Advertisment

PDS ଚାଉଳ ହଡ଼ପ ଘଟଣା: ପିଇଓଙ୍କୁ ଥାନାକୁ ଉଠାଇ ଆଣିଲା ପୁଲିସ୍‌

ଭଦ୍ରା ପଞ୍ଚାୟତର ତତ୍କାଳୀନ ପିଇଓ ସତ୍ୟପ୍ରିୟ ସାହୁ ଓ ଯୋଗାଣ ସହାୟକ ସତ୍ୟ ଛତ୍ରିଆଙ୍କ ନାଁରେ ସଇଁତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସଇଁତଳା ବିଡିଓ ବିନୟ କୁମାର ଭୋଇ।

PDS

PDS

Advertisment

ଖବର ପ୍ରସାରଣ ପରେ ଆକ୍ସନ ମୁଡରେ ପୁଲିସ। ପିଡିଏସ ଚାଉଳ ହଡ଼ପ ଘଟଣାରେ ପିଇଓ ଅଟକ। ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଭଦ୍ରା ପଞ୍ଚାୟତରେ ପିଡିଏସ ଚାଉଳ ହଡ଼ପ ଘଟଣାର ଦୁଇ ମାଷ୍ଟରମାଇଣ୍ଡଙ୍କ ବିରୋଧରେ ରୁଜୁ ହୋଇଛି ମାମଲା।

Advertisment

ଭଦ୍ରା ପଞ୍ଚାୟତର ତତ୍କାଳୀନ ପିଇଓ ସତ୍ୟପ୍ରିୟ ସାହୁ ଓ ଯୋଗାଣ ସହାୟକ ସତ୍ୟ ଛତ୍ରିଆଙ୍କ ନାଁରେ ସଇଁତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସଇଁତଳା ବିଡିଓ ବିନୟ କୁମାର ଭୋଇ। ତାଙ୍କ ଅଭିଯୋଗକୁ ଭିତ୍ତି କରି ସଇଁତଳା ପୁଲିସ ମାମଲା ରୁଜୁ କରିଛି। ଏଥିସହ ପିଇଓ ସତ୍ୟପ୍ରିୟ ସାହୁଙ୍କୁ ଉଠାଇ ଆଣି ଥାନାରେ ମାରାଥନ ଜେରା ଆରମ୍ଭ କରିଛି।

ଅତ୍ୟତମ ଅଭିଯୁକ୍ତ ତଥା ଯୋଗାଣ ସହାୟକ ସତ୍ୟ ଛତ୍ରିଆ ଏବେ ଫେରାର ହୋଇଯାଇଛନ୍ତି। ସାହୁ ଓ ଛତ୍ରିଆ ମିଶି ଭଦ୍ରା ପଞ୍ଚାୟତର ଶହ ଶହ ହିତାଧିକାରୀଙ୍କର ପ୍ରାୟ ୫୦୦ କ୍ୱିଣ୍ଟାଲ ଚାଉଳ ହେରଫେର କରିଥିଲେ। ସେମାନେ ହିତାଧିକାରୀ ପାଉଥିବା ୪ ମାସର ଚାଉହଳକୁ ହଡ଼ପ କରିଥିବା ଅଭିଯୋଗ ହୋଇଛି।

Advertisment

ଦୁଇ ଅଧିକାରୀଙ୍କ କାରନାମା ଫର୍ଦ୍ଦାଫାସ ହେବା ସହ ଏନେଇ ଘନଘନ ଖବର ପ୍ରସାରଣ ହୋଇଥିଲା। ଖବର ପ୍ରସାରଣ ପରେ ପ୍ରଶାସନିକସ୍ତରରେ ତଦନ୍ତ ଆରମ୍ଭ କରାଯାଇଥିଲା। ଏହି ତଦନ୍ତ ରିପୋର୍ଟ ସଇଁତଳା ବିଡିଓ ବନୟ କୁମାର ଭୋଇ ପାଇଥିଲେ।

ସେ ରିପୋର୍ଟକୁ ଦେଖିବା ପରେ ଦୁଇ ଅଧିକାରୀ ଚାଉଳ ହଡ଼ପ କରିଥିବା ନେଇ ସଇଁତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ୍‌ ମାମଲା ରୁଜୁ କରି ସାହୁଙ୍କୁ ଥାନାରେ ଅଟକ ରଖିଛି। ସେହିପରି ଛତ୍ରିଆଙ୍କୁ ଧରିବା ପାଇଁ ଖୋଜାଖୋଜି ଚଳାଇଛି। ଆଗକୁ ଆହୁରି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଉଛି।

Odisha Balangir Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe