Advertisment

ଛାତ୍ରୀଙ୍କୁ ବ୍ୟାଡ୍ ଟଚ୍ କରୁଥିଲେ ଶିକ୍ଷକ;ସ୍କୁଲରେ ପଶି ପିଟିଲେ ଅଭିଭାବକ

ପୁଲିସ ଶିକ୍ଷକ ମନୋରଞ୍ଜନ ନାୟକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।

ଅଦ୍ୟତନ ହୋଇଛି
student

student

Advertisment

ଛାତ୍ରୀଙ୍କୁ ବ୍ୟାଡ୍ ଟଚ୍ ପଡ଼ିଲା ମହଙ୍ଗା। ସ୍କୁଲରେ ପଶି ଶିକ୍ଷକଙ୍କୁ ପିଟିଲେ ଅଭିଭାବକ। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ ସହର ଇନ୍ଦିରା ନଗର ଉଚ୍ଚ ବିଦ୍ୟାଳୟରେ। ପୁଲିସ ଶିକ୍ଷକ ମନୋରଞ୍ଜନ ନାୟକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।

Advertisment

ଇନ୍ଦିରା ନାଗର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ପିଲା ପଢନ୍ତି। ମନୋରଞ୍ଜନ ଜଣେ ଛାତ୍ରୀଙ୍କୁ ବ୍ୟାଡ ଟଚ୍ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣଙ୍କ ନିଜ ପରିବାର ଲୋକଙ୍କ ପାଖରେ ମନୋରଞ୍ଜନ ବେଡ୍‌ ଟଚ୍ କରିଥିବା କହିଥିଲେ। ଆଜି ସକାଳେ ଅଭିଭାବକମାନେ ସ୍କୁଲରେ ପହଞ୍ଚି ମନୋରଞ୍ଜନଙ୍କ ମାଡ ମାରିଥିଲେ। ରାୟଗଡ଼ା ପୁଲିସ ପହଞ୍ଚି ମନୋରଞ୍ଜନଙ୍କ ଉଦ୍ଧାର କରି ଥାନାକୁ ନେଇଥିଲା।

ଅନ୍ୟପକ୍ଷରେ ଛାତ୍ରୀ ଜଣଙ୍କ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଥ୍ୟା ବୋଲି ମନୋରଞ୍ଚନ କହିଛନ୍ତି।

Advertisment

ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା କହିଛନ୍ତି, ଅଭିଭାବକଙ୍କ ଅଭିଯୋଗ ଲିଖିତ ପାଇଛି। ଏନେଇ ଏକ କମିଟି ଗଠନ କରି ତଦନ୍ତ କରିବି। ଯଦି ବିଦ୍ୟାଳୟରେ ସମାଧାନ ନହୁଏ ତେବେ ଉଚ୍ଚକର୍ତ୍ତୃ ପକ୍ଷଙ୍କୁ ଅବଗତ କରାଇବି।

Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe