Advertisment

ଫୁଲବାଣୀ ବନ ବିଭାଗକୁ ବଡ଼ ସଫଳତା

ଜଣଙ୍କୁ ଗିରଫ କରିବା ପରେ ପୂରା ରାକେଟର ପର୍ଦ୍ଦାଫାସ ହୋଇଥିଲା।

Forest Officials

Forest Officials

Advertisment

ଫୁଲବାଣୀ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଗିରଫ ହୋଇଛନ୍ତି ୬ ଶିକାରୀ। ସେମାନଙ୍କଠାରୁ ଜବତ ହୋଇଛି ୨ଟି କଲରାପତରିଆ ବାଘ ଛାଲ, ୬ଟି କୁଟୁରା ଓ ୨ଟି ଗୋଧି ଚମଡ଼ା। କଲରାପତରିଆର ବାଘର ଗୋଟିଏ ଖପୁରୀ ଏବଂ ଗୋଟିଏ କୁଟୁରା ମୁଣ୍ଡକୁ ବି ଜବତ କରିଛି ବନବିଭାଗ। ଶିକାରୀମାନଙ୍କଠାରୁ ଗୋଟିଏ ଦେଶୀ ଲୋଡେଡ୍ ବନ୍ଧୁକ, ଗନ୍ ପାଉଡର, ୭ଟି ଫାଶ, ଗୋଟିଏ ତୀର, ୨ଟି ବାଟୁଳି ଓ ଗୋଟିଏ ବାଇକ ଜବତ ହୋଇଛି।

Advertisment

ଫୁଲବାଣୀ ବନଖଣ୍ଡର ସ୍ୱତନ୍ତ୍ର ଅପେରସନ ଟିମ୍ ଖଜୁରୀପଡ଼ା ଥାନା ଅଞ୍ଚଳରୁ ଏହି ଶିକାରୀମାନଙ୍କୁ ଗିରଫ କରିଛି। ଲାଇନପଡ଼ା ସଂରକ୍ଷିତ ଜଙ୍ଗଲ ନିକଟରୁ ପ୍ରଥମେ ଜଣଙ୍କୁ ଗିରଫ କରିଥିଲେ ବନ କର୍ମଚାରୀ। ପରେ ପୂରା ଶିକାରୀ ରାକେଟର ପର୍ଦ୍ଦାଫାସ ହୋଇଥିଲା ।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ଧନେଶ୍ୱର ନାୟକ, ଶରତ ମଲ୍ଲିକ, ଗୌରାଙ୍ଗ ମଲ୍ଲିକ, ସଦାନନ୍ଦ କହଁର, ସନ୍ତୋଷ ମଲ୍ଲିକ ଏବଂ ବିବତ୍ସ ମଲ୍ଲିକ। ବନବିଭାଗ ପକ୍ଷରୁ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଫୁଲବାଣୀ ଡିଏଫ୍ଓ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe