Advertisment

ରାଜଭବନ ଉପରକୁ ମାଡ଼ ହେଲା ପେଟ୍ରୋଲ ବୋମା

ଅଭିଯୁକ୍ତ ବିନୋତ ନାଁରେ ୪ରୁ ୫ଟି ମାମଲା ରହିଛି। ଘଟଣା ବେଳେ ସେ ନିଶାସକ୍ତ ଅବସ୍ଥାରେ ଥିଲେ।

petrol

petrol

Advertisment

ତାମିଲନାଡୁର ରାଜଭବନର ମୁଖ୍ୟ ଫାଟକ ଉପରକୁ ହୋଇଛି ବୋମା ମାଡ଼। ରାଜ୍ୟର ରାଜ୍ୟପାଳ ଆରଏନ ରବି ଏଠାରେ ରହୁଥିବା ବେଳେ ତାଙ୍କ ସରକାରୀ ବାସଭବନ ଉପରକୁ ଏପରି ପେଟ୍ରୋଲ ବୋମା ମାଡ଼ ହୋଇଛି। ଜଣେ ବ୍ୟକ୍ତି ବୋମା ମାଡ଼ କରିଥିବା ବେଳେ ତାଙ୍କୁ ପୁଲିସ ଗିରଫ କରିଛି।

Advertisment

ଆଜି ଅପରାହ୍ନ ୩ଟା ସମୟରେ ଏପରି ଘଟଣା ଘଟିଛି। କରୁକା ବିନୋତ ନାମକ ଜଣେ ବ୍ୟକ୍ତି ରାଜଭବନର ମୁଖ୍ୟ ଗେଟ୍‌ ଉପରକୁ ଦୁଇଟି ବୋମା ମାଡ଼ କରିଛନ୍ତି। ପୁଲିସ୍‌ କହିଛି ଯେ ବିନୋତ ପ୍ରଥମେ ସୈଦାପେଟ କୋର୍ଟ ମଧ୍ୟରେ ରହିଥିବା କିଛି ବାଇକ୍‌ରୁ ପେଟ୍ରୋଲ ଚୋରି କରିଥିଲେ।

ଏହାପରେ ସେ କିଛି ବୋତଲରେ ପେଟ୍ରୋଲ ଧରି ରାଜଭବନ ଆଡ଼କୁ ଚାଲି ଚାଲି ଯାଇଥିଲେ। ମୁଖ୍ୟ ଗେଟ୍‌ ପାଖରେ ଛିଡ଼ା ହୋଇ ସେ ଦୁଇଟି ବୋତଲରେ ନିଆଁ ଲଗାଇବା ସହ ରାଜଭବନକୁ ଟାର୍ଗେଟ କରି ଏହାକୁ ମାଡ଼ କରିଥିଲେ।

Advertisment

ଏପରି ଘଟଣା ପରେ ମୁଖ୍ୟ ଗେଟ୍‌ ପାଖରେ ମୁତୟନ ହୋଇଥିବା ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଫଳରେ ସେ ଆଉ ଦୁଇଟି ପେଟ୍ରୋଲ ଭର୍ତ୍ତି ବୋତଲକୁ ରାଜଭବନକୁ ମାଡ଼ କରି ପାରି ନଥିଲେ।

୨୦୨୨ରେ ବିନୋତ ଚେନ୍ନାଇରେ ବିଜେପି ଅଫିସ ଉପରକୁ ମଧ୍ୟ ଏପରି ପେଟ୍ରୋଲ ବୋମା ମାଡ଼ କରି ଗିରଫ ହୋଇଥିଲେ। ତେବେ ଗିରଫର ୩ ଦିନ ପରେ ସେ ଖଲାସ ହୋଇଥିଲେ।

ଘଟଣା ସର୍ମ୍ପକରେ ସୂଚନା ଦେଇ ଚେନ୍ନାଇ ପୁଲିସ୍‌ର ଆଡିସନାଲ କମିଶନର ପ୍ରେମ ଆନନ୍ଦ ସିହ୍ନା କହିଛନ୍ତି, ଅପରାହ୍ନ ପ୍ରାୟ ୩ଟା ବେଳେ ରାଜଭବନ ରହିଥିବା ସର୍ଦ୍ଦାର ପଟେଲ ରୋଡର ବିପରୀତ ଦିଗରୁ ଜଣେ ବ୍ୟକ୍ତି କିଛି ବୋତଲରେ ପେଟ୍ରୋଲ ଧରି ଆସିଥିଲେ।

ସେ ରାଜଭବନକୁ ବୋତଲରେ ନିଆଁ ଲଗାଇ ଫିଙ୍ଗିଥିଲେ। କିନ୍ତୁ ଏହା ବିସ୍ଫୋରଣ ହୋଇ ନଥିଲା। ତୁରନ୍ତ ସେଠାରେ ଥିବା ପୁଲିସ କର୍ମଚାରୀମାନେ ଅଭିଯୁକ୍ତକୁ କାବୁ କରି ନେଇଥିଲେ।

ଏଥିସହ ତାଙ୍କ ପାଖରେ ଥିବା ଆଉ ଦୁଇଟି ପେଟ୍ରୋଲ ଭର୍ତ୍ତି ବୋତଲକୁ ଜବତ କରିଥିଲେ। ଅଭିଯୁକ୍ତ ବିନୋତ ନାଁରେ ୪ରୁ ୫ଟି ମାମଲା ରହିଛି। ଘଟଣା ବେଳେ ସେ ନିଶାସକ୍ତ ଅବସ୍ଥାରେ ଥିଲେ।

Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe