ମୃତଦେହ ଧରି ଗାଁ ସାରା ବୁଲିଲା ପୁଲିସ୍‌, ସତ୍କାର କରିବାକୁ ଦେଲେନି ଲୋକ

ରବିବାର ସକାଳେ ରୀମାଙ୍କ କ୍ଷତବିକ୍ଷ ବସ୍ତ୍ର ବିହୀନ ମୃତଦେହ ଗାଁଠାରୁ ଏକ କିମି ଦୂରରେ ଥିବା ଝାରବେଡା-ପାଣ୍ଡରିପଶି ଜଙ୍ଗଲରେ ପଡ଼ିଥିଲା ଦେଖିବାକୁ ମିଳିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

Crime PhotoOR

ଲୋକଙ୍କୁ ବୁଝାସୁଝା କରାଯାଉଛି

Manoranjan Sial
  • Published: Tuesday, 03 September 2024
  • Updated: 03 September 2024, 04:22 PM IST

Sports

Latest News

ମୃତଦେହ ଧରି ଗାଁର ଏ ମୁଣ୍ଡରୁ ସେ ମୁଣ୍ଡକୁ ବୁଲିଲା ପୁଲିସ୍‌। ହେଲେ ଗାଁ ଲୋକେ ସତ୍କାର କରିବାକୁ ଅନୁମତି ଦେଲେନାହିଁ। ଜୋରଦାର ବିରୋଧ କରିଥିଲେ। ପରେ ପାଖ ପଡୋଶୀ ଗାଁ ଶ୍ମଶାନରେ ଶବ ସତ୍କାର ନାଇଁ ନେଇଥିଲା ପୁଲିସ୍‌। ହେଲେ ସେଠାରେ ମଧ୍ୟ ସତ୍କାର କରିବାକୁ ଅନୁମତି ମିଳିନଥିଲା। ଶେଷରେ ମୃତଦେହ ଧରି ରେଢ଼ାଖୋଲ ଫେରିଲେ ଉପଜିଲ୍ଲାପାଳ ଓ ପୁଲିସ୍‌ ପ୍ରଶାସନ। ରେଢାଖୋଲ ଏନ୍‌ଏସିରେ ଥିବା ଶ୍ମଶାନରେ ଯୁବତୀଙ୍କ ମୃତଦେହ ସତ୍କାର କରାଯାଇଛି।

ଗତ ଶୁକ୍ରବାର ସକାଳେ ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ସାହେବି ଗାଁର ୨୦ ବର୍ଷୀୟା ଯୁବତୀ ରୀମା(ଛଦ୍ମନାମ) ଗାଧୋଇବା ପାଇଁ ନାଳକୁ ଯାଇଥିଲେ। ହେଲେ ଘରକୁ ଫେରିନଥିଲେ। ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡେ ଖୋଜିଥିଲେ। ହେଲେ ତାଙ୍କ ପତ୍ତା ପାଇନଥିଲେ। ନିଜର ବଢ଼ିଲା ଝିଅକୁ ନପାଇ ପରିବାର ଲୋକେ ଏନେଇ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

Also Read

ରବିବାର ସକାଳେ ରୀମାଙ୍କ କ୍ଷତବିକ୍ଷ ବସ୍ତ୍ର ବିହୀନ ମୃତଦେହ ଗାଁଠାରୁ ଏକ କିମି ଦୂରରେ ଥିବା ଝାରବେଡା-ପାଣ୍ଡରିପଶି ଜଙ୍ଗଲରେ ପଡ଼ିଥିଲା ଦେଖିବାକୁ ମିଳିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ରୀମାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକେ ଝାରବେଡ଼ା-ପାଣ୍ଡରିପଶି ରାସ୍ତା ରୋକ କରିଥିଲେ। ଖବର ପାଇଁ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ହେଲେ ଉତ୍ତ୍ୟକ୍ତ ଗାଁ ଲୋକେ ମୃତଦେହ ଜବତ କରିବା ପାଇଁ ପୁଲିସ୍‌କୁ ଦେଇନଥିଲେ।

ତେବେ ରବିବାର ରାତି ପ୍ରାୟ ୩ଟା ବେରେ ପୁଲିସ୍‌ ସ୍ଥାନୀୟ ସରପଞ୍ଚଙ୍କ ମାର୍ଫତରେ ଜଙ୍ଗଲରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ୍‌କୁ ପଠାଇଥିଲା। ହେଲେ ଏନେଇ ପରିବାର ଓ ଗାଁ ଲୋକଙ୍କ ଜଣାଇନଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାର ନିୟମ ରହିଛି। ହେଲେ ପରିବାର ଲୋକ ମୃତଦେହ ନେଲେନାହିଁ। ଦୁଷ୍କର୍ମ ଅଭିଯୋଗ ଆସିଥିବା ଯୁବକକୁ ଗାଁରୁ ବିତାଡିତ କରିବା, ଅଭିଯୁକ୍ତଙ୍କ ନାଁରେ ଥିବା ପୁରୁଣା ମାମଲାର ତଦନ୍ତ, ପୀଡ଼ିତଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଦାବିରେ ଅଡି ବସିଥିଲେ ଗାଁ ଲୋକ।

ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହାନ୍ତ, ଆସିନାଲ୍‌ ଏସ୍‌ପି ଅଜୟ କୁମାର ମିଶ୍ର ଓ ଦେବିଶିୟସ୍‌ କେରକେଟା ଗାଁ ଏବଂ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ବହୁ ବୁଝାବୁଝି ପରେ ଶବ ସତ୍କାର ପାଇଁ ଗାଁ ଲୋକେ ରାଜି ହୋଇଥିଲେ। ଏହା ପରେ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହାନ୍ତ, ଆସିନାଲ୍‌ ଏସ୍‌ପି ଅଜୟ କୁମାର ମିଶ୍ର, ଆଲ୍‌ବିନିୟସ୍‌ କେରକେଟା, ସ୍ଥାନୀୟ ବିଡିଓ, ତହସିଲଦାର୍‌ ପ୍ରମୁଖ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଯୁବତୀଙ୍କ ମୃତଦେହ ଓ କାଠ ଧରି ଝାରବେଡ଼ା ଗାଁ ପାଖରେ ନାଳ ପାଖରେ ପହଞ୍ଚିଥିଲେ। ହେଲେ ସେଠାରେ ଗାଁ ଲୋକେ ବିରୋଧ କରିଥିଲେ। ପୋଡ଼ିବାକୁ ଦେଇନଥିଲେ। ତା’ପରେ ମୃତଦେହକୁ ଧରି ଯୁବତୀଙ୍କ ଗାଁ ସାହେବିକୁ ଆସିଥିଲେ। ସେଠାରେ ମଧ୍ୟ ଶବ ସତ୍କାର କରିବାକୁ ଗାଁ ଲୋକେ ଦେଲେନାହିଁ।

ସୁରକ୍ଷା ଦୃଷ୍ଟିରୁ ଗାଁରେ ୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଦିନ ତମାମ ମୃତଦେହ ଧରି ଏ ଗାଁରୁ ସେ ଗାଁ ବୁଲି ବୁଲି ଅପରାହ୍ନରେ ରେଢାଖୋଲ ଫେରିଲା ପ୍ରଶାସନ। ଶେଷ ଖବର ସୁଦ୍ଧା ରେଢାଖୋଲ ଏନ୍‌ଏସି ଶ୍ମଶାନରେ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି। ଏବେ ସୁଦ୍ଧା ଗାଁରେ ଉତ୍ତେଜନା ପରିସ୍ଥିତି ରହିଛି। ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି

ରିପୋର୍ଟ- ରେଢାଖୋଲରୁ ରମାକାନ୍ତ ମହାନନ୍ଦ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story