Advertisment

ମଦ ବୋଝେଇ ସ୍କର୍ପିଓରେ ନିଆଁ ଲଗାଇ ଦେଲେ ଲୋକେ

ଗାଡ଼ି ଛାଡି ଫେରାର ହୋଇଯାଉଥିବା ବେଳେ ସିମୁଳିଆ ପୁଲିସ ୨ ଜଣକୁ ଧରିଥିଲା।

author-image
Jitendra Garnayak
Fire

Fire

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଭଗିଆ ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ମଦ ବୋଝେଇ ସ୍କର୍ପିଓକୁ ଜାଳି ଦେଇଛନ୍ତି ଲୋକେ। 

Advertisment

ଭଦ୍ରକ ଜିଲ୍ଲାରୁ ଏହା ଚୋରା ଦେଶୀ ମଦ ନେଇ ଯାଉଥିବା ବେଳେ ଭଦ୍ରକ ପୁଲିସ ଗାଡ଼ିଟିକୁ ପିଛା କରିଥିଲା। ତେଣୁ ସ୍କର୍ପିଓଟି ବାଲେଶ୍ୱର ଅଭିମୁଖେ ଆସିଥିଲା।

ପରେ ସିମୁଳିଆ ପୁଲିସ ଏହି ସ୍କର୍ପିଓ ସଂପର୍କରେ ଖବର ପାଇଥିଲା। ସ୍କର୍ପିଓଟି କୌଶଳ କ୍ରମେ ସିମୁଳିଆରୁ ଏକ ପୋଲ ଦେଇ ପୁଣି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ସିମୁଳିଆ ପୁଲିସ ପିଛା କରିଥିଲା ।

Advertisment

ଗାଡ଼ି ଛାଡି ଫେରାର ହୋଇଯାଉଥିବା ବେଳେ ସିମୁଳିଆ ପୁଲିସ ୨ ଜଣକୁ ଧରିଥିଲା। କିନ୍ତୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ମଦ ବୋଝେଇ ଗାଡ଼ିଟିରେ ନିଆଁ ଲଗାଇ ଦେଇଥିଲେ।