Advertisment

ରାସ୍ତା ମଝିରେ ରାଜ୍ୟପାଳଙ୍କୁ ଅଟକାଇଲେ, ନିଜ ଦୁଃଖ ଜଣାଇଲେ ଲୋକେ

ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲେ ରାଜ୍ୟପାଳ। ମାତ୍ର ହଠାତ୍‌ ରାସ୍ତା ମଝିରେ ରାଜ୍ୟପାଳଙ୍କୁ ଅଟକାଇଲେ କିଛି ଲୋକ ।

Governor

Governor

Advertisment

ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲେ ରାଜ୍ୟପାଳ। ମାତ୍ର ହଠାତ୍‌ ରାସ୍ତା ମଝିରେ ରାଜ୍ୟପାଳଙ୍କୁ ଅଟକାଇଲେ କିଛି ଲୋକ । ସେମାନେ ବିଧାୟିକାଙ୍କ ନେତୃତ୍ୱରେ ନିଜ ଦୁଃଖ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି। 

Advertisment

ବର୍ଷ ବର୍ଷ ଧରି ଶତାଧିକ ଲୋକ ଦୁଃଖ ଦୁର୍ଦ୍ଦଶା ଭୋଗୁଥିବା ବେଳେ ସରକାର ଏହାର ସମସ୍ୟା ପ୍ରତି ଧ୍ୟାନ ଦେଉ ନାହାନ୍ତି। ଶେଷରେ ବାଧ୍ୟ ହୋଇ ଲୋକମାନେ ରାଜ୍ୟପାଳଙ୍କୁ ରାସ୍ତାରେ ଅଟକାଇ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ଘଟିଛି।

ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଥିବା ରାଜ୍ୟପାଳ ରଘୁବର ଦାସଙ୍କର ଗତକାଲି ସନ୍ଧ୍ୟାରେ କିରେଇରେ କାର୍ଯ୍ୟକ୍ରମ ଥିଲା । ରାଜ୍ୟପାଳଙ୍କ କାର୍‌କେଡ ଗତକାଲି ସନ୍ଧ୍ୟାରେ କିରେଇ ଛକ ରାସ୍ତା ଅତିକ୍ରମ କରୁଥିଲେ। ଉକ୍ତ ସମୟରେ ଗାଡ଼ିଟି ଜବରଦସ୍ତପଡା ନିକଟରେ ଅତିକ୍ରମ କରୁଥିବା ବେଳେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ରାଜ୍ୟପାଳଙ୍କୁ ରାସ୍ତା ଉପରେ ଅଟକାଇ ଗ୍ରାମବାସୀଙ୍କ ଦୁଃଖ ଦେଖାଇଥିଲେ।

Advertisment

ବସ୍ତିଅଞ୍ଚଳରେ ରହୁଥିବା ୫୦ରୁ ଅଧିକ ପରିବାର ପାଖରେ ଏଯାଏଁ ମୌଳିକ ସୁବିଧା ପହଞ୍ଚି ନ ଥିବା ଜଣାଇଥିଲେ। ଗ୍ରାମବାସୀ ବର୍ଷା ଦିନରେ ଜରି ପାଲ ବାନ୍ଧି ରହୁଥିବା, ଶୌଚ ଓ ପିଇବା ପାଣି ପାଇଁ ପୋଖରୀ ଉପରେ ନିର୍ଭର କରିବାକୁ ପଡୁଥିବା, ଲାଇଟ ବ୍ୟବସ୍ଥା ନଥିବାରୁ ଗ୍ରାମବାସୀଙ୍କୁ ସନ୍ଧ୍ୟାପରେ ଅନ୍ଧାରରେ ରହିବାକୁ ପଡେ ବୋଲି ଜଣାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe