Advertisment

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରୀ ମାରି ଦୁଇ ଲକ୍ଷ ଲୁଟ୍‌

୪ ଦୁର୍ବୃତ୍ତ ବାଇକ୍‌ରେ ଆସି ଲୁଟ୍‌ କରିଥିବା ନେଇ ଅଭିଯୋଗ

Medical

Medical

Advertisment

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରା ମାଡ଼ କରି ୨ ଲକ୍ଷ ଲୁଟ୍। ରାଜଗାଙ୍ଗପୁର ଲୋମଲୋଇ ଛକରେ ଘଟିଛି ଏହି ଘଟଣା।

Advertisment

ଅଭିଯୋଗ ଅନୁସାରେ ପଦାଜାମପାଲିରେ ଥିବା ଏକ ପେଟ୍ରୋଲ ପମ୍ପର କର୍ମଚାରୀ ଅନୀଲ ତିୱାରୀ ଆଜି ଦିନ ପ୍ରାୟ ୧୦ ଟା ବେଳେ ୨ ଲକ୍ଷ ଟଙ୍କା ନେଇ ରାଜଗାଙ୍ଗପୁରର ଏକ ବ୍ୟାଙ୍କୁ ଯାଉଥିଲେ। ଲୋମଲୋଇ ନିକଟରେ ୪ ଜଣ ଯୁବକ ତାଙ୍କୁ ଅଟକାଇ ଛୁରୀ ଦ୍ୱାରା ଆକ୍ରମଣ କରି ଟଙ୍କା ଲୁଟି ନେଇ ଥିଲେ।

ଆହତ ଅନୀଲ ତିୱାରୀଙ୍କୁ ପ୍ରଥମେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Advertisment

ଲୁଟ୍‌ ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe