Advertisment

ଶାନ୍ତିନିକେତନରୁ ପିଜି ଛାତ୍ର ଅପହରଣ, ତାଳସାରୀରୁ ଉଦ୍ଧାର

ତେବେ ଏଠି ପ୍ରଶ୍ନ ଉଠୁଛି ଛାତ୍ରଙ୍କୁ କ’ଣ ପାଇଁ ଅପହରଣ କରାଯାଇଥିଲା? ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗରୁ ମିଆଁମାରକୁ ଚୁଟି ଚାଲାଣ ହେଉଥିଲା। ପାନ୍ନା କାରା ମିଆଁମାର ଭାଷା ବର୍ମୀ, ବେଙ୍ଗଲି ଓ ଇଂଳିଶ ଜାଣିଥିବାରୁ ମଧ୍ୟସ୍ତି ସାଜିଥିଲେ।

Balasore

Balasore

Advertisment

ବଶ୍ଚିମବଙ୍ଗର ଶାନ୍ତିନିକେତନରୁ ପିଜି ଛାତ୍ର ଅପହରଣ ହୋଇଥିଲେ। ଓଡ଼ିଶାର ବାଲେଶ୍ୱର ଜିଲ୍ଲା ତାଳସାରୀ ବେଳାଭୂମିରୁ ତାଙ୍କୁ ଉଦ୍ଧାର କରାଯାଇଛି। ଓଡ଼ିଶା ପୁଲିସ୍‌ ସହାୟତରେ ପଶ୍ଚିମବଙ୍ଗ ପୁଲିସ୍‌ ଛାତ୍ରଙ୍କୁ ଉଦ୍ଧାର କରିଛି। ଏହି ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରିଛି।

Advertisment

ମିଆଁମାର ଛାତ୍ର ପାନ୍ନା କାରା ପଶ୍ଚିମବଙ୍ଗ ଶାନ୍ତିନିକେତନରେ ପିଜି କରୁଥିଲେ। ସେ ହଷ୍ଟେଲ୍‌ରେ ରହୁଥିଲେ। ଦୁଇ ଦିନ ତଳେ ତାଙ୍କୁ ଅପହରଣ କରାଯାଇଥିଲା। ୧୨ ବ୍ୟବସାୟୀ ତାଙ୍କୁ ଅପହରଣ କରି ଚଣ୍ଡିପୁରରେ ରଖିଥିଲେ। ଧରାପଡ଼ିଯିବା ଭୟରେ ଆଜି ତାଙ୍କୁ ଓଡ଼ିଶା ନେଇ ଆସିଥିଲେ। ବାଲେଶ୍ୱର ତାଳସାରୀ ବେଳାଭୂମିରେ ବୁଲାଉ ଥିଲେ। ବେଳାଭୂମିରେ ତାଙ୍କୁ ଘେରା ବନ୍ଦୀ କରି ରଖିଥିଲେ।

ପାନ୍ନା କାରା ଅପହରଣ ନେଇ ଅଭିଯୋଗ ହେବା ପରେ ପଶ୍ଚିମବଙ୍ଗର ମେଦିନାପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ହଷ୍ଟେଲ୍‌ରେ ଲାଗିଥିବା ସିସିଟିଭି ଚିତ୍ରକୁ ଆଧାର ତଦନ୍ତ ଚଳାଇଥିଲା। ଏଥିସହ ପାନ୍ନାଙ୍କ ମୋବାଇଲ୍‌ ଫୋନ୍‌କୁ ଟ୍ରାକ୍‌ କରିଥିଲା ପୁଲିସ୍‌। ସେହି ସମୟରେ ତାଙ୍କ ଲୋକେସନ୍‌ ତାଳସାରୀ ବେଳାଭୂମି ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ଏହା ପରେ ମେଦିନାପୁର ପୁଲିସ୍‌ ବାଲେଶ୍ୱର ପୁଲିସ୍‌ର ସହଯୋଗ ଲୋଡ଼ିଥିଲା। ତା’ପରେ ତାଳସାରୀ ମେରାଇନ୍‌ ଥାନା ପୁଲିସ୍‌ ସହାୟତାରେ ପାନ୍ନାଙ୍କୁ ଉଦ୍ଧାର କରିଥିଲା। ଏହି ଅଭିଯୋଗରେ ୧୨ ବ୍ୟବସାୟୀଙ୍କୁ ଗିରଫ କରି ପଶ୍ଚିମବଙ୍ଗ ନେଇଯାଇଛି ପୁଲିସ୍‌।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି ଛାତ୍ରଙ୍କୁ କ’ଣ ପାଇଁ ଅପହରଣ କରାଯାଇଥିଲା? ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗରୁ ମିଆଁମାରକୁ ଚୁଟି ଚାଲାଣ ହେଉଥିଲା। ପାନ୍ନା କାରା ମିଆଁମାର ଭାଷା ବର୍ମୀ, ବେଙ୍ଗଲି ଓ ଇଂଳିଶ ଜାଣିଥିବାରୁ ମଧ୍ୟସ୍ତି ସାଜିଥିଲେ। ଏହି ନେଣଦେଣ ବେଳେ କିଛି ଟଙ୍କା ବକେୟା ରହିଥିଲା। ମିଆଁମାରରେ ଚୁଟି କିଣୁଥିବା ବ୍ୟବସାୟୀ ବକେୟା ଟଙ୍କା ଦେଉନଥିଲେ। ଯେଉଁଥିପାଇଁ ପଶ୍ଚିମବଙ୍ଗର ବ୍ୟବସାୟୀମାନେ ପାନ୍ନା କାରାଙ୍କୁ ଅପହରଣ କରିଥିଲେ।

ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ

West Bengal Crime Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe