ସମୟରେ ସଂପୃକ୍ତ କଏଦୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ କ’ଣ କରୁଥିଲେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Sundargarh

Sundargarh

Advertisment

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଚାରଧୀନ କଏଦୀ ଫେରାର। ଗତ ଡିସେମ୍ବର ମାସରେ ଭସ୍ମା ଥାନା ଅଞ୍ଚଳରେ ଏକ ହତ୍ୟକାଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିଲେ କଏଦୀ ଅର୍ଜୁନ ମୁଣ୍ଡା। ଗତ ୨୯ ତାରିଖରେ ହାଇଡ୍ରୋସିଲ ଅସ୍ତ୍ରୋପଚାର ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ।

Advertisment

ଆଜି ଜେଲ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ସେ ଫେରାର ହେବା ହୋଇଯାଇଛି। ଘଟଣା ପରେ ପରେ ଟାଉନ ପୁଲିସ ତଦନ୍ତ ଆରମ୍ଭ କରିଛି। ଫେରାର କଏଦୀର ଘର ଭଷ୍ମ ଥାନା ମଙ୍ଗସପୁର ବାଉଁଶମୁଣ୍ଡା ବୋଲି ଜଣାପଡ଼ିଛି। ଘଟଣା ପରେ ସଦର ଏସଡିପିଓ ହିମାଂଶୁ ବେହେରା. ଟାଉନଥାନା ଅଧିକାରୀ ଜିଲ୍ଲା ମୁଖ୍ୟ କାରାଗାରକୁ ଯାଇ ସେଠାରେ ଜେଲର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ମେଡିକାଲରେ ଥିବା ସମୟରେ ସଂପୃକ୍ତ କଏଦୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ କ’ଣ କରୁଥିଲେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି

Advertisment
Odisha Police Sundergarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe