Advertisment

ପ୍ରେମିକ ସହ ବିଦେଶ ଯିବାକୁ ପ୍ଲାନିଂ, ସ୍ୱାମୀଙ୍କୁ ହଟାଇବାକୁ ସୁପାରୀ ଦେଲେ ମହିଳା

ଶିଳ୍ପା ଏକ କୋଚିଂ ସେଣ୍ଟରରେ ରିସେପସିନିଷ୍ଟ ଭାବେ କାମ କରୁଥିଲେ। ଇତି ମଧ୍ୟରେ ଉକ୍ତ କୋଚିଂ ସେଣ୍ଟରର ଜଣେ ଛାତ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଗଲା ।

author-image
Niharika Rout
ଅଦ୍ୟତନ ହୋଇଛି
Arrest

Arrest

ପ୍ରେମିକ ସହ ବିଦେଶ ବୁଲିବାକୁ ଯୋଜନା ପ୍ରସ୍ତୁତ କଲେ ମହିଳା। ଏଥିନିମନ୍ତେ ସ୍ୱାମୀଙ୍କ ସମ୍ପତ୍ତି ଓ ଟଙ୍କା ହାତେଇବାକୁ ତାଙ୍କୁ ରାସ୍ତାରୁ ସଫା କରିବାକୁ ପ୍ରେମିକଙ୍କ ସାଙ୍ଗକୁ ଦେଲେ ସୁପାରୀ। ଏପରି ଏକ ଘଟଣା ରାଜସ୍ଥାନର ହନୁମାନଗଡ଼ରେ ଘଟିଛି। ମୃତକ ହେଲେ ସୁନୀଲ ଖେମକା। ସୁନୀଲଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ପତ୍ନୀ ଶିଳ୍ପାଙ୍କୁ ଗିରଫ କରିଛି।

Advertisment

ଶିଳ୍ପା ଏକ କୋଚିଂ ସେଣ୍ଟରରେ ରିସେପସିନିଷ୍ଟ ଭାବେ କାମ କରୁଥିଲେ। ଇତି ମଧ୍ୟରେ ଉକ୍ତ କୋଚିଂ ସେଣ୍ଟରର ଜଣେ ଛାତ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଗଲା । ଏହାପରେ ଉଭୟ ବିଦେଶ ବୁଲିଯିବାକୁ ଯୋଜନା କରିଥିବା ବେଳେ ଶିଳ୍ପା ନିଜ ସ୍ୱାମୀଙ୍କ ସମ୍ପତ୍ତି ହାତେଇବାକୁ ନିଷ୍ପତ୍ତି ନେଲେ। ଏଥିନିମନ୍ତେ ସେ ସ୍ୱାମୀଙ୍କୁ ହତ୍ୟା କରିବାକୁ ନିଜ ପ୍ରେମିକଙ୍କ ସାଙ୍ଗଙ୍କୁ ୫୦ ହଜାର ଟଙ୍କାର ସୁପାରୀ ଦେଇଥିଲେ।

ଯୋଜନା ମୁତାବକ, ଶିଳ୍ପା ପ୍ରଥମେ ସ୍ୱାମୀ ସୁନୀଲଙ୍କୁ କ୍ଷୀରରେ ନିଦ ବଟିକା ଦେଇଥିଲେ। ଏହାକୁ ପିଇ ସୁନୀଲ ଶୋଇ ପଡ଼ିବା ପରେ ଶିଳ୍ପା ନିଜ ପ୍ରେମିକ ଓ ତାଙ୍କ ସାଙ୍ଗଙ୍କୁ ଘରକୁ ଡାକିଥିଲେ।

Advertisment

ଶିଳ୍ପା ଓ ତାଙ୍କ ପ୍ରେମିକ ପ୍ରଥମେ ସୁନୀଲଙ୍କ ମୁହଁକୁ ତକିଆରେ ଦାବି ଦେଇଥିଲେ। ଏହାପରେ ତାଙ୍କ ସାଙ୍ଗ ଛୁରୀ ଭୁଶି ତାଙ୍କୁ ହତ୍ୟା କରିଥିଲେ। ପରେ ମାମଲାକୁ ଆତ୍ମହତ୍ୟା ରୂପ ଦେବାକୁ ସୁନୀଲଙ୍କ ବେକରେ ଫାଶି ଲଗାଇ ଝୁଲାଇ ଦେଲେ।

ଏହି ଘଟଣାର ଯାଞ୍ଚ କରି ପୁଲିସ୍‌ ଶିଳ୍ପା, ତାଙ୍କ ପ୍ରେମିକ ଓ ତାଙ୍କ ସାଙ୍ଗକୁ ବାନ୍ଧିଛି।

Murder Extra Marital Affair Arrest