Advertisment

ରଙ୍ଗୀଲା ବାବା; ଭାଇରାଲ୍‌ ହେଉଛି ଯୁବତୀଙ୍କୁ ଲିପ୍‌ କିସ୍‌ ଦେବାର ଫଟୋ

ସବୁବେଳେ ନାଲି, ହଳଦୀ ଧୋତି ପରିଧାନ କରୁଥିବା ବାବା ଜିନ୍ସ ଓ ନାଲି ସାର୍ଟ ପିନ୍ଧି ଥିବାର ଫଟୋ ଭାଇରାଲ୍‌ ହେଉଛି। ଫଟୋ ଗୁଡ଼ିକ ମୋବାଇଲ୍‌ରୁ ମୋବାଇଲ୍‌ ଘୁରି ବୁଲୁଛି। ଯେଉଁଥିରେ ବାବା ଜଣେ ଯୁବତୀଙ୍କୁ ଧରି ଲିପ୍‌ କିସ୍‌ କରୁଥିବା ଦେଖିବାକୁ ମିଳିଛି।

Baba

Baba

Advertisment

ଭାଇରାଲ୍‌ ହେଉଛି ବାବାଙ୍କ ରଙ୍ଗୀଲା ବେଶ! ଯେଉଁଥିରେ ନାଲି ଓ ହଳିଦୀଆ ରଙ୍ଗର ଧୋତି ପରିଧାନ କରୁଥିବା ବାବା ଜିନ୍ସ ପିନ୍ଧି ଜଣେ ତରୁଣୀଙ୍କୁ ଲିପ୍‌ କିସ୍‌ କରୁଥିବା ଦେଖିବାକୁ ମିଳିଛି। ସିଏ ଖାଲି ଲିପ୍‌ କିସ୍‌ ଦେଉନାହାନ୍ତି, ବରଂ ତାଙ୍କୁ ତାଙ୍କ ବାହୁ ବନ୍ଧନରେ ଆଲିଙ୍ଗନ କରୁଛନ୍ତି। ଆଉ ଯୁବତୀ ଜଣକ ସ୍ମିତ ହାସ୍ୟ ଦେଉ ବାବାଙ୍କୁ ଅନାଉଥିବା ଫଟୋରେ ଦେଖିବାକୁ ମିଳିଛି। ଯାହାର ଫଟୋ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି। ଚର୍ଚ୍ଚା ହେଉଛି କିସ୍‌ ଦେଉଥିବା ଯୁବତୀଙ୍କୁ ବାବା କୁଆଡେ ଅପହରଣ କରିଛନ୍ତି। ସେହି ମାମଲାରେ ଢେଙ୍କାନାଳ ପୁଲିସ୍‌ ବାବାଙ୍କୁ ଆଶ୍ରମରୁ ଉଠାଇ ନେଇ ପଚରାଉଚରା କରୁଛି।

Advertisment

କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲାରେ ରହିଛି ସୂତୀକ୍ଷ୍ମ ଆଶ୍ରମ। ଆଉ ସେହି ଆଶ୍ରମର ମହନ୍ତ ଅଛନ୍ତି କୈବଲ୍ୟ ଜାନି ବାବା। ନିଜକୁ ସେ ଜଣେ ସାଧକ ବୋଲି ପରିଚୟ ଦିଅନ୍ତି। ବାବା କପାଳରେ ସିନ୍ଦୂର ତିଳକ ଲଗାନ୍ତି ଓ ନାଲି, ହଳଦୀ ରଙ୍ଗର ଧୋତି ପରିଧାନ କରନ୍ତି। ତାଙ୍କର ବହୁ ଅନୁଗାମୀ ଅଛନ୍ତି। ପ୍ରତିଦିନ ଆଶ୍ରମରେ ପୂଜାପାଠ ହୋଇଥାଏ। ତେଣୁ ଭକ୍ତଙ୍କ ଆଗମନ ହୋଇଥାଏ। ଏବେ ଶାରଦୀୟ ଉତ୍ସବ ଚାଲିଥିବାରୁ ଆଶ୍ରମରେ ମାଆଙ୍କ ଆରାଧନା କରାଯାଉଛି।

ଆଜି ବାବା ମାଆ ଦୁର୍ଗାଙ୍କ ନବମୀ ପୂଜା କରୁଥିବା ବେଳେ ଆଶ୍ରମରେ ପହଞ୍ଚିଥିଲା ଢେଙ୍କାନାଳ ପୁଲିସ୍। ଢ଼େଙ୍କାନାଳ ଏସ୍‌ଡିପିଓ, ସଦର ଥାନା ଅଧିକାରୀ, ଭାପୁର ଥାନା ଅଧିକାରୀଙ୍କ ସହିତ ତିଗିରିଆ ଥାନା ପୁଲିସ୍‌ ଆଶ୍ରମରେ ପହଞ୍ଚି ଅପହରଣ ହୋଇଥିବା ଯୁବତୀଙ୍କ ବିଷୟରେ ବାବାଙ୍କୁ ପଚରାଉଚରା କରିଥିଲେ। ହେଲେ କୌଣସି ସନ୍ତୋଷଜନକ ଉତ୍ତର ପାନଥିଲେ। ପରେ ପୁଲିସ୍‌ ଟିମ୍‌ ବାବାଙ୍କ କାର ଯାଞ୍ଚ କରିଥିଲା। ଗାଡ଼ିରୁ ଜିନ୍ସ ପ୍ୟାଣ୍ଟ, ଯୌନ ଉଦ୍ଦିପନା ବଟିକା, ବେଲ୍‌ଟ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ଏନେଇ ପୁଲିସ୍‌ ତାଙ୍କୁ ପଚରାଉଚରା କରିଥିଲା। ହେଲେ ବାବାଙ୍କଠାରୁ ସନ୍ତୋଷ ଜନକ ଉତ୍ତର ପାଇନଥିଲା ପୁଲିସ୍‌। ତେଣୁ ତାଙ୍କୁ ପୁଲିସ୍‌ ଉଠାଇ ନେଇଥିବା ଜଣାପଡ଼ିଛି। ହେଲେ ଯୁବତୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି।

Advertisment

ସେପଟେ ବାବାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍‌ ହେଉଛି। ସବୁବେଳେ ନାଲି, ହଳଦୀ ଧୋତି ପରିଧାନ କରୁଥିବା ବାବା ଜିନ୍ସ ଓ ନାଲି ସାର୍ଟ ପିନ୍ଧି ଥିବାର ଫଟୋ ଭାଇରାଲ୍‌ ହେଉଛି। ଫଟୋ ଗୁଡ଼ିକ ମୋବାଇଲ୍‌ରୁ ମୋବାଇଲ୍‌ ଘୁରି ବୁଲୁଛି। ଯେଉଁଥିରେ ବାବା ଜଣେ ଯୁବତୀଙ୍କୁ ଧରି ଲିପ୍‌ କିସ୍‌ କରୁଥିବା ଦେଖିବାକୁ ମିଳିଛି। ବାବା ସମ୍ପୃକ୍ତ ଯୁବତୀଙ୍କ ଖାଲି କିସ୍‌ କରୁନାହାନ୍ତି, ବରଂ ତାଙ୍କୁ କୁଣ୍ଢାଉଥିବା ଫଟୋରେ ଦେଖିବାକୁ ମିଳିଛି। ଚର୍ଚ୍ଚା ହେଉଛି କିସ୍‌ ଦେଉଥିବା ଯୁବତୀଙ୍କୁ କୁଆଡେ ବାବା ଅପହରଣ କରିଛନ୍ତି। ସିଏ ତାଙ୍କ ସହିତ ମୌଜ ମଜଲିସ୍‌ କରୁଥିବା ଅଭିଯୋଗ ହେଉଛି। ତାଙ୍କ ସହିତ କୁଆଡେ ବାବା ପୁରୀ ଯାଇଥିବା ଚର୍ଚ୍ଚା ହେଉଛି।

ଭାଇରାଲ୍‌ ହେଉଥିବା ଫଟୋ ଓ ଅପହରଣ ନେଇ ବାବା କହିଛନ୍ତି, ଅପହରଣ ମାମଲାରେ ପୁଲିସ୍‌ ମୋତେ ଉଠାଇ ଆଣିଛି। କିନ୍ତୁ ସତକଥା ହେଲା କୌଣସି ଝିଅ ବିଷୟରେ ମୁଁ କିଛି ଜାଣିନି। ଭାଇରାଲ୍‌ ହେଉଥିବା ଫଟୋ ସମ୍ପର୍କରେ କିଛି କହିପାରିବି ନାହିଁ। ମୋତେ କେବଳ ବଦନାମ କରିବାକୁ ଚେଷ୍ଟା କରାଯାଉଛି। କାର୍‌ରୁ ମିଳିଥିବା ସାମଗ୍ରୀ ମୋର ନୁହେଁ। ମୋର କେବଳ ମୁଣ୍ଡ ବିନ୍ଧା ମେଡ଼ିସିନ୍‌ ଅଛି, ତାହାଛଡ଼ା ଆଉ କିଛି ଜାଣିନି ବୋଲି ବାବା କହିଛନ୍ତି।

ବାବା ଆହୁରି କହିଛନ୍ତି, ଅପହରଣ ହୋଇଥିବା ଝିଅଙ୍କ ପରିବାର ଦୀର୍ଘ ୮ ବର୍ଷ ହେଲା ଆଶ୍ରମକୁ ଯିବା ଆସିବା କରୁଥିଲେ। ସେମାନଙ୍କ ସହିତ ଭଲ ସମ୍ପର୍କ ରହିଥିଲା। ନିୟମିତ ବ୍ୟବଧାନରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଆଶ୍ରମକୁ ଆସନ୍ତି। ତେବେ ୧୦ ଦିନ ତଳେ ହଠାତ୍‌ ଝିଅର ମାଉସୀ ଓ ତାଙ୍କ ପୁତୁରା ଆଶ୍ରମରେ ପହଞ୍ଚିଥିଲେ। ଆଉ ଝିଅକୁ ବୁଝାଇବା ପାଇଁ କହିଥିଲେ। କିନ୍ତୁ ମୁଁ ସେମାନଙ୍କୁ ମନା କରିଥିଲି ବୋଲି ବାବା କହିଛନ୍ତି।

ସୂଚନାରୁ ପ୍ରକାଶ, ଢ଼େଙ୍କାନାଳ ଜିଲ୍ଲା ଭାପୁର ଥାନା ଅଞ୍ଚଳରୁ ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଅପହରଣ କରାଯାଇଥିଲା। ଏନେଇ ଯୁବତୀଙ୍କ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯୁବତୀଙ୍କ ପରିବାର ଲୋକେ ଏନେଇ ଅଭିଯୋଗ କରିଥିଲେ। ବାବା କୈବଲ୍ୟ ଜାନି ଅପହରଣ କରିଥିବା ପୀଡ଼ିତାଙ୍କ ପରିବାର ଲୋକେ ଏଫ୍‌ଆଇଆର୍‌ରେ ଦର୍ଶାଇଥିଲେ। ଏହା ପରେ ଢେଙ୍କାନାଳ ପୁଲିସ୍‌ ତତ୍ପର ହୋଇଥିଲା। ଆଉ ଅଭିଯୁକ୍ତକୁ ଉଠାଇ ଆଣି ଜେରା କରୁଛି।

ରିପୋର୍ଟ- ଆଠଗଡ଼ରୁ ନୀଳକଣ୍ଠ ଦୋରା

Cuttack Crime Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe