Advertisment

ଲାଞ୍ଚ ନେଉଥିଲେ ପିଇଓ; ମାଡ଼ି ବସିଲା ଭିଜିଲାନ୍ସ

କାଗଜପତ୍ର କାମ ପାଇଁ ଗାଁ ସାଥୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସଂଜୟ।

ଅଦ୍ୟତନ ହୋଇଛି
Vigilance Raid

Vigilance Raid

Advertisment

ଗାଁ ସାଥୀଙ୍କଠାରୁ ୧୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଲାହାଣ୍ଡି ଜିଲ୍ଲା ଥୁ. ରାମପୁର ବ୍ଲକ କାଣୀଗୁମ୍ମା ପଞ୍ଚାୟତର ପିଇଓ ସଂଜୟ ନାୟକ। ପୁଲିସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି।

Advertisment

କାଗଜପତ୍ର କାମ ପାଇଁ ଗାଁ ସାଥୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସଂଜୟ। ଏନେଇ ଗାଁ ସାଥୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ସଂଜୟ ଆଜି ସକାଳେ ଜଳେଶ୍ଵର ମନ୍ଦିର ପଡା ନିଜ ବାସଭବନରେ ଲାଞ୍ଚ ଟଙ୍କା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ଭିଜିଲାନ୍ସ ସଂଜୟଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଟକ ରଖି ପଚରାଉଚରା କରୁଛି।

Vigilance Raid Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe