/odisha-reporter/media/post_attachments/uploadimage/library/16_9/16_9_0/IMAGE_1755090179.jpg)
Private Mess
କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ନିକଟସ୍ଥ ଏକ ଘରୋଇ ମହିଳା ମେସ୍ରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
ସେ ଧରଣୀଧର ବିଶ୍ୱବିଦ୍ୟାଳୟର ଆନ୍ଥ୍ରୋପୋଲୋଜି ବିଭାଗର ପ୍ରଥମ ବର୍ଷ ପିଜି ଛାତ୍ରୀ ଥିଲେ। ତାଙ୍କ ଘର ନନ୍ଦିପଦା ଥାନା ଅଞ୍ଚଳର। ସେ ମାତ୍ର ମାସେ ହେବ ଏହି ଘରୋଇ ମେସ୍ରେ ରହୁଥିଲେ ବୋଲି ମେସ୍ ମାଲିକ ଯୋଗେଶ୍ୱର ମହାନ୍ତ କହିଛନ୍ତି।
ଆଜି ଦିନ ୧୧ଟା ବେଳେ ତାଙ୍କର କ୍ଲାସ ଥିବା ବେଳେ ସେ ଯାଇ ନଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୧ଟା ବେଳକୁ ତାଙ୍କ ରୁମ୍ମେଟ୍ମାନେ ଫେରିବା ପରେ ରୁମ୍ ଭିତର ପଟୁ ବନ୍ଦ ଥିବା ଦେଖିଥିଲେ। ତେଣୁ ସେମାନେ କବାଟ ବାଡ଼େଇ ଥିଲେ। କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ଫୋନ୍ କରିଥିଲେ। କିନ୍ତୁ ଜବାବ ମିଳି ନଥିଲା। ସେମାନେ ଘର ପଛପଟକୁ ଯାଇଥିଲେ। ଘରର ଝରକା ଖୋଲା ଥିଲା। ଝରକା ଦେଇ ସେମାନେ ମୃତ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ସେମାନେ ସଙ୍ଗେ ସଙ୍ଗେ ପୁଲିସ୍କୁ ଖବର ଦେଇଥିଲେ।
କେନ୍ଦୁଝର ଏସ୍ପି ନିତିନ କୁଶଲକର କହିଛନ୍ତି ଯେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ୍ ଟିମ୍ କବାଟ ଭାଙ୍ଗି ଭିତରେ ପଶିଥିଲେ। ଝୁଲନ୍ତା ଅବସ୍ଥାରେ ଥିବା ଛାତ୍ରୀଙ୍କୁ ସେମାନେ ତଳକୁ ଓହ୍ଲାଇଥିଲେ। ଛାତ୍ରୀ ଜଣଙ୍କ ଅଚେତ ଥିବାରୁ ପୁଲିସ୍ ଟିମ୍ ସିନିୟର ଅଫିସରଙ୍କୁ ଖବର ଦେଇଥିଲେ। ସିନିୟର ଅଫିସର ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।
ପୁଲିସ୍ ଏହି ଘଟଣାର ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
