Advertisment

ହତ୍ୟା ପୂର୍ବରୁ ରେଣୁକାସ୍ୱାମୀଙ୍କୁ ଭୟଙ୍କର ନିର୍ଯାତନା ଦେଇଥିଲେ ଦର୍ଶନ, ଆସିଲା ଫଟୋ

ପବିତ୍ରାଙ୍କୁ ରେଣୁକାସ୍ୱାମୀ ଅଶ୍ଲୀଳ ମେସେଜ ପଠାଇ ହଇରାଣ କରିବା କଥାକୁ ନେଇ ଦର୍ଶନ ଖୁବ୍ ରାଗି ଯାଇଥିଲେ। ଦର୍ଶନଙ୍କ ନିର୍ଦ୍ଦେଶରେ ଏକ ଗ୍ୟାଙ୍ଗ ପ୍ରଥମେ ଅଟୋ ଚାଳକ ରେଣୁକାସ୍ୱାମୀଙ୍କୁ ଅପହରଣ କରିଥିଲେ। ପରେ ତାଙ୍କୁ ହତ୍ୟା କରାଯାଇଥିଲା।

Photo

Photo

Advertisment

କନ୍ନଡ ଅଭିନେତା ଦର୍ଶନଙ୍କ ବିରୋଧରେ ଚାଲିଥିବା ଅପହରଣ ଓ ହତ୍ୟା ମାମଲାରେ ସାଂଘାତିକ ତଥ୍ୟ ଆସିଛି। ଦର୍ଶନ ନିଜର ଫ୍ୟାନ ରେଣୁକାସ୍ୱାମୀଙ୍କୁ ହତ୍ୟା କରିବା ପୂର୍ବରୁ ଭୟଙ୍କର ଢଙ୍ଗରେ ନିର୍ଯାତନା ଦେଇଥିଲେ। ରେଣୁକାସ୍ୱାମୀ ଛାଡ଼ି ଦେବାକୁ ନେହୁରା ହୋଇଥିଲେ ହେଁ ସେ କିଛି ବି ଶୁଣି ନଥିଲେ। 

Advertisment

ନିର୍ଯାତନା ବେଳେ ରେଣୁକାସ୍ୱାମୀଙ୍କ ଅବସ୍ଥା କେମିତି ଥିଲା, ତା’ର ଫଟୋ ଏବେ ସାମ୍ନାକୁ ଆସିଛି। କର୍ଣ୍ଣାଟକା ପୁଲିସ୍‌ ଏହି ବହୁ ଚର୍ଚ୍ଚିତ ଅପହରଣ ମାମଲା ବୁଧବାର ୩,୯୯୧ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଥିଲା। ପୁଲିସ୍‌ର ଚାର୍ଜଶିଟ ପରେ ରେଣୁକାସ୍ୱାମୀଙ୍କୁ ନିର୍ଯାତନା ଦିଆଯିବା ବେଳର ଫଟୋ ଭାଇରାଲ ହୋଇଛି।

ସାମ୍ନାକୁ ଆସିଥିବା ଗୋଟିଏ ଫଟୋରେ ଦେଖିବାକୁ ମିଳୁଛି ଯେ ରେଣୁକାସ୍ୱାମୀ ବିନା ଶାର୍ଟରେ ତଳେ ବସିଛନ୍ତି। ତାଙ୍କ ପଛ ପାଖରେ ଏକାଧିକ ଟ୍ରକ ରହିଛି। ଏହି ସମୟରେ ସେ କାନ୍ଦୁଛନ୍ତି। ଆଉ ଏକ ଫଟୋରେ ରେଣୁକାସ୍ୱାମୀ ଗୋଟିଏ ଟ୍ରକ ସାମ୍ନାରେ ଅଚେତ ଅବସ୍ଥାରେ ପଡ଼ି ରହିଛନ୍ତି। ଏତିକି ବେଳେ ସେ ଗୋଟିଏ ବ୍ଲୁ ରଙ୍ଗର ଜିନ୍ସ ଓ ହାତ କଟା ଗଞ୍ଜି ପିନ୍ଧିଛନ୍ତି।

Advertisment

କୁହାଯାଉଛି ଯେ ଏହି ଫଟୋଗୁଡ଼ିକ ଦର୍ଶନକଙ୍କ ସହଯୋଗୀ ପବନଙ୍କ ଫୋନରୁ ମିଳିଛି। ଏହାକୁ ପୁଲିସ୍‌ ପ୍ରମାଣ ଭାବେ ବ୍ୟବହାର କରିଛି। ତେବେ ଲିକ ଫଟୋ ସମ୍ପର୍କରେ କର୍ଣ୍ଣାଟକା ପୁଲିସ୍‌ କୌଣସି ପ୍ରକାରର ପ୍ରତିକ୍ରିୟା ରଖିନାହିଁ।

ସୂତ୍ର ଅନୁସାରେ, ରେଣୁକାସ୍ୱାମୀ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି ପବନ। ରେଣୁକାସ୍ୱାମୀଙ୍କୁ ଅପହରଣ କରାଯିବା ପରେ ଗୋଟିଏ ଘରେ ବନ୍ଧ କରି ମାଡ଼ ମରାଯାଇଥିଲା। ଏହି ସବୁ ଫଟୋକୁ ପବନ ହିଁ ଉଠାଇଥିଲେ। ଫଟୋ ଉଠାଇବା ପରେ ପବନ ତୁରନ୍ତ କ୍ଲବରେ ଅନ୍ୟ ବନ୍ଧୁମାନଙ୍କ ସହ ପାର୍ଟି କରୁଥିବା ଦର୍ଶନଙ୍କ ପାଖକୁ ଯାଇଥିଲେ।

ସେଠାରେ ପବନ ତାଙ୍କୁ ଫଟୋ ଗୁଡ଼ିକ ଦେଖାଇଥିଲେ। ଏହାପରେ ଦର୍ଶନ ନିଜର ପାର୍ଟନର ତଥା ବନ୍ଧୁ ପବିତ୍ରା ଗୌଡ଼ାଙ୍କ ଘରକୁ ଯାଇଥିଲେ। ତାଙ୍କୁ ସାଙ୍ଗରେ ଧରି ରେଣୁକାସ୍ୱାମୀଙ୍କୁ ପଣବନ୍ଦୀ କରାଯାଇଥିବା ଘରେ ପହଞ୍ଚିଥିଲେ। ସେଠାରେ ଦର୍ଶନକ, ପବିତ୍ରା ଓ ଅନ୍ୟମାନେ ମିଳିତ ଭାବେ ରେଣୁକାସ୍ୱାମୀଙ୍କୁ ଭୟଙ୍କର ଢଙ୍ଗରେ ପିଟି ଚାଲିଥିଲେ।

ହତ୍ୟା ପୂର୍ବରୁ ରେଣୁକାସ୍ୱାମୀଙ୍କୁ ଦିଆ ଯାଇଥିବା ନିର୍ଯାତନା ସମ୍ପର୍କରେ ପୁଲିସ୍‌ ତା’ର ଚାର୍ଜଶିଟରେ ଉଲ୍ଲେଖ କରିଛି। ଦର୍ଶନ ଓ ତାଙ୍କ ଗ୍ୟାଙ୍ଗର ନିର୍ଯାତନା ଯୋଗୁ ରେଣୁକାସ୍ୱାମୀଙ୍କ ଛାତି ହାଡ଼ ଭାଙ୍ଗି ଯାଇଥିଲା। ତାଙ୍କ ଶରୀରରେ ମୋଟ ୩୯ଟି କ୍ଷତ ଚିହ୍ନ ରହିଥିଲା। ରେଣୁକାସ୍ୱାମୀଙ୍କ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିଲା।

ଖାଲି ସେତିକି ନୁହେଁ, ଦର୍ଶନ ଓ ପିବତ୍ରା ମିଳିତ ଭାବେ ରେଣୁକାସ୍ୱାମୀଙ୍କ ଗୁପ୍ତାଙ୍ଗରେ ବାରମ୍ବାର ବଦ୍ୟୁତ ଆଘାତ ଦେଇଥିଲେ। ନିର୍ଯାତନା ସହି ନ ପାରି ଶେଷରେ ରେଣୁକାସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ହେଲେ ମୃତ୍ୟୁ ପୂର୍ବରୁ ସେ ଅକଥନୀୟ ନିର୍ଯାତନାର ସାମ୍ନା କରିଥିଲେ।

ହତ୍ୟା କରିବା ପରେ ଦର୍ଶନ ଓ ଅନ୍ୟ ଅଭିଯୁକ୍ତମାନା ନିଜ କ୍ଷମତା ଓ ଟଙ୍କାର ବ୍ୟବହାର କରି ମୃତଦେହକୁ ରଫାଦଫା କରିବା ସହ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ମାମଲାରୁ ମୁକ୍ତି ପାଇବା ପାଇଁ ସେମାନେ ଅନ୍ୟ କିଛି ଲୋକଙ୍କ ମୁଣ୍ଡରେ ଅଠା ବୋଳି ବାକୁ ଚେଷ୍ଟା କରିଥିଲେ ବୋଲି ଚାର୍ଜଶିଟରେ ରହିଛି। ତେବେ ରେଣୁକାସ୍ୱାମୀଙ୍କ ମୃତଦେହ ଜୁନ ୯ରେ ବେଙ୍ଗାଲୁରୁର ସୁମନହାଲ୍ଲିରୁ ମିଳିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ରେଣୁକାସ୍ୱାମୀ ନାମକ ଜଣେ ୩୩ ବର୍ଷୀୟ ଅଟୋ ଚାଳକଙ୍କ ହତ୍ୟା ମାମଲାରେ ଦର୍ଶନ ଗିରଫ ହୋଇଛନ୍ତି। ଦର୍ଶନଙ୍କର ଜଣେ ବଡ଼ ଫ୍ୟାନ୍ ଥିଲେ ରେଣୁକାସ୍ୱାମୀ। ତେବେ ସେ ଅଭିନେତ୍ରୀ ପବିତ୍ରା ଗୌଡ଼ଙ୍କ ନିକଟକୁ ସୋଶାଲ ମିଡିଆ ଯୋଗେ ଅଶ୍ଳୀଳ ମେସେଜ ପଠାଉଥିବା ଅଭିଯୋଗ ହୋଇଛି। ପବିତ୍ରା ଗୌଡ଼ା ହେଉଛନ୍ତି ଦର୍ଶନଙ୍କ ପାର୍ଟନର। ଉଭୟ ରିଲେସନଶିପ୍‌ରେ ଥିଲେ।

ପବିତ୍ରାଙ୍କୁ ରେଣୁକାସ୍ୱାମୀ ଅଶ୍ଲୀଳ ମେସେଜ ପଠାଇ ହଇରାଣ କରିବା କଥାକୁ ନେଇ ଦର୍ଶନ ଖୁବ୍ ରାଗି ଯାଇଥିଲେ। ଦର୍ଶନଙ୍କ ନିର୍ଦ୍ଦେଶରେ ଏକ ଗ୍ୟାଙ୍ଗ ପ୍ରଥମେ ଅଟୋ ଚାଳକ ରେଣୁକାସ୍ୱାମୀଙ୍କୁ ଅପହରଣ କରିଥିଲେ। ପରେ ତାଙ୍କୁ ହତ୍ୟା କରାଯାଇଥିଲା।

ଏହି ଘଟଣାରେ ଦର୍ଶନ ଓ ପବିତ୍ରା ଗୌଡ଼ାଙ୍କ ସମେତ ୧୫ ଜଣଙ୍କୁ ଗିରଫ କରିଛି କର୍ଣ୍ଣାଟକା ପୁଲିସ୍। ଏବେ ସମସ୍ତେ ଜେଲରେ ରହିଛନ୍ତି।

Karnataka Kannada Actor Darshan Actor Darshan Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe