Advertisment

‘ସୁଭଦ୍ରା’ ପାଇଁ ୫୦ ଟଙ୍କା ନେଇ ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ

‘ସୁଭଦ୍ରା’ ଫର୍ମ ପୂରଣ ସମ୍ପୂର୍ଣ୍ଣ ମାଗଣା। ଏନେଇ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ। ଏଥିସହ ଚେତାବନୀ ଦେଇଥିଲେ, ଯେଉଁମାନେ ‘ସୁଭଦ୍ରା’ ଯୋଜନା ଫର୍ମ ପୂରଣ ପାଇଁ ଟଙ୍କା ଆଦାୟ କରୁଥିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

author-image
Manoranjan Sial
Subhadra

Subhadra

‘ସୁଭଦ୍ରା’ ଫର୍ମ ପୂରଣ ପାଇଁ ମହଳାଙ୍କଠାରୁ ୫୦ ଟଙ୍କା ନେବା ମହଙ୍ଗା ପଡ଼ିଲା। ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ। ରାଉରକେଲା ପ୍ଲାଣ୍ଟ ସାଇଡ୍‌ ଥାନା ପୁଲିସ୍‌ ଜନସେବା କେନ୍ଦ୍ର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ରାଉରକେଲା ମଧୂସୁଦନ ଛକରେ ରହିଛି ଗ୍ଲୋବାଲ୍‌ ଇଣ୍ଟରନେଟ୍‌ ସେଣ୍ଟର ନାମକ ଏକ ଜନସେବା କେନ୍ଦ୍ର। ସେହି ଜନସେବା କେନ୍ଦ୍ରର ମାଲିକ ହେଉଛନ୍ତି ବିଜୟ ସାହୁ। ଅଭିଯୋଗ ଅନୁସାରେ ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନା ‘ସୁଭଦ୍ରା’ ଫର୍ମ ପୂରଣ ପାଇଁ ସେ ମହିଳାଙ୍କଠାରୁ ୫୦ ଟଙ୍କା ଲେଖାଏଁ ନେଉଥିଲେ। ଏନେଇ ରାଉରକେଲା ପ୍ଲାଣ୍ଟ ସାଇଡ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଜନସେବା କେନ୍ଦ୍ର ମାଲିକ ବିଜୟ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଏସ୍‌ଡିପିଓ ନିର୍ମଳ କୁମାର ମହାପାତ୍ର।

ସୂଚନାରୁ ପ୍ରକାଶ, ‘ସୁଭଦ୍ରା’ ଫର୍ମ ପୂରଣ ସମ୍ପୂର୍ଣ୍ଣ ମାଗଣା। ଏନେଇ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ। ଏଥିସହ ଚେତାବନୀ ଦେଇଥିଲେ, ଯେଉଁମାନେ ‘ସୁଭଦ୍ରା’ ଯୋଜନା ଫର୍ମ ପୂରଣ ପାଇଁ ଟଙ୍କା ଆଦାୟ କରୁଥିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ସରକାରଙ୍କ ନାଲି ଆଖି ସତ୍ତ୍ୱେ କେତେକ ଲୋଭି ଜନସେବା କେନ୍ଦ୍ର ମାଲିକ ମନଇଚ୍ଛା ମହିଳାଙ୍କଠାରୁ ସୁଭଦ୍ରା ଫର୍ମ ପୂରଣ ପାଇଁ ଟଙ୍କା ଆଦାୟ କରୁଛନ୍ତି। ଏନେଇ ଅଭିଯୋଗ ହେବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Advertisment

ରିପୋର୍ଟ- ରାଉରକେଲାରୁ ପବନ ତିୱାରୀ

Rourkela Subhadra Yojana