Advertisment

ପାରାଦୀପରେ ସିବିଆଇ ରେଡ୍, ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ପବ୍ଲିକ ହେଲ୍‌ଥ ଅଫିସର

ସେ ୭୦ ଜଣ କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଜଣ ପିଛା ୧୫୦୦ ଟଙ୍କା ଲେଖାଏଁ ଦେବାକୁ କହିଥିଲେ।

RN Panigrahi

RN Panigrahi

Advertisment

ପାରାଦୀପ ପବ୍ଲିକ ହେଲ୍‌ଥ ଅଫିସରେ ଆଜି ଚଢ଼ାଉ କରିଛି ସିବିଆଇ। ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ପବ୍ଲିକ୍ ହେଲ୍‌ଥ ଅଫିସର ଡକ୍ଟର ଆର୍‌.ଏନ୍ ପାଣିଗ୍ରାହୀ। ଜଣେ ଶିପିଂ ଏଜେଣ୍ଟଙ୍କ ଠାରୁ ସେ ଏହି ଟଙ୍କା ଗ୍ରହଣ କରୁଥିବା ବେଳେ ସିବିଆଇ ଅଫିସରଙ୍କ ହାତରେ ଧରାପଡ଼ିଥିଲେ।

Advertisment

ଜାହାଜର କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଆର୍‌.ଏନ୍ ପାଣିଗ୍ରାହୀ ଉକ୍ତ ଶିପିଂ ଏଜେଣ୍ଟଙ୍କୁ ମାଗିଥିଲେ ଲକ୍ଷେରୁ ଅଧିକ ଟଙ୍କା। ସେ ୭୦ ଜଣ କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଜଣ ପିଛା ୧୫୦୦ ଟଙ୍କା ଲେଖାଏଁ ଦେବାକୁ କହିଥିଲେ।

୧୦ ଜଣିଆ ସିବିଆଇ ଟିମ୍‌ ଡକ୍ଟର ଆର୍‌.ଏନ୍ ପାଣିଗ୍ରାହୀଙ୍କୁ ପଚରାଉଚରା କରୁଛନ୍ତି। କେନ୍ଦ୍ର ଜାହାଜ ଚଳାଚଳ ବିଭାଗ ଅଧୀନରେ ଥିବା ଏହି PHO ଜାହାଜର କ୍ରିଉ ମେମ୍ବରଙ୍କ ସ୍ଵାସ୍ଥ୍ୟ ସମ୍ପର୍କିତ ତଥ୍ୟ ରଖିବା ସହ ଯାଞ୍ଚ କରିଥାଏ।

Advertisment

ପାରାଦୀପରୁ ରମାକାନ୍ତ ନାୟକଙ୍କ ରିପୋର୍ଟ

CBI Bribe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe