Advertisment

ରାତିରେ ଚୋରି କରି ଚମ୍ପଟ ମାରୁଥିଲେ, ରାସ୍ତାରେ ବାଇକ୍‌ରୁ ପେଟ୍ରୋଲ୍‌ ସରିଗଲା

ଚିତ୍ରସେନ ଦିଗାଲଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି ଗାଁ ଲୋକେ ନିଦରୁ ଉଠି ପଡ଼ିଥିଲେ। ଆଉ ଡକାୟତମାନଙ୍କୁ ଗୋଡ଼ାଇଥିଲେ। କିଛି ବାଟ ଗଲା ପରେ ଡକାୟତଙ୍କ ବାଇକ୍‌ରୁ ପେଟ୍ରୋଲ୍‌ ସରି ଯାଇଥିଲା। ଯେଉଁଥିପାଇଁ ଡକାୟତମାନେ ବାଇକ୍‌ ଛାଡ଼ି ଧାଇଁ ପଳାଇ ଯାଉଥିଲେ।

ଅଦ୍ୟତନ ହୋଇଛି
Crime

Crime

Advertisment

ରାତିରେ ଚୋରି କରି ବାଇକ୍‌ରେ ଚମ୍ପଟ ମାରୁଥିଲେ ୬ ଡକାୟତ। ହେଲେ ଅଧା ବାଟରେ ବାଇକ୍‌ରୁ ସରିଗଲା ପେଟ୍ରୋଲ୍‌। ତା’ପରେ ବାଇକ୍ ଛାଡ଼ି ଦୌଡ଼ି ପଳାଉଥିବା ବେଳେ ମାଡ଼ି ବସିଥିଲେ ଗାଁ ଲୋକେ। ଖାଲି ଧରିନଥିଲେ, ବହେ ନାଦି ଥିଲେ। ଏପରି ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି।

Advertisment

ଗୁରୁବାର ବିଳମ୍ୱିତ ରାତିରେ ୬ ଜଣ ଡକାୟତ ୪ଟି ବାଇକ୍‌ରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପାଙ୍ଗାଉପରସାହି ପଞ୍ଚାୟତର କାଲିକୁଟି ଗାଁରେ ପଶିଥିଲେ। ସେମାନେ ଚିତ୍ରସେନ ଦିଗାଲଙ୍କ ଘରେ ପଶିଥିଲେ। ପରିବାର ଲୋକ ଶୋଇଥିବା ବେଳେ ୬ ଡକାୟ ଘରେ ଥିବା ସବୁ ସୁନା ଅଳଙ୍କାର ଓ ଟଙ୍କା ଲୁଟ୍‌ କରି ଚମ୍ପଟ ମାରୁଥିଲେ। ସେହି ସମୟରେ ଚିତ୍ରସେନ ଦିଗାଲଙ୍କ ପରିବାର ଲୋକେ ଜାଣିପାରି ଚିତ୍କାର କରିଥିଲେ।

ଚିତ୍ରସେନ ଦିଗାଲଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି ଗାଁ ଲୋକେ ନିଦରୁ ଉଠି ପଡ଼ିଥିଲେ। ଆଉ ଡକାୟତମାନଙ୍କୁ ଗୋଡ଼ାଇଥିଲେ। କିଛି ବାଟ ଗଲା ପରେ ଡକାୟତଙ୍କ ବାଇକ୍‌ରୁ ପେଟ୍ରୋଲ୍‌ ସରି ଯାଇଥିଲା। ଯେଉଁଥିପାଇଁ ଡକାୟତମାନେ ବାଇକ୍‌ ଛାଡ଼ି ଧାଇଁ ପଳାଇ ଯାଉଥିଲେ। ପିଛା କରୁଥିବା ଗାଁ ଲୋକେ ସେମାନଙ୍କୁ ମାଡ଼ି ବସିଥିଲେ। ପରେ ବହେ ନାଦିଥିଲେ। ଯିଏ ଯେମିତି ପାରିଲା ଛେଚିଲା। ତା’ପରେ ଡକାୟତମାନଙ୍କୁ ଧରି ଗାଁକୁ ଆଣିଥିଲେ। ସେମାନଙ୍କ ବେକରେ ପଚଲ ମାଳ ପକାଇ ଗାଁ ସାରା ବୁଲାଇଥିଲେ।

Advertisment

ଗାଁ ଲୋକେ ଏନେଇ ଫିରିଙ୍ଗିଆ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ସେମାନଙ୍କୁ ଗିରଫ କରିବା ସହିତ ୪ଟି ବାଇକ୍‌ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ଆଉ କେଉଁକେଉଁ ଅପରାଧରେ ସାମିଲ୍‌ ଅଛନ୍ତି, ପୁଲିସ୍‌ ତାହା ଉପରେ ତଦନ୍ତ ଚଳାଉଛି।

ରିପୋର୍ଟ-ଫୁଲବାଣୀରୁ ତ୍ରିନାଥ ସାହୁ

Crime Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe