Advertisment

ଅବତରଣ ପୂର୍ବରୁ ଜଳିଗଲା ବିମାନ; ୯ ମୃତ, ବର୍ତ୍ତିଗଲା ଶିଶୁ

ସୁଦାନରେ ଗତ ରାତିରେ ଏକ ଭୟଙ୍କର ବିମାନ ବିସ୍ଫୋରଣ ହୋଇ ୯ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪ ସୈନିକ ଥିବା ଜଣାଯାଇଛି।

author-image
Niharika Rout
Flight Crash

Flight Crash

ସୁଦାନରେ ଗତ ରାତିରେ ଏକ ଭୟଙ୍କର ବିମାନ ବିସ୍ଫୋରଣ ହୋଇ ୯ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪ ସୈନିକ ଥିବା ଜଣାଯାଇଛି। ତେବେ ସୌଭାଗ୍ୟବଶଃତ ଉକ୍ତ ସମୟରେ ବିମାନରେ ଥିବା ଏକ ଛୋଟ ଶିଶୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି।

Advertisment

ଅରବ ନ୍ୟୁଜ ଏଜେନ୍ସି ରିପୋର୍ଟ ମୁତାବକ, ଗତ ରାତିରେ ସୁଦାନ ଏୟାରପୋର୍ଟରୁ ଏକ ବେସାମରିକ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ହେଲେ ହଠାତ୍‌ ମଝି ଆକାଶରେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଅବତରଣ କରିବା ପୂର୍ବରୁ ତାହା କ୍ରାଶ୍‌ ହୋଇ ଯାଇଥିଲା। ଏଥିଯୋଗୁ ବିମାନରେ ନିଆଁ ଲାଗି ଯାଇଥିବା ବେଳେ ଭିତରେ ଥିବା ୪ ସୈନିକଙ୍କ ସମେତ ୯ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାଯାଇଛି। ହେଲେ ଏହି ଦୁର୍ଘଟଣାରୁ ବିମାନରେ ଥିବା ଜଣେ ଶିଶୁଟି ବର୍ତ୍ତି ଯାଇଛି।

ଗୁରୁତର ଅବସ୍ଥାରେ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠି ତା’ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ବିମାନରେ ଯାନ୍ତ୍ରୀକ ତ୍ରୁଟିର କାରଣ ଜଣାପଡ଼ିନି।

Advertisment
Deadbody Plane Crash